14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 1

ମାହାପୁରୁ ଇଶ୍ରାଏଲ୍‌ର୍‌ ଲୋକ୍ ମାନ୍‌କର୍‌ ସାଙ୍ଗେ ଯେନ୍ ଚୁକ୍ତି କରିଥିଲେ ତାର୍ ସବୁ ବିଧି ବିଧାନ୍‌କେ ମାନ୍‌ବାର୍‌ ଲାଗି କହେଲା ପରେ, ସେମାନ୍‌କୁ ସିନାଇଁ ପାହାଡ୍‌ଠାନୁ କଢ଼େଇ ଆନ୍‌ଲେ। ମାହାପୁରୁ ସେମାନ୍‌କୁ ପ୍ରତିଜ୍ଞା କରିଥିବାର୍ ଦେଶ୍‌କେ ନେବାର୍ ଲାଗି ଚାହେଁଲେ। ସେ ଦେଶ୍‌ର ନାଁ କିଣାନ୍ ଥିଲା। ମାହାପୁରୁ ସେମାନ୍‌କର୍ ଆଘେ ଆଘେ ବାଦଲର୍ ଖଁମା ଭଲିଆ ଯାଉଥିଲେ, ଆର୍ ଲୋକ୍‌ମାନେ ତାକର୍ ପଛେ ପଛେ ଯାଉଥିଲେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 2

ମାହାପୁରୁ ଅବ୍ରାମ୍ , ଇସାକ, ଆର୍ ଯାକୁବ୍ ମାନକର୍ ଠାନେ ପ୍ରତିଜ୍ଞା କରିଥିବାର୍ ଦେଶ୍‌କେ ତାକର୍ ବଂଶର୍‌ ଲୋକ୍‌ମାନ୍‌କେ ଦେବାର୍ ଲାଗି ପ୍ରତିଜ୍ଞା କରିଥିଲେ। ସେତ୍‌କିବେଲ୍‌କେ ସେଠାନେ ବହୁତ୍ ଜାତିର୍ ଲୋକ୍ ରହୁଥିଲେ। ସେମାନ୍‌କୁ କିଣାନ୍‌ ଦେଶର୍ ଲୋକ୍ ବଲି କୁହା ଯାଉଥିଲା। ସେ କିଣାନ୍‌ର ଲୋକ୍‌ମାନେ ମାହାପୁରୁର୍ ସେବା ନାଇକଲେ ଆର୍ କଥା ନାଇଁ ମାନ୍‌ଲେ। ସେମାନେ ଅସତ୍ ଦେବ୍‌ତା ମାନ୍‌କର୍ ପୁଜା କରୁଥିଲେ ଆର୍ ଖରାପ୍ କାମ୍ କରୁଥିଲେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 3

ମାହାପୁରୁ ଇଶ୍ରାଏଲ୍‌ର ଲୋକ୍ ମାନ୍‌କୁ କହେଲେ, ତମେ ପ୍ରତିଜ୍ଞା କରି ଥିବାର୍ ଦେଶ୍‌କେ ଗଲା ପରେ ସେ କିଣାନିୟ ଲୋକ୍ ମାନ୍‌କର୍ ଠାନୁ ଦୁରେ ରହେବ। ତାକର୍ ସାଙ୍ଗେ ଚୁକ୍ତି ନେଇ କର୍‌ବ ଆର୍ ସେମାନ୍‌କୁ ବିହା ନେଇହେବ। ତମେ ସେମାନ୍‌କର୍ ଦେବା ଦେବୀ ମାନ୍‌କୁଁ ଭାଙ୍ଗି ଦେବ। ଯଦି ତମେ ମୋର୍ କଥାକେ ନାଇଁ ମାଁନ୍‌ବ, ତାହେଲେଁ ମୋତେ ଛାଡିକରି ସେମାନ୍ କର୍ ମୁର୍ତ୍ତିକେ ପୁଜା କରିବସ୍‌ବ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 4

