12. ୧୨. ଯାତ୍ରା
ଇଶ୍ରାଏଲ୍ର ଲୋକ୍ମାନେ ମିଶର୍ନୁ ବାହାରିକରି ବହୁତ୍ ଖୁସ୍ ଥିଲେ। ସେମାନେ ଆର୍ ଚାକର୍ ହେଇ ନେଇ ରହି। ଆର୍ ସେମାନେ ପ୍ରତିଜ୍ଞାର୍ ଦେଶ୍କେ ଗଲେ ! ଇଶ୍ରାଏଲ୍ର ଲୋକ୍ମାନେ ଯାହା ବି ମାଗ୍ଲେ ମିଶର୍ ଲୋକ୍ମାନେ ସେଟା ଦେଲେ, ଯେନ୍ତାକି ସୁନା,ରୁପା ଆର୍ ବହୁତ୍ ଦାମ୍କିୟା ଜିନିଷ୍ ପତର୍ ଥିଲା। ଅଲ୍ଗା ଜାତିର୍ ଲୋକ୍ମାନେ ବି ମାହାପୁରୁନ ବିଶ୍ୱାସ୍ କଲେ ଆର୍ ଇଶ୍ରାଏଲ୍ର ଲୋକ୍ମାନ୍କର୍ ସାଁଙ୍ଗେ ଯିବାର୍ ଲାଗି ବାହାରିଲେ।
ସେମାନେ ଦିନ୍ ବେଲେ ଯେନ୍ ଆଡେ ଗଲେ ମାହାପୁରୁ ସେମାନ୍କର୍ ଲାଗି ବାଦଲ୍ର ଖମ୍ବାଁ ହେଇକରି ଆର୍ ରାତିରେ ଜୁଏର ଖମାଁ ହେଇକରି ଯାଉଥିଲେ ଏନ୍ତାକି ସେମାନେ ଯାତ୍ରା କଲା ବେଲେ ମାହାପୁରୁ ସବୁବେଲେ ସେମାନ୍କର୍ ସାଁଙ୍ଗେ ରହୁଥିଲେ। ସେମାନ୍କର୍ କାମ୍ ଖାଲି ମାହାପୁରୁର୍ ପଛେ ପଛେ ଯିବାର୍ ଥିଲା।
କିଛି ଦିନ୍ ଗଲାପରେ, ଫାରୋ ରଜା ଆର୍ ତାର୍ ସବୁଲୋକ୍ର ମନ୍ ବଦ୍ଲି ଗଲା। ଆର୍ ସେମାନେ ଇଶ୍ରାଏଲ୍ର ଲୋକ୍ ମାନ୍କୁଁ ଫେର୍ଘାଏ ଚାକର୍ ବନାବାର୍ ବୁଦ୍ଧି କଲେ। ଆର୍ ସେମାନ୍କୁ ଧର୍ ବାର୍ ଲାଗି ଦଉଡାଲେ। ମାହାପୁରୁ ଏକା ଫେର୍ ସେମାନ୍କର୍ ମନ୍କେ ବଦ୍ଲେଇ ଥିଲେ। ସେ ଇଟା ଯେନ୍ କଲେ ହେତାର୍ ପଛେ ସେ ଚାହୁଁଥିଲେକି ସଭେଁ ଶୋର୍ପଉନ୍ଯେ ଯିହୋବା ମାହାପୁରୁ ଫାରୋ ଆର୍ ମିଶର୍ ଦେଶ୍ର ସବୁ ଦେବ୍ତା ଠାନୁ ସେ ଅଧ୍କା ବଲ୍ବାନ୍।
ଯେତ୍କିବେଲ୍କେ ଇସ୍ରାଏଲ୍ର ଲୋକ୍ମାନେ ମିଶର୍ ଦେଶର୍ ସେନା ମାନ୍କୁ ଆସ୍ବାର୍ ଦେଖ୍ଲେ, ସେ ଭାବ୍ଲେ ଯେ ସେମାନେ ଇଟା ଫଶି ଗଲେ, କାଏଁଯେକି ଗୁଟେ ଆଡେ ଫାରୋର୍ ସେନା ଆର୍ ଆର୍ ଗୁଟେ ଆଡେ ଲାଲ୍ ସାଗର୍। ସେମାନେ ବହୁତ୍ ଡରିଗଲେ ଆର୍ ରଡା କିର୍ଲା ହେଇକରି କୁହା କୁହି ହେଲେ ଯେ, ଆମେ ମିଶର୍ ଦେଶ୍କେ କାଏଁଯେ ଛାଡ୍ନୁ, ଆମେ ଇହାଦେ ସବ୍ ମର୍ମା।
