16. ୧୬. ମାହାପୁରୁ ଉଦ୍ଧାର୍କାରୀ
ଯିହୋଶିୟ ମର୍ଲା ପରେ, ଇସ୍ରାଲୀୟ ଲୋକ୍ ମାନେ ମାହାପୁରୁକେ ଆର୍ ନାଇଁ ମାନ୍ଲେ। ସେମାନେ ମାହାପୁରୁର୍ ବିଧି ବିଧାନ୍କେ ବିଲ୍କୁଲ୍ ନାଇଁ ମାନ୍ଲେ, ଆର୍ ସେମାନେ ପ୍ରତିଜ୍ଞା ଦେଶେ ରହିଯାଇ ଥିବାର୍ (କୀଣାନୀଅ) କିଣାନ୍ ଦେଶର୍ ଲୋକ୍ ମାନ୍କୁ ନେଇ ବାହାର୍ କରି। ସେ ଇଶ୍ରାଏଲିୟ ମାନେ ନିଜର୍ ମାହାପୁରୁ ଯିହୋବାୟୀରି ଜୀବିତ୍ ମାହାପୁରୁକେ ଛାଡିକରି କିଣାନିୟ ମାନ୍କର୍ ଦେବା ଦେବୀକେ ପୂଜା କର୍ବାର୍ ଆରମ୍ କଲେ। ଇସ୍ରାଲୀୟ ଲୋକ୍ମାନ୍କର୍ ରଜା ନେଇଥାଇ ହେଥିର୍ ଲାଗି ଲୋକ୍ ମାନେ ନିଜର୍ ମନେ ଯେନ୍ଟା ଠିକ୍ ବଲି ଭାବୁଥିଲେ ସେଟା ସେମାନେ କରି ବସ୍ଲେ।
ମାହାପୁରୁକେ ଅମାନ୍ତି କରି, ଇଶ୍ରାଏଲିୟ ଲୋକ୍ ମାନେ ଗୁଟେ ଢାଚାଁ ଆରମ୍ କଲେ ଯେନ୍ଟା ବହୁତ୍ ଥର୍ ଆର୍ ବାର୍ ବାର୍ ହେଲା। ଏନ୍ତା କିସ୍ମେ ଢାଚାଁ ଚାଲିଥିଲା: ଇଶ୍ରାଏଲିୟ ଲୋକ୍ ମାନେ ବହୁତ୍ ବରଷ୍ ତକ୍ ମାହାପୁରୁକେ ଅମାଁନ୍ତି କର୍ବେ। ତେହେରୁଁ ମାହାପୁରୁ ସେମାନ୍କୁ ତାକର୍ ଶତୃ ମାନ୍କର୍ ହାତୁଁହିଁ ହରେଇ କରି ଦଣ୍ତ ଦେବେ। ସେ ଶତୃ ମାନେ ଇଶ୍ରାଏଲିୟ ମାନକର୍ ସବୁ ସାମାନ୍ ଚୁରେଇ ନେବେ, ତାକର୍ ଧନ୍ ସଂପତ୍ତିକେ ଧନ୍ସ କର୍ବେ, ଆରୁ ସେମାନ୍କର୍ ଭିତ୍ରୁ ବହୁତ୍ ଲୋକ୍ ମାନ୍କୁ ମାରିଦେବେ। ତେହେରୁଁ ଇଶ୍ରାଏଲ୍ର ବିରୋଧି ଲୋକ୍ ମାନେ ସେମାନ୍କୁ ବହୁତ୍ ବରଷ୍ ତକ୍ ଅତ୍ୟାଚାର କରିସାର୍ଲା ପରେ, ଇଶ୍ରାଏଲିୟ ମାନେ ସେମାନ୍କର୍ କରିଥିବାର୍ ପାପ୍ ଲାଗି ପସ୍ତାବେ ଆରୁ ମାହାପୁରୁକେ ଉଦ୍ଧାର୍ କର୍ବାର୍ ଲାଗି ଗୁହାରିବେ।