ଯେତ୍‌କି ବେଲ୍‌କେ ଇସ୍ରାଏଲ୍‌ର ଲୋକ୍ କିଣାନ୍‌ ଦେଶର୍ ସିମାକେ ପୁହୁଁଚିଲେ, ମୋଶା ଇସ୍ରାଏଲ୍‌ର ବାରଟା ବଂଶ୍‌ଠାନୁ ବାର ଲୋକ୍‌କେ ବାଛ୍‌ଲେ, ସେ ଇ ଦେଶର୍ ଭଲ୍‌ମନ୍ଦ୍ ହାଲ୍‌ଚାଲ୍ ଯାନ୍‌ବାର୍ ଲାଗି ନିଜର୍ ଲୋକ୍ ମାନ୍‌କୁ ପଠାଲେ। ସେମାନେ କିଣାନୀୟ ମାନ୍‌କର୍ ଦେଶର୍ ଭିତ୍‌ରିଆ କଥା ବଲୁଆ କି ଦୁର୍‌ବଲିଆଟା ବଲି ଯାନ୍‌ବାର୍‌ ଥିଲା।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 5

ସେ ବାର ଲୋକ୍‌ କିଣାନ ଦେଶର୍ ସବୁଆଡେ ଚାଲିସ୍ ଦିନ୍ ବୁଲା ବୁଲି କରି ସାଏଲା ପରେ ଆସ୍‌ଲେ। ସେମାନେ ଲୋକ୍ ମାନ୍‌କେ କହେଲେ, ଇ ଦେଶର୍ ମାଏଟ୍‌ ବହୁତ୍ ଫବ୍‌ସା (ଉର୍ବର) ଆର୍ ଖାଏବାର୍ ଟା ଅଭାବ୍ ନେଇଁନ। ହେଲେ ସେମାଁନ୍ କର୍ ଭିତ୍‌ରୁ ଗୁପ୍ତଚୋର୍ ମାନେ କହେଲେ ଯେ, ସେ ଶହର୍ ମାନେ ବହୁତ୍ ବଲୁଆ ଆର୍ ସେନର୍ ଲୋକ୍‌ମାନେ ଅସୁର୍ ଭଲିଆ। ଯଦି ଆମେ ସେ ଦେଶ୍‌କେ ଆକ୍ରମନ୍ କଲେ ସେମାନେ ଆମ୍‌କୁଁ ହରେଇ କରି ମାରି ଦେବେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 6

ସାଙ୍ଗେ ସାଙ୍ଗ୍, କାଲେବ୍, ଯିହୋଶୂୟ, ଆର୍ ଦୁଇଟା ଭିତିରିଆ ଗୁପ୍ତ ଚୋର କହେଲେ, ଇଟା ସତ୍ ଆଏ ଯେ କିଣାନ୍ ର ଲୋକ୍ ମାନେ ଡେଙ୍ଗା ଡେଙ୍ଗା ଆର୍ ତାକତ୍ ବାଲା। ହେଲେ ଆମେ ସେମାନ୍‌କୁ ପୁରା ହରେଇ ଦେମା, ମାହାପୁରୁ ଆମର୍ ଲାଗି ଲଢେଇ କରବେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 7

