15. ୧୫. ପ୍ରତିଜ୍ଞାର୍ ଦେଶ୍
ଶେଷ୍ରେ ଇସ୍ରାଏଲ୍ ଲୋକ୍ ମାନ୍କର୍ ପ୍ରତିଜ୍ଞାର୍ ଦେଶ୍ କିଣାନ୍କେ ଢୁକ୍ ବାର୍ ସମିୟାଁ ଥିଲା। ସେ ଦେଶେ ଯିରିହୋ ବଲିକରି ଗୁଟେ ଶହର୍ ଥିଲା। ଇ ସହର୍କେ ବଁଚାବାର୍ ଲାଗି ତାର୍ ଚାରିଆଡେ ଗୁଟେ ବର୍କସ୍ ବେଢା ଥିଲା। ଯିହୋଶିୟ ସେ ସହର୍କେ ଦୁଇଟା ଗୁପ୍ତଚୋର୍ ପଠାଲେ। ସେଠାନେ ରାହାବ୍ ବଲିକରି ଗୁଟେ ବେଶ୍ୟା ଥିଲା। ସେ ସେମାନ୍କୁ ସହର୍ ଭିତ୍ରେ ଲୁକେଇ କରି ରଖ୍ଲା। ଆରୁ ପରେ ସେମାନ୍କୁ ସହର୍ଠାନୁ ବାହାର୍କେ ଲୁକେଇ କରି ବଟେଇ ଦେଲା।ସେ ମାହାପୁରୁକେ ବିଶ୍ୱାସ୍ କରୁଥିଲା, ଇଥିର୍ ଲାଗି ହେନ୍ତା କଲା। ଯେତ୍କିବେଲ୍କେ ଇସ୍ରାଏଲିୟ ଲୋକ୍ ମାନେ ଯିରିହୋ ସହର୍କେ ଧ୍ୱଂସ୍ କର୍ବେ ସେତ୍କିବେଲେ ଗୁପ୍ତ ଚୋର୍ ମାନେ ରାହାବ୍ ଆର୍ ତାର୍ ପରିବାର୍କେ ବଚେଇଁ କରି ରଖ୍ବାର୍ ଲାଗି ପ୍ରତିଜ୍ଞା କଲେ।
ଇଶ୍ରାଏଲ୍ ଲୋକ୍ ମାନ୍କେ ପ୍ରତିଜ୍ଞାର୍ ଦେଶ୍କେ ଯିବାର୍ ଲାଗି ଯର୍ଦନ୍ ନଦୀ ପାର୍ କର୍ବାର୍ ଥିଲା। ମାହାପୁରୁ ଯିହୋଶିୟକେ କହେଲେ, ପହେଲା ଯାଜକ୍ ମାନ୍କେ ନଦୀକେ ଯିବାର୍ ଲାଗି ଦିଅ। ଯେତ୍କିବେଲ୍କେ ଯାଜକ୍ ମାନେ ଯର୍ଦନ୍ ନଦୀନ ପାଦ୍ ପକାଲେ, ତାର୍ପରେ ନଦୀନ ଯଉ ଥିବାର୍ ପାଏନ୍ର ଧାରା ବନ୍ଦ୍ ହେଇଗଲା। ତାର୍ପରେ ଇସ୍ରାଏଲ୍ର ଲୋକ୍ ମାନେ ସୁଖା ଭୁଇଁନ ନଦୀର୍ ଆର୍ ଫାଲ୍କେ ଗଲେ।
ଲୋକ୍ମାନେ ଯର୍ଦ୍ଧନ୍ ନଦୀ ପାର୍ ହେଲା ପରେ , ମାହାପୁରୁ ଯିହୋଶିୟକେ କହେଲେ, ଯିରୀହୋ ନଗର୍ ବହୁତ୍ ଶକ୍ତିଶାଲୀ ହେଲେବି ତମେ କାବୁ କର୍ବାର୍ ଲାଗି ସଜ୍ବାଜ୍ ହୁଅ। ମାହାପୁରୁ ଲୋକ୍ ମାନ୍କେ କହେଲେ ଯେ, ତାକର୍ ଯାଜକ୍ ଆର୍ ସେନାମାନେ ଛ ଦିନେ ଇ ନଗର୍ର ଚାରି ଆଡେ କିନ୍ଦ୍ରିବ। ତହେରୁଁ ସେମାନେ ସେନ୍ତା କଲେ।
ମାହାପୁରୁ ଫେର୍ କହେଲେ ଇସ୍ରାଲୀୟ ଲୋକ୍ମାନ୍କୁଁ ସାତ୍ ନମର୍ ଦିନେ ସାତ୍ ଥର୍ କିନ୍ଦିରିବାର୍କେ ପଡ଼୍ବା। ତାର୍ପରେ ଯାଜକ୍ ମାନ୍କୁଁ ତୂରି ବଜାବାକେ ପଡ୍ବା ଆରୁ ଲୋକ୍ମାନେ ଜୋର୍ ସେ ଚିର୍ଲାବେ। ସେଥିର୍ଲାଗି ସେମାନେ ସେନ୍ତା କଲେ।