ମୋଶା ଲୋକ୍ ମାନ୍କୁ କହେଲେ ନେଇ ଡ଼ର ! ମାହାପୁରୁ ତମର୍ ଲାଗି ଯୁଦ୍ଧ କରୁଛନ୍ ଆର୍ ତମ୍କେ ସେ ବଁଚାବେ। ତାର୍ପରେ ମାହାପୁରୁ ମୋଶାକେ କହେଲେ, “ସବୁ ଲୋକ୍ ମାନ୍କୁ କୁହ, ଇ ଲାଲ୍ ସାଗର୍ ଆଡ୍କେ ମୁହୁଁ କରି କରି ଆଗ୍କେ ବଢ୍ବେ।
ତାର୍ପରେ ସେ ବାଦଲ୍ର ଖମାଁ, ଜୁଏଁର ଖମାଁ ହେଇକରି ଇସ୍ରାଏଲ୍ ଆର୍ ମିଶର୍ ଦେଶର୍ ମଝିରେ ରାଏତ୍ ସାରା ରହେଲେ। ସେଥିର୍ଲାଗି ମିଶର୍ର ଲୋକ୍ମାନେ ସେ ରାତି ଇସ୍ରାଏଲ୍ର ଭିତର୍କେ ଆସି ନେଇଁ ପାର୍ଲେ।
ମାହାପୁରୁ ମୋଶାକେ କହେଲେ, “ସମୁଦ୍ରର୍ ଆଡ୍କେ ତମର୍ ହାତ୍କେ ଉଠ।” ତାର୍ପରେ ମାହାପୁରୁ ପବନ୍ଥି ସେନର୍ ପାଏନ୍କେ ଡେବିରି ଆର୍ ଭୁଜିନି ଆଡ୍କେ ଠେଲି ଦେଇକରି ସମୂଦ୍ର ଭିତ୍ରେ ରାସ୍ତାଟେ ବନାଲେ।
ଇସ୍ରାଏଲର୍ ଲୋକ୍ମାନେ ଦୁଇ ଆଡେ ଦୁଇଟା ପାନିର୍ କାଁଥି ଭିତ୍ରେ ସୁଖାଭୁଇଁ ଉପରେ ଚାଲି କରି ସେନୁ ପାର୍ ହେଲେ।
ମିଶର୍ର ଲୋକ୍ମାନେ ସେଟା ଦେଖ୍ଲେ ଯେ ଇସ୍ରାଏଲିୟ ଲୋକ୍ ମାନେ ଭାଗୁଛନ୍। ତେହେରୁଁ ସେମାନେ ଇସ୍ରାଏଲିୟ ଲୋକ୍ ଲୋକ୍ମାନ୍କୁଁ ଦଉଡାଲେ।
ସେଥିର୍ଲାଗି ମିଶର୍ର ଲୋକ୍ମାନେ ଇସ୍ରାଏଲିୟ ଲୋକ୍ ଲୋକ୍ମାନ୍କର୍ ଯିବାର୍ ରାସ୍ତା ଦେଇକରି ତାକର୍ ପିଛା କଲେ, ହେଲେ ମାହାପୁରୁ ମିଶରୀୟ ମାନ୍କର୍ ରଥ୍କେ ଅଟ୍କେଇ ଦେଲେ। ତ ସେମାନେ ଡରି କରି କହେଲେ “ଭାଗ ରେ ପିଲେ”! ଇସ୍ରାଏଲ୍ ଲାଗି ମାହାପୁରୁ ଲଢୁଛନ୍।
ଇସ୍ରାଏଲ୍ର ସବେ ଲୋକ୍ ସମୁଦ୍ରର ଆର ଫାଲ୍କେ ପୁହୁଁଚିଲା ପରେ, ମାହାପୁରୁ ମୋଶାକେ କହେଲେ ଆର୍ ଥରେ ପାଏନ୍ ଉପ୍ରେ ତମର୍ ହାତ୍କେ ବଢ। ଯେତ୍କିବେଲ୍କେ ମୋଶା ସେନ୍ତା କଲେ, ସବୁ ପାଏନ୍ ମିଶର୍ ଦେଶର୍ ସୈନ୍ୟ ମାନ୍କର୍ ଉପ୍ରେ ପଡ୍ଲା ଆର୍ ଆଗରୁ ସମୁଦ୍ର ପାଏନ୍ ଯେନ୍ତା ଥିଲା ଫେର୍ଘାଏ ହେନ୍ତା ହେଇଗଲା। ଆର୍ ସବୁ ମିଶରୀୟ ଲୋକ୍ ପାଏନ୍ଥି ବୁଡିକରି ମରିଗଲେ।