ହେଲେ ଲୋକ୍‌ମାନେ କାଲେବ୍ ଆର୍‌ ଯିହୋଶୂୟର୍‌ କଥାକେ ନେଇ ସୁନ୍‌ଲେ। ସେମାନେ ମୋଶାକେ ଆର୍ ହାରୋନ୍‌କେ ରିସ୍‌ମି ହେଲେ ଆର୍ କହେଲେ, ତମେ ଇନ୍‌ତା ଗୁଟେ ବିପଦ୍ ଜାଗାକେ କାଏଁକରି ଆନ୍‌ଲ? ବରଂ ଆମେ ମିଶର୍‌ନେ ରହିଥିତୁଁ, ଯଦି ଆମେ ସେ ଦେଶ୍‌କେ ଯିମୁ ତାହାଲେ ଆମେ ଯୁଦ୍ଧରେ ମରି ଯିମୁ। କିଣାନ୍‌ର ଲୋକ୍‌ ମାନେ ଆମର୍ ମାଇକୀନା ଆର୍ ଛୁଆମାନ୍‌କେ ଘିନା ଚାକର୍ କର୍‌ବେ। ସେମାନେ ଗୁଟେ ଅଲ୍‌ଗା ମୁଖିଆକେ ବାଛ୍‌ବାର୍ ଲାଗି ଚାହେଁଲେ, ଯିଏକି ସେମାନ୍‌କୁ ମିଶର୍ ଦେଶ୍‌କେ ନେବା।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 8

ଯେତ୍‌କି ବେଲ୍‌କେ ଲୋକ୍‌ମାନେ କହେଲେ, ମାହାପୁରୁ ବହୁତ୍ ରିସ୍‌ମି ହେଇଛନ୍। ମାହାପୁରୁ ସେ ପ୍ରାର୍‌ଥନା ଘର୍‌କେ ଆସି କରି କହେଲେ , ତମେ ମୋର୍ ବିରୁଧ୍‌ରେ ଯାଇଛ, ସେଥିରଲାଗି ତମର୍ ସବ୍‌କୁ ଇ ମରୁଭୁମି ଭିତ୍‌ରେ ବୁଲ୍‌ବାର୍ କେ ପଡ୍‌ବା ଆର୍ କୁଡେ ବର୍‌ସିଆ ଆର୍‌ ତାର୍‌ନୁ ଅଧ୍‌କା ବରଷ୍‌ର ଲୋକ୍ ମାନେ ସେଠାନେ ମରିଯିବେ। ସେ ଦେଶ୍‌କେ ନେଇଁ ଯିବ ଯେନ୍‌ଟା ମୁଇଁ ଦେଇଛେ। ଖାଲି ଯିହୋଶୂୟ ଆର୍ କାଲେବ୍ ସେନ୍‌କେ ଯିବେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 9

ଯେତ୍‌କିବେଲେଁ ଲୋକ୍ ମାନେ ମାହାପୁରୁର୍ ଇ କଥାକେ ସୁନ୍‌ଲେ, ସେମାନେ ଆମେ ପାପୀ ବଲି ମନ୍ ଦୁଃଖ୍ କଲେ। ତେହେରୁଁ ସେମାନେ କିଣାନ୍ ଦେଶ୍ ସାଙ୍ଗେ ମାର୍‌ ଲାଗ୍‌ବାର୍ ଲାଗି ଠିକ୍ କଲେ। ମୋଶା ସେମାନ୍‌କୁ ହୁସିଆର୍ କରି ଦେଲେଯେ ମାହାପୁରୁ ସେମାନ୍‌କର୍ ସାଙ୍ଗେ ନାଇଁନ, ସେଥିର୍‌ଲାଗି ସେମାନେ କିଣାନ୍ ଦେଶ୍‌କେ ନେଇ ଯଉନ୍, ହେଲେ ସେମାନେ ମୋଶାର୍ କଥାକେ ନେଇ ଶୁନ୍‌ଲେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 10

ସେମାନ୍‌କର୍ ସାଁଙ୍ଗେ ମାହାପୁରୁ ଲଢେଇ ନିକେ ନାଇ ଗଲେ, ତ କିଣାନୀୟ ମାନେ ସେମାନ୍‌କୁ ଲଢେଇନ ହରେଇ ଦେଲେ ଆର୍ ସେମାନ୍‌କର୍ ଭିତ୍‌ରୁ ବହୁତ୍ ଲୋକ୍‌ ମାନ୍‌ଙ୍କୁ ମାରିଦେଲେ। ତେହେରୁଁ ଚାଲିସ୍ ବରଷ୍ ତକ୍ ଇସ୍ରାଏଲିୟ ଲୋକ୍ ମାନେ ମରୁଭୁମି ଭିତ୍‌ରେ ବୁଲି ବୁଲି ଦିନ୍ କାଟ୍‌ଲେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 11