ତେହେରୁଁ ଯିରୀହୋ ନଗର୍ରେ ଥିବାର୍ ବଡ଼୍ କାଥି ଧସ୍କି ଗଲା। ଆର୍ ଇସ୍ରାଏଲ୍କେ ମାହାପୁରୁ ଯେନ୍ତା ହୁକୁମ୍ ଦେଇଥିଲେ ସେନ୍ତା ସେମାନେ ସେନର୍ ସବୁକେ ଛାର୍ ଖାର୍ କରିଦେଲେ, ହେଲେ ରାହବ୍ ଆର୍ ତାର୍ ପରିବାର୍କେ ଛାଡି ଦେଲେ ଯେନ୍ମାନେ କି ତାକର୍ଠାନେ ମିଶିଗଲେ। କିଣାନ୍ନ ରହୁଥିବାର୍ ଦୁସ୍ରା ଲୋକ୍ ମାନେ ଯେତ୍କିବେଲେ ସୁନଲେ ଯେ, ଇସ୍ରାଏଲ୍ର ଲୋକ୍ମାନେ କିଣାନ୍ ନଗର୍କେ ଭାଙ୍ଗି ରୁଚି ଦେଇଛନ୍। ତେହେରୁଁ ସେମାନେବି ଡରି ମଲେ ଯେ, ଇସ୍ରାଏଲ୍ର ଲୋକ୍ମାନେ ସେମାନ୍କେବି ହାମ୍ଲା କର୍ବେ।
ମାହାପୁରୁ ଫେର୍ ଇସ୍ରାଏଲ୍ର ଲୋକ୍ ମାନ୍କୁଁ କିଣାନ୍ ଦେଶ୍ର କେହେନି ଜାତିର୍ ଲୋକ୍ ମାନ୍କର୍ ସଙ୍ଗେ ଶାନ୍ତି ସ୍ଥାପନ୍ କର୍ବାର୍ ଲାଗି ମନା କଲେ, ହେଲେ କିଣାନ୍ର ଗିହୋନିୟ ବଲି କରି ଗୁଟେ ଜାତି ଯିହୋଶୁଅକେ ଠକ୍ଲେ ଯେ, ଆମେ କିଣାନ୍ ଦେଶ୍ଠାନୁ ବନେ ଦୁରେ ଅଛୁଁ ଆର୍ ଆମେ କିଣାନ୍ର ଲୋକ୍ ନୁହେଁସେ। ଆର୍ ସେମାନେ ଯିହୋଶୂୟକେ ତାକର୍ ସାଙ୍ଗେ ସାନ୍ତି ସ୍ଥାପନା କର୍ବାର୍କେ କହେଲେ। ହେଲେ ଯିହୋଶୂୟ ଆର୍ ଦୁଶୁରା ଇସ୍ରାଏଲ୍ର ମୁଖିଆ ଲୋକ୍ ମାନେ ମାହାପୁରୁକେ ନାଇ ପଚ୍ରାଲେ ଯେ, ଇଟା କେନ୍ତା କର୍ବାର କଥା ହେଲେ ଉଲଟିଆ ସେମାନ୍କର୍ ସାଙ୍ଗେ ଶାନ୍ତିସ୍ଥାପନ୍ କରିନେଲେ।
ତିନ୍ ଦିନ୍ ପରେ ଇସ୍ରାଏଲ୍ର ଲୋକ୍ମାନେ ଯାନ୍ବାର୍କେ ପାଇଲେ ଯେ ଯିବୋନିୟ ର ଲୋକ୍ ମାନେ କିଣାନ୍ରେ ହିଁ ରହୁଥିଲେ। ଯିବୋନିୟ ଲୋକ୍ ମାନେ ସେମାନ୍କୁ ଠକି ଦେଲେ ଇଥିର୍ଲାଗି ସେମାନେ ରିସ୍ମି ହେଇଗଲେ, ଇଥିର୍ଲାଗି ମାହାପୁରୁର୍ ଆଘେ ସେମାନେ ପ୍ରତିଜ୍ଞା କରିଥିଲେ ଯେ ସେମାନ୍କର୍ ସାଙ୍ଗେ କରି ଥିବାର୍ ଶାନ୍ତି ସ୍ଥାପନ୍ ଚୁକ୍ତିକେ ବନେଇ କରି ରଖ୍ଲେ। ତାର୍ କେତେ ଦିନ୍ ପରେ ପରେ କିଣାନ୍ନ ଥିବାର ଅଲ୍ଗା ଜାତିର୍ ଲୋକ୍ ଆମୋନିଅ ଲୋକ୍ମାନେ ଶୁନ୍ଲେଯେ ଗିଦୋନିଅ ମାନେ ଇସ୍ରାଏଲ୍ ଲୋକ୍ମାନ୍ କର୍ ସାଙ୍ଗେ ଗୁଟେ ଶାନ୍ତି ସ୍ଥାପନ କରିଥିଲେ। ସେଥିର୍ଲାଗି ସେମାନେ ତାକର୍ ସୈନ୍ୟ ମାନ୍କେ ଗୁଟେ ବଡ୍ ସୈନ୍ୟ ଦଲ ବନାଲେ, ଆର୍ ଗିଦିୟନ୍ ଉପ୍ରେ ଆକ୍ରମନ୍ କଲେ। ଗିଦୋନିୟ ମାନେ ଯିହୋଶିୟକେ ସାହାର୍ଯ କର୍ବାର୍ ଲାଗି ଖବର୍ ପଠାଲେ।