ସବୁବେଲେ ଇଶ୍ରାଏଲିୟ ମାନେ ଅନୁତାପ୍ କଲେ, ମାହାପୁରୁ ସେମାନ୍କୁ ଉଦ୍ଧାର୍ କର୍ବେ। ସେ ଜନେ ରକ୍ଷାକାରୀକେ ଦେଇ ଏନ୍ତା କରାଲେ- ଜନେ ଲୋକ୍ ଯିଏ ସେମାନ୍କର୍ ଶତୃ ବିରୁଧ୍ରେ ଲଢେଇ କର୍ବେ ଆରୁ ସେମାନ୍କୁ ହରାବେ। ତେହଁରୁ ଦେଶ୍ରେ ଶାନ୍ତି ହେବା ଆରୁ ରକ୍ଷାକାରି ସେମାନ୍କର୍ ଉପ୍ରେ ଭଲ୍ଭାବେ ଶାସନ୍ କର୍ବେ। ମାହାପୁରୁ ଲୋକ୍ମାନ୍କେ ଉଦ୍ଧାର୍ କର୍ବାର୍ ଲାଗି ଅନେକ୍ ରକ୍ଷାକାରୀ ମାନ୍କୁ ପଠାଲେ। ମଦିୟନ୍ ମାନ୍କର୍ ଦେଇ ଇଶ୍ରାଏଲ୍ ଲୋକ୍କେ ହରାବାର୍ ଲାଗି ପାଖର୍ ଇ ଶତ୍ରୁ ମାନ୍କୁ ଅନୁମତି ଦେବାର୍ ଉତ୍ତାରେ ମାହାପୁରୁ ଇସବୁ କାମ୍ କଲେ।
ମିଦେନିୟ ମାନେ ସାତ୍ ବରଷ୍ ତକ୍ ଇସ୍ରାଏଲିୟ ଲୋକ୍ ମାନ୍କର୍ ଧାନ୍ ଚାଉଲ୍କେ ଲୁଟି ନେଲେ। ଇସ୍ରାଏଲିୟ ମାନେ ବହୁତ୍ ଡରିଯାଇ ଥିଲେ। ମଦିଅନ୍ ଲୋକ୍ ସେମାନ୍କୁ ଯେନ୍ତା ଖୋଜି ନେଇ ପାର୍ବେ ସେମାନେ ଗୁଟେ ଗୁମ୍ପା ଭିତ୍ରେ ଲୁକି ଦେଲେ। ଶେଶ୍ରେ, ସେମାନେ ମାହାପୁରୁର୍ଠାନେ କାନ୍ଦ୍ଲେ ଯେନ୍ତାକି ସେମାନେ ରକ୍ଷା ପାଏବେ।
ସେନ ଗିଦିଅନ୍ ବଲିକରି ଗୁଟେ ଇଶ୍ରାଏଲ୍ର ଲୋକ୍ ଥିଲେ। ଦିନେ ସେ ଗୁଟେ ଲୁକ୍ନିଆ ଜାଗାନେ ଗହମ୍ ମଡଉଥିଲା କାଁହେଲା ଯେ ବଏଲେ ମିଦିୟନ୍ର ଲୋକ୍ ସେଟା ଚୁରେଇ ନେଇଁ ପାରନ୍। ମାହାପୁରୁର୍ ଗୁଟେ ସରଗ୍ ଦୂତ ଗିଦିଅନ୍ ପାସ୍କେ ଆସ୍ଲେ ଆର୍ କହେଲେ, “ମାହାପୁରୁ ତୁମର୍ ସାଙ୍ଗେ ଅଛନ୍, ଯିଏକି ଗୁଟେ ଶକ୍ତିଶାଲି ଯୁଦ୍ଧା। ତୁମେ ଯ ଆର୍ ଇସ୍ରାଏଲ୍ର ଲୋକ୍ ମାନ୍କୁ ମିଦିଏନ୍ ଲୋକ୍ ମନ୍କର୍ଠାନୁ ବଚାଁବ।
ଗିଦିଅନ୍ର ବୁଆର୍ ମୁର୍ତ୍ତି ସମର୍ପଣ କର୍ବାର୍ ଲାଗି ଗୁଟେ ବେଦି ଥିଲା। ମାହାପୁରୁ ଗିଦିଅନ୍କେ ପହେଲା ବେଦିକେ ଭାଙ୍ଗ୍ବାର୍ ଲାଗି କହିଥିଲେ। ହେଲେ ଗିଦିଅନ୍ ଲୋକ୍ ମାନ୍କୁ ଡରୁଥିଲା। ସେଥିର୍ଲାଗି