ଚାଲିଷ୍ ବରଷ୍ ତକ୍ ଇସ୍ରାଏଲ୍ ଲୋକ୍ ମାନେ ମରୂଭୁମି ନ ବୁଲୁଥିବାର୍ ସମିଆଁ ନ, ମାହାପୁରୁ ସେମାନ୍‌କୁଁ ସରଗ୍ ନୁ ରୁଟି (ମାଁନ୍ନା) ଦେଲେ। ସେ କୁଆ ମାନ୍‌କୁଁ ଶିକାର୍ ତୁନ୍ ଲାଗି ପଠାଲେ। ଚାଲିସ୍ ବରଷ୍ ତକ୍ ଇସ୍ରାଏଲ୍ ଲୋକ୍ ମାନ୍‌କର୍‌ କପ୍‌ଡ଼ା ଲତା ଆର୍ ଚପଲ୍ ମାହାପୁରୁ ଚିରି କି ଛିଡେଇ ନେଇ ଦେଇ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 12

ବଡା ଅଦ୍‌ଭୂତ୍ ଭାବେଁ ପ୍ରଭୁ ପଥ୍‌ରୁ ପିବାର୍ ପାଏନ୍ ବାହାର୍ କଲେ। ଇଟା ଏତ୍‌କି କଲାପରେ ବି ଇସ୍ରାଏଲ୍ ଲୋକ୍ ମାନେ ମାହାପୁରୁର୍ ଆର୍ ମୋଶାର୍ ବିରୁଧ୍‌ରେ ଗଲେ, ଏତ୍‌କି ହେଲା ପରେ ମାହାପୁରୁ ସେମାନ୍‌କର୍ ନ ବିଶ୍ୱସ୍ତ ଥିଲେ। ସେ ଯେନ୍‌ତା ପ୍ରତିଜ୍ଞା କରିଥିଲେ ଅବ୍ରାହାମ୍, ଇସାକ୍, ଆର୍ ଯାକୁବ୍‌ର ବଂଶ୍ କେ ଦେମି ବଲି କରି, ସେ ସବୁ ଦେଲେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 13

ଆର୍ ଥରେ, ଯେତ୍‌କି ବେଲେ ଲୋକେ ପାଏନ୍ ନାଇଁ ପାଏଲେ। ମାହାପୁରୁ ମୋଶାକେ କହେଲେ ପଥର୍‌କେ କହ ଯେ ପାଏନ ବାହାରିବା। ହେଲେ ମୋଶା ପଥର୍ କେ ନାଇଁ କହେଲା ତାର୍ ବଦ୍‌ଲା ପଥର୍‌କେ ବାଡ଼ି ଥି ଦୁଇବାଡି ପିଟିଦେଲେ, ହେଲେ ଏନ୍‌ତା କିସ୍‌ମେ ମାହାପୁରୁ କଥାକେ ଠିକ୍ ସେ ପାଲନ୍ ନାଇ କଲା। ପଥର୍‌ନୁ ପାଏନ୍ ସବ୍‌କର୍ ଲାଗି ଆସ୍‌ଲା ହେଲେ ମାହାପୁରୁ ମୁଶାକେ ରିସ୍‌ମି ହେଇଗଲେ। ସେ କହେଲେ “ତୁଇ ଇ କଥାର୍‌ ଲାଗି ପ୍ରତିଜ୍ଞା କରି ଥିବାର୍ ଦେଶ୍ କେ ଯାଇ ନାଇ ପାରୁ”।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 14