ସେଥିର୍ ଲାଗି ଯିହୋଶିୟ ଇସ୍ରାଏଲ୍ର ସବୁ ସୈନ୍ୟ ମାନ୍କୁଁ ଏକ୍ଜୁଟ୍ କଲେ, ଆରୁ ପୁରା ରାତା ରାତି ଗିବନିୟ ମାନ୍କର୍ ନିକେ ଯିବାର୍ ଲାଗି କହେଲେ, ଆର୍ ଭୋର୍ ସକାଲେ ଇମରିୟ ମାନ୍କେ ଯାଇ କରି ଅଚାନକ୍ ଆକ୍ରମଣ କଲେ।
ମାହାପୁରୁ ସେ ଦିନେ ଇଶ୍ରାଏଲ୍ ମାନ୍କର୍ ଲାଗି ନିଜେ ଯୁଦ୍ଧ କଲେ। ଆର୍ ସେମାନ୍କର୍ ମନ୍କେ ଦନ୍ଦାବଢିୟା କରିଦେଲେ ଆର୍ କରା ପଥର୍ରେ ସବୁ ଲୋକ ମନ୍କେ ମାରିଦେଲେ।
ମାହାପୁରୁ ସୂର୍ଯ୍ୟକେ ବି ଆକାଶ୍ର ଗୋଟେ ଜାଗାଥି ରଖି ଦେଲେ , କାଁକରି କି ଇସ୍ରାଏଲ୍ ଲୋକ୍ ମାନ୍କୁ ଜହ ସମିୟାଁ ମିଲୁ ଆର୍ ଇମରିୟ ମାନ୍କେ ପୁରା ପୁରି ହରେଇ ଦଉନ୍। ସେ ଦିନେ ମାହାପୁରୁର୍ ଲାଗି ଇସ୍ରାଏଲିୟ ଲୋକ୍ ମାନେ ଗୁଟେ ବଡ୍ ଜୟ ପାଏଲେ।
ମାହାପୁରୁ ସୈନ୍ୟ ମାନ୍କୁଁ ହରାବାର୍ ପରେ କିଣାନ୍ ଜାତିର୍ ବହୁତ୍ ଲୋକ୍ ଇସ୍ରାଏଲ୍ ଉପ୍ରେ ଦାଖଲ୍ କର୍ବାର୍ ଲାଗି ସବେ ଏକ୍ଜୁଟ୍ ହେଲେ। ହେଲେ ଯିହୋଶିୟ ଆର୍ ଇସ୍ରାଏଲିୟ ଲୋକ୍ ମାନେ ଆକ୍ରମଣ୍ କରିକରି ତାକର୍ ସବୁକେ ଧ୍ୱଂସ୍ କରିଦେଲେ।
ଇ ଯୁଦ୍ଧ ପରେ ମାହାପୁରୁ ଇସ୍ରାଏଲ୍ର ସବୁ ଜାତିର୍ ଲୋକ୍ ମାନ୍କୁଁ ନିଜର୍ ପ୍ରତିଜ୍ଞାର୍ ଜାଗାକେ ଦେଲେ, ଆର୍ ଇସ୍ରାଏଲ୍ର ସବୁ ଜାଗାନ ଶାନ୍ତି ପ୍ରଦାନ୍ କଲେ।
ଯେତ୍କିବେଲ୍କେ ଯିହୋଶିୟ ବୁଢା ହେଇ ଗଲେ। ସେ ଇସ୍ରାଏଲ୍ର ସବୁଲୋକ୍ ମାନ୍କୁଁ ଗୁଟେ ଯାଗାକେ ଡାକ୍ଲେ। ଆର୍ ତେହେରୁଁ ଯିହୋଶିୟ ସେ ଲୋକ୍ ମାନ୍କୁଁ ମାହାପୁରୁର୍ ସିନାଇ ପାହାଡ୍ନ ପ୍ରତିଜ୍ଞା କରି ଥିବାର୍ କଥାକେ ମାନ୍ବାର୍ ଲାଗି ମନେ ପକେଇ ଦେଲେ। ତେହେରୁଁ ଲୋକ୍ମାନେ ମାହାପୁରୁର୍ନ ବିଶ୍ୱାସ୍ ରଖ୍ବାର ଲାଗି ଆର୍ ତାକର ନିୟମକେ ମାନ୍ବାର୍ ଲାଗି ଶପଥ୍ କଲେ।
ବାଇବଲ୍ର କଥାନୀ: ଯିହୋଶୂୟ ୧-୨୪
Free to use, adapt, and share under an open license (CC BY-SA 4.0).