11. ୧୧. ନିସ୍ତାର୍ ପରବ୍
ଇସ୍ରାଏଲିୟ ଲୋକ୍ ମାନ୍କେ ମିଶର୍ ଦେଶୁ ଛାଡ ବଲି ଫାରୋକେ କହେବାର୍ ଲାଗି ମାହାପୁରୁ ମୋଶା ଆର୍ ହାରୋନ୍କେ ପଠାଲେ। ସେମାନେ ଫାରୋକେ କହେଲେ, “ଯଦି ତୁଇ ସବ୍କେ ନେଇ ଛାଡ୍ବୁ ତାହେଲେ ମାହାପୁରୁ ମିଶର୍ର ଲୋକ୍ ଆର୍ ପଶୁଜନ୍ତୁ ମାଁନ୍କର୍ ପରୁଆଁ(ପହେଲା ଜନମ୍) ପିଲାଛୁଆ ମାନ୍କୁ ମାରି ଦେବେ।“ ଫାରୋ ଇଟା ସୁନିକରି ବି ମାହାପୁରୁରନ ବିଶ୍ୱାସ୍ ନେଇ କଲା ଆର୍ ସେଟା ନେଇଁବି ମାନ୍ଲା।
ଯେନ୍ମାନେ ମାହାପୁରୁର୍ର ଉପ୍ରେ ବିଶ୍ୱାସ୍ କଲେ ସେମାନ୍କର୍ ପହେଲା ଜନମ୍ କଲା ପିଲା ମାନ୍କୁ ବଁଚାବାର୍ ଲାଗି ସେ ସେମାନ୍କୁ ଗୁଟେ ବୁଦ୍ଧି ବତାଲେ। ଆର୍ ସେଟା ହେଲା, ସବୁ ଘରେ ଗୁଟେ ଗୁଟେ ମେଢିକେ ବାଛିକରି ସେଟାକେ ମାର୍ବାକେ ପଡ୍ବା।
ମାହାପୁରୁ ଇସ୍ରାଏଲୀୟ ଲୋକ୍ ମାନ୍କୁ କହେଲେ ଯେ, ମେଢି ଛୁଆର୍ ରକତ୍ ନିଜର୍ ଘରର୍ ବାଟ୍ ମୁହେଁ ଲଗାବେ। ସେମାନେ ସେଥିର୍ ସିକାର୍ ଭାଜ୍ବେ। ତାର୍ପରେ ସେଟାକେ ରୁଟି ସାଁଙ୍ଗେ ଜଲ୍ଦି ଖାଏବେ। ମାହାପୁରୁ ଇଟାବି କହେଲେ କି, ସେଟା ସବୁ ଖାଏଲା ପରେ ଯଲ୍ଦି ମିଶର୍ କେ ଛାଡ୍ବାର୍ ଲାଗି ସଜ୍ବାଜ୍ ହେବେ।
ମାହାପୁରୁ ଯେନ୍ତା କର୍ବାର୍ ଲାଗି ଆଦେଶ୍ ଦେଲେ, ସେନ୍ତା ଇସ୍ରାଏଲିୟ ଲୋକ୍ ମାନେ କଲେ। ଅଧ୍ରାତି, ମାହାପୁରୁ ମିଶର୍ର ସବୁ ଆଡେ ବୁଲି ବୁଲି ସେମାନ୍କର୍ ପହେଲା ଜନମ୍ କଲା ପିଲା ମାନ୍କୁ ମାର୍ଲେ।
ଇସ୍ରାଏଲିୟ ମାନ୍କର୍ ସବ୍କର୍ ଘରର୍ ବାଟ୍ ମୁହେଁ ରକତ୍ ଲାଗି ଥିଲା, ତ ମାହାପୁରୁ ସେ ଘର୍ ମାନ୍କୁ ଛାଡି ଦେଲେ। ସେମାନେ ସବ୍ ବଁଚି ଗଲେ। ଇଟା ସେ ଛେଲ୍ ଛୁଆର୍ ରକତ୍ ଲାଗି ସଭେଁ ବଁଚି ଗଲେ।
ହେଲେ ମିଶର୍ର କିହେବି ମାହାପୁରୁର୍ନ ବିଶ୍ୱାସ୍ ନେଇ କଲେ ଆର୍ ତାକର୍ ଆଦେଶ୍ବି ନେଇଁ ମାନ୍ଲେ। ହେଥିର୍ଲାଗି, ମାହାପୁରୁ ସେମାନ୍କର୍ ଘର୍ର ଲୋକ୍ ମାନ୍କୁ ନେଇ ଛାଡ୍ଲେ ଆର୍ ସେମାନ୍କର୍ ପହେଲା ଜନମ୍ କଲା ପିଲା ମାନ୍କୁଁ ମାରି ଦେଲେ।
ଜେଲ୍ଖାନାନୁ ନେଇକରି ଫାରୋର୍ ତକ୍ ମିଶର୍ର ସବୁ ପହେଲା ଜନମ୍ ହେଲା ପିଲା ମାନେ ମରିଗଲେ। ତେହେରୁଁ ମିଶର୍ର ଲୋକ୍ ବହୁତ୍ ମନ୍ ଦୁଖ୍ କରିକରି କାନ୍ଦ୍ଲେ।
ସେ ଦିନର୍ ରାତି ଫାରୋ ରଜା ମୋଶା ଆର୍ ହାରୋନ୍ କେ ଡାକ୍ଲା ଆର୍ କହେଲା, “ଇ ଇସ୍ରାଏଲ୍ର ଲୋକ୍ ମାନ୍କୁଁ ନିଅ ଆର୍ ମିଶର୍ ଦେଶ୍ନୁ ଜଲ୍ଦି ପଲ!” ମିଶର୍ର ଲୋକ୍ ମାନେବି ଜଲ୍ଦି ଦେଶ୍ ଛାଡି ପଲାବାର୍ ଲାଗି ଗୁହାରି କଲେ।
ବାଇବଲ୍ର କଥାନୀ: ଯାତ୍ରା ପୁସ୍ତକ ୧୧:୧-୧୨:୩୨
Free to use, adapt, and share under an open license (CC BY-SA 4.0).