13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 1

ମାହାପୁରୁ ଇସ୍ରାଏଲ୍ ଲୋକ୍‌ମାନ୍‌କୁଁ ଲାଲ୍ ସାଗର୍‌ନୁ ପାର୍ କରି ଆନ୍‌ଲା ପରେ, ସେ ସେମାନ୍‌କୁ ମରୁଭୁମି ଦେଇକରି ‘ସିନାଇ’ ବଲିକରି ଗୁଟେ ପାହାଡ୍‌କେ ଆନ୍‌ଲେ। ଇଟା ସେ ପାହାଡ୍ ଆଏ, ଯେନ୍ ଠାନେକି ମୋଶା ଜଲ୍‌ଲା ବୁଟାକେ ଦେଖିଥିଲେ। ସେ ଲୋକ୍‌ମାନେ ପାହାଡ୍‌ର ତଲେ ତମ୍‌ବୁଁ ମାରି କରି ରହେଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 2

ମାହାପୁରୁ ମୁଶା ଆର୍ ଇସ୍ରାଏଲର୍‌ ଲୋକ୍‌ମାନ୍‌କୁଁ କହେଲେ, ତମେମାନେ ସବୁବେଲେ ମୋର୍ କଥା ମାଁନ୍‌ବ ଆର୍ ତମର୍ ସାଁଙ୍ଗେ କଲା ଚୁକ୍ତିକେ ମାନ୍‌ବ। ଯଦି ଇଟା ମାନ୍‌ବ, ତାହେଲେ ତମେ ମୋର୍ ନିଜର୍ ସମ୍ପତି ଭଲିଆ ହେବ, ଆର୍‌ ମୋର୍ ଦେଶର୍ ଯାଜକ୍‌ ଆର୍ ପବିତ୍ର ଜାଏତ୍‌ଟେ ହେବ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 3

ତିନ୍ ଦିନ୍‌ ତକ୍ ଲୋକ୍‌ମାନେ ନିଜ୍‌କେ ନିଜ୍ ପବିତ୍ର କଲେ ଯେନ୍‌ତାକି ମାହାପୁରୁ ତାକର୍ ପାସ୍‌କେ ଆସ୍‌ବେ। ତେହେରୁଁ ମାହାପୁରୁ ‘ସିନାଇ’ ପାହାଡର୍‌ ତଲ୍‌କେ ଆସ୍‌ଲେ। ଯେତ୍‌କି ବେଲ୍‌କେ ମାହାପୁରୁ ଆସ୍‌ଲେ ହେତ୍‌କି ବେଲ୍‌କେ ମେଘେଁ ଘଡ୍‌ଘଡ଼ି୍ , ବିଜିଲି , କୁହୁଲା , ଆର୍ ବିନ୍ କାହାଲିର୍ ସବତ୍ ସୁଭ୍‌ଲା। ତେହେରୁଁ ମୋଶା ନିଜେ ପାହାଡ୍‌ ଉପର୍‌କେ ଗଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 4

ତେହେରୁଁ ମାହାପୁରୁ ସେ ଲୋକ୍ ମାନ୍‌କର୍‌ ସାଁଙ୍ଗେ ଗୁଟେ ଚୁକ୍ତି କଲେ। ସେ କହେଲେ “ମୁଇଁ ଯିହୋବା, ତୁମର୍ ମାହାପୁରୁ ଇଟା ମୁଇଁ ଯିଏକି ତମ୍‌କୁଁ ମାନ୍‌କୁଁ ମିଶର୍ ଦେଶୁଁ ଘିନା ଚାକର୍‌ଠାନୁ ମୁକ୍‌ଲେଇ କରି ଆନିଛେଁ। ହେଥିର୍‌ଲାଗି ଅଲ୍‌ଗା ଦେବା ଦେବୀକେ ନାଇଁ ମାନ୍‌ବ।”