ଚାଲିଶ୍ ବରଷ୍ ତକ୍ ଇସ୍ରାଏଲୀୟ ଲୋକ୍ ମାନେ ମରୁଭୁମିନ ବୁଲ୍‌ଲା ଭିତ୍‌ରେ ଯେନ୍‌ମାନେ ମାହାପୁରୁ ବିରୁଧ୍‌ନ ଯାଇଥିଲେ ସେମାନେ ମରିଗଲେ। ତେହେରୁଁ ମାହାପୁରୁ ଲୋକ୍ ମାନ୍‌କୁଁ ପ୍ରତିଜ୍ଞା କରି୍ଥିବାର୍ ଦେଶର୍ ସିମା ପାସ୍‌କେ ଆର୍ ଥରେ ଆନ୍‌ଲେ। ହେତ୍‌କି ବେଲ୍‌କେ ମୋଶା ବନେ ବୁଡା ହେଇ ଯାଇ ଥିଲେ ନ, ସେଥିର୍ ଲାଗି ମାହାପୁରୁ ଯିହୋଶୂୟକେ ଲୋକ୍ ମାନ୍‌କର୍ ମୁଖିଆ କର୍‌ବାର୍ ଲାଗି ବାଛ୍‌ଲେ। ମାହାପୁରୁ ମୋଶାକେ ପତିଜ୍ଞା କଲେ ଯେ, ଦିନେ ମୋଶା ଭଲିଆ ଗୁଟେ ଭବିଷ୍ୟତ୍‌ବକ୍ତା କେ ସେ ଲୋକ୍ ମାନ୍‌କର୍‌ ଲାଗି ପଠାବେ।

14. ୧୪. ମରୁଭୂମିନ ଇସ୍ରାଏଲୀୟ ମାନ୍‌କର୍‌ ଇଆଡେ ସେଆଡେ ବୁଲ୍‌ବାର୍ କଥାନୀ — illustration 15

ତେହେରୁଁ ମାହାପୁରୁ ମୋଶାକେ କହେଲେ ଯେ, ସେ ଗୁଟେ ପାହାଡ୍ ଉପର୍‌କେ ଯିବେ ଆର୍ ମାହାପୁରୁ ଯେନ୍ ଦେଶ୍ ଦେବାର୍ ଲାଗି ପ୍ରତିଜ୍ଞା କରିଥିଲେ ସେଟା ଦେଖ୍‌ବେ। ମୋଶା ସେ ପ୍ରତିଜ୍ଞା ଦେଶ୍‌କେ ଦେଖ୍‌ଲା ହେଲେ ମାହାପୁରୁ ସେ ଦେଶ୍‌କେ ଯିବାର୍ ଲାଗି ମନା କଲେ। ତେହେରୁଁ ମୋଶା ମରିଗଲେ ଆର୍ ଇସ୍ରାଏଲ୍ ଲୋକ୍‌ମାନେ ତିରିଶ୍ ଦିନ୍ ତକ୍ କାନ୍ଦ୍‌ଲେ। ଯିହୋଶୂୟ ସେମାନ୍‌କର୍ ନୁଆଁ ମୁଖିଆ ହେଲେ। ଯିହୋଶୂୟ ଗୁଟେ ଭଲ୍ ମୁଖିଆଟେ ଥିଲେ କାଁକରି କି ସେ ମାହାପୁରୁକେ ବିଶ୍ୱାସ୍ କରୁଥିଲେ ଆର୍ ମାହାପୁରୁର୍ ବିଦ୍ଧି ବିଧାନ୍‌କେ ମାନୁଥିଲେ।

ବାଇବଲ୍‌ର କଥାନୀ: ଯାତ୍ରା ପୁସ୍ତକ ୧୬-୧୭; ଗଣନା ପୁସ୍ତକ ୧୦-୧୪; ୨୦; ୨୭;ଦ୍ୱିତୀୟ ବିବରଣୀ ୩୪

Read in the reader

Free to use, adapt, and share under an open license (CC BY-SA 4.0).