ଯେତ୍ବେଲ୍କେ ଇସ୍ରାଲୀୟ ଲୋକ୍ ମାନେ ଦେଖ୍ଲେଯେ, ମିଶର୍ର ଲୋକ୍ମାନେ ମରିଯାଇ ଛନ୍ ସେତକି୍ ବେଲେ ସେମାନେ ମହାପ୍ରଭୁକେ ବିଶ୍ୱାସ୍ କଲେ, ଆର୍ ସେମାନେ ଇଟାବି ବିଶ୍ୱାସ୍ କଲେଯେ, ମୋଶା ମାହାପୁରୁର୍ ଗୁଟେ ଭବିଷଦ୍ବକ୍ତା ଅନ୍।
ଇସ୍ରାଏଲୀୟ ଲୋକ୍ ମାନେ ଖୁସିହେଲେ ଯେ, ମାହାପୁରୁ ସେମାନ୍କୁ ଚାକର୍ ଜୀବନ୍ଠାନୁ ଆର୍ ମର୍ବାର୍ଠାନୁ ବଁଚାଲେ।ଇହାଦେ ସେମାନେ ମାହାପୁରୁକେ ମାନ୍ବାର୍ ଲାଗି ଆର୍ ତାକର୍ ସେବା ପୂଜା କର୍ବାର୍ ଲାଗି ବାହାରି ପଡ୍ଲେ। ମିଶର୍ ଦେଶର୍ ସୈନ୍ୟ ମାନ୍କର୍ଠାନୁ ମାହାପୁରୁ ବଚାଁଲେ ଆର୍ ସେମାନ୍କର୍ ନୁଆ ଜୀବନ୍ର ଖୁସି ମାନ୍ବାର୍ର ଲାଗି କେତେନେ କେତେ ଗୀତ୍ ଗାଇଲେ ଆର୍ ମାହାପୁରୁର୍ ଗୁନ୍କେ ବି ଗାଏଲେ।
ମାହାପୁରୁ ଇସ୍ରାଏଲ୍ ବାସୀକେ, ସବୁ ବଛର୍ ଗୁଟେ ପରବ୍ ପାଲନ୍ କରବାର୍ଲାଗି ଆଦେଶ୍ ଦେଲେ, ଯେନ୍ଟା ସେମାନ୍କୁ ମନେ ପକେଇ ଦେବା ଯେ, କେନ୍ତା କିସ୍ମେ ମାହାପୁରୁ ମିଶରୀୟ ଲୋକ୍ ମାନ୍କୁ ହରେଇ କରି ଆରୁ ଘିନା ଚାକର୍ଠାନୁ ସେମାନ୍କୁ ବଚେଁଇ କରି ମିଶର୍ ଦେଶୁଁ ଆନ୍ଲେ। ସେ ପରବର୍ ନାଁ ହେଲା “ନିସ୍ତାର୍ ପରବ୍” ତାର୍ ମାନେ ହେଲା ମୁକୁଲିବାର୍ ପରବ୍। ଇ ପରବ୍ ଥି ସେମାନେ ଗୋଟେ ହାଟାକାଟା ମେଢି ବଲୀ ଦେବେ, ତାର ଶିକାର୍ ଖାଏବେ ଆର ବିନା ତେଲ୍ ଆର୍ ଘି ଦିଆ ରୁଟି ସାଁଙ୍ଗେ ଖାଏବେ।
ବାଇବଲ୍ର କଥାନୀ: ଯାତ୍ରା ପୁସ୍ତକ ୧୨:୩୩-୧୫:୨୧
Free to use, adapt, and share under an open license (CC BY-SA 4.0).