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 5

କେହେନି ମୁର୍ତ୍ତି ନେଇଁ ବନାବ, ଆର୍ ସେମାନ୍‌କର୍ ପୂଜା ନେଇ କର୍‌ବ, କାଏଁଯେ କି ମୁଇଁ ନିଜେ ଯିହୋବା, ତମର୍ ଗୁଟେ ବଲି ମାହାପୁରୁ। ତମେ ଯଥାନ ମର୍‌ ନାଁ କେ ନେଇଁ ନେବ। ଆର୍ ହପ୍ତାର୍ ଶେଷ୍‌ ଦିନ୍‌କେ ଯେନ୍ତା କରିବି ପବିତ୍ର ରଖ୍‌ବ, ତାର୍‌ମାନେ ହେଲା, ତମର୍‌ ସବୁକାମ୍ ଛ ଦିନେ ସରାବ ଆର୍ ସାତ୍ ନମର୍ ଦିନ୍‌କେ ତୁମେ ପବିତ୍ର ବିଶ୍ରାମ୍‌ ବାର୍ ବଲି ମାନ୍‌ବ। ଆର୍ ମତେ ଶୋର୍ କର୍‌ବ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 6

ନିଜର ମାଁ ବୁଆ କେ ଆଦର୍ କର୍‌ବ। ହନା କଟା ନେଇ କର୍‌ବ, ବେଭିଚାର୍‌ ନାଇଁ କର୍‌ବ, ଚୋରି ନାଇଁ କର୍‌ବ, ମିଛ୍‌ ନାଇଁ କହେବ। ତମର୍ ପୋଡୋଶୀର୍‌ ମାଇକୀନା, ଘର୍, ଆର୍ ତାର୍ ଜିନିଷ୍‌କେ ଲୋଭ୍‌ ନେଇଁ କର୍‌ବ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 7

ମାହାପୁରୁ ଯେନ୍ ପ୍ରତିଜ୍ଞା ଦେଇଥିଲେ ସବୁଲୋକ୍ ସେଟା ମାନ୍‌ବାର୍ ଲାଗି ରାଜି ହେଲେ। ସେମାନେ ମାହାପୁରୁର୍ ଲୋକ୍ ହେବାର୍ ଲାଗି ଆର୍ ତାହାକେ ହିଁ ପ୍ରାର୍ଥନା କର୍‌ବାର୍ ଲାଗି ରାଜି ହେଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 8

ମାହାପୁରୁ ଇସ୍ରାଏଲ୍‌ର ଲୋକ୍‌କେ ଗୁଟେ ବଡ୍ ତମ୍‌ବୁ ମାର୍‌ବାର୍ ଲାଗି କହେଲେ। ସେଟା ପ୍ରାର୍‌ଥନା ର ତମ୍‌ବୁ ହେଲା। ସେ ସେମନ୍‌କୁଁ ଠିକ୍ ଇନ୍‌ତା ତମୁ ବନାବାର୍, ଆର୍‌ ଇ ଭିତ୍‌ରେ କାଁଏ କାଁଏ ଜିନିଷ୍‌ ରଖ୍‌ବାର୍ ଅଛେ ସେଟା ବି କହେଲେ। ମାହାପୁରୁ କହେଲେ, ତମୁକେ ଦୁଇ ବଖ୍‌ରା କର୍‌ବାର୍ ଲାଗି ଆର୍ ଗୁଟେ ବଡ୍ ପର୍‌ଦା ମଝିନ ଦେବାର୍ ଲାଗି କହେଲେ। ମାହାପୁରୁ ପର୍‌ଦାର୍‌ ପଛ୍‌ଆଡେ ଆଇବେ ଆର୍ ସେନ ରହେବେ। ଯେନ୍‌ଠାନେ ମାହାପୁରୁ ରହେବେ ସେଠାନ୍‌କେ ଖାଲି ମହା ଯାଜକ୍‌ ଯାଇ ପାର୍‌ବେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 9

ଲୋକ୍‌ମାନେ ତମ୍‌ବୁ ପ୍ରାର୍ଥନା ଘରର୍ ସାମ୍‌ନାଥି ଗୁଟେ ବେଦି ବନାବେ। ଯିଏବି ମାହାପୁରୁ ବିଧୀ ବିଧାନ୍ ନାଇଁ ମାନ୍‌ବା ସେ ଗୁଟେ ପଶୁକେ ବଲି ଦେବାର୍ ଲାଗି ବେଦି ନିକେ ଆନ୍‌ବା। ସେ ଯାଜକ୍‌ ପଶୁକେ ମାହାପୁରୁର୍‌ଲାଗି ବେଦିଠାନେ ବଲି ଚଢାବା ଆର୍ ପୁଡ଼ାବା। ମାହାପୁରୁ କହେଲେ, ସେ ପଶୁର୍ ରକତ୍ ବଲି ଚଢାଲା ଲୋକର୍ ପାପ୍‌କେ ଧୁଇଦେବା। ଇନ୍‌ତା କଲେ ମାହାପୁରୁ ଆରୁ ସେ ପାପ୍‌କେ ହିସାବ୍ ନେଇକରନ୍ ଆର୍ ସେଲୋକ୍ ମାହାପୁରୁ ଆଖିନ ପବିତ୍ର ହେବା। ‘ମାହାପୁରୁ ମୋଶାର୍‌ ଭାଏ ହାରୋନ୍ ଆର୍ ହାରୋନର୍ ବଁଶର୍ ଲୋକ୍ ମାନ୍‌କୁଁ ତାକର୍ ଯାଜକ୍ ହେବାର୍ ଲାଗି ବାଛ୍‌ଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 10

ଆର୍ ମାହାପୁରୁ ଇ ଦଶ୍‌ଟା ନିୟମ୍‌କେ ଦୁଇ ଫାଲ୍ ପଥରେଁ ଲେଖ୍‌ଲେ ଆର୍ ମୋଶାକେ ସେଟା ଦେଲେ। ଆର୍‌ ମାହାପୁରୁ ମାନ୍‌ବାର୍‌ଲାଗି ଲୋକ୍‌ ମାନ୍‌କୁଁ ଆର୍ ଅନେକ୍‌ଟା ବିଧି ବିଧାନ୍ ଦେଲେ। ଯଦି ଲୋକ୍ ମାନେ ଇସବୁ ବିଧି ବିଧାନ୍ (ମାହାପୁରୁର୍‌ ଦଶ୍‌ଟା ଆଜ୍ଞା) ମାଁନ୍‌ବେ ତ ମାହାପୁରୁ ସେମାନ୍‌କୁ ଆଶିର୍‌ବାଦ୍‌ କର୍‌ବେ ଆର୍ ରକ୍ଷା କର୍‌ବେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 11

ବହୁତ୍ ଦିନ୍‌ତକ୍ ମୋଶା ସିନାଇ ପାହାଡ଼୍ ଉପ୍‌ରେ ରହେଲେ। ସେ ମାହାପୁରୁର୍ ସାଙ୍ଗେ କଥା ବାର୍‌ତା କରୁଥିଲେ। ଇଆଡେ ପାହାଡ୍ ତଲେ ଲୋକ୍‌ମାନେ ମୋଶାକେ ଜୁଗି ଜୁଗି ବିରକ୍ତ୍ ହେଇଗଲେ। ତେହେରୁଁ ସେମାନେ ମାହାପୁରୁର୍‌ ବଦ୍‌ଲା ଆର୍ ଗୁଟେ ସୁନାର୍ ମୁର୍ତି ବନେଇକରି ତାର୍ ପୁଜା କର୍‌ବାର୍ ଲାଗି ହାରୋନ୍ ନିକେ ସୁନା ଧରିକରି ଆସ୍‌ଲେ। ଇନ୍ତା କରି ସେମାନେ ମାହାପୁରୁ ବିରୋଧ୍‌ନ ଘୋର୍‌ ପାପ୍ କଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 12

ଇହାଦେ ହାରୋନ୍ ସୁନାର୍ ବାଛ୍‌ରି ଗୁଟେ ବନାଲେ। ଲୋକ୍ ମାନେ ଇ ସୁନାର୍ ମୁର୍ତ୍ତିକେ ପୁଜାକରି ବସ୍‌ଲେ ଆର୍ ବଲି ଚଢେଇ ବସ୍‌ଲେ। ଇ ଲୋକ୍ ମାନ୍‌କର୍ ପାପର୍ ଲାଗି ମାହାପୁରୁ ରିସ୍‌ମି ହେଇଗଲେ। ମାହାପୁରୁ ମୋଶାକେ କହେଲେ ଯେ, ସେ ଲୋକ୍ ମାନ୍‌କୁ ମାରିଦେବେ। ହେଲେ ମୋଶା ମାହାପୁରୁକେ ନାଇଁ ମାର୍‌ବାର୍ ଲାଗି ଗୁହାରି କଲେ। ମାହାପୁରୁ ମୋଶାର୍ ପ୍ରାର୍‌ଥନା ଶୁନ୍‌ଲେ ଆର୍ ସେମାନ୍‌କୁ ବିନାଶ୍ ନେଇ କରିକରି ଛାଡି ଦେଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 13

ମୋଶା ଯେତ୍‌କିବେଲ୍‌କେ ସିନାଇ ପାହାଡ଼୍‌ନୁ ତଲ୍‌କେ ଉତ୍‌ରିଲେ, ସେ ଯେନ୍ ଦଶ୍‌ଟା ଆଜ୍ଞା ମାହାପୁରୁ ପଥର୍‌ରେ ଲେଖି ଥିଲେ ସେଟା ନେଇକରି ଆସ୍‌ଲେ। ଯେତ୍‌କିବେଲେ ମୋଶା ସେ ମୁର୍ତ୍ତିକେ ଦେଖ୍‌ଲେ, ସେ ବହୁତ୍‌ଟେ ରିସ୍‌ମି ହେଲେ ଆର୍ ମୁର୍ତ୍ତି କେ ଭାଙ୍ଗି ରୁଚି ଦେଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 14

ତାର୍‌ପରେ ମୋଶା ସେ ମୁର୍ତ୍ତିକେ ଜଲେଇ ଦେଲେ ଆର୍ ତାହାକେ ଗୁଣ୍ ଗୁଣ୍ କରି ଦେଲେ। ସେ ଗୁଣ୍‌କେ ଝର୍‌ନାନ ଫିକିଦେଲେ ଆର୍ ସେ ପାଏନ୍‌କେ ଲୋକ୍‌କେ ପିଆଲେ। ମାହାପୁରୁ ଲୋକ୍ ମାନ୍‌କର୍ ଉପ୍‌ରେ ଗୋଟେ ବିପତି ପଠାଲେ ଆର୍‌ ସେଥି ବହୁତ୍ ଲୋକ୍ ମରିଗଲେ।

13. ୧୩. ଇସ୍ରାଏଲ୍ ସାଁଙ୍ଗେ ମାହାପୁରୁର୍‌ ଚୁକ୍ତି — illustration 15

ମୋଶା ଯେନ୍ ପଥର୍‌ର ଦଶ ଆଜ୍ଞାକେ ଭାଙ୍ଗି ଦେଇଥିଲେ ମୋଶା ସେ ପଥର୍‌କେ ଆର୍‌ଥରେ ବନାଲେ। ସେ ଆର୍‌ଥରେ ପାହାଡ଼୍‌କେ ଚଢ୍‌ଲେ ଆର୍ ଲୋକ୍ ମାନ୍‌କର୍‌ କ୍ଷମା ଲାଗି ପାର୍‌ଥନା କଲେ। ମାହାପୁରୁ ମୋଶାର୍‌ ପାର୍‌ଥନା ଶୁନଲେ ଆର୍ ସେମାନ୍‌କୁ କ୍ଷମା କଲେ। ମୋଶା ପାହାଡ଼୍‌ନୁ ନୁଆଁ ଦଶଟା ପ୍ରତିଜ୍ଞା ଧରିକରି ତଲ୍‌କେ ଆସ୍‌ଲେ। ତେହେରୁଁ ମାହାପୁରୁ ସିନାଇ ପର୍‌ବତ୍‌ନୁ ପ୍ରତିଜ୍ଞା କରି ଥିବାର୍ ଦେଶ୍‌କେ ଇଶ୍ରାଏଲ୍‌ର ଲୋକ୍‌ ମାନ୍‌କୁଁ ନେଲେ।

ବାଇବଲ୍‌ର କଥାନୀ: ଯାତ୍ରା ପୁସ୍ତକ ୧୯-୩୪

Read in the reader

Free to use, adapt, and share under an open license (CC BY-SA 4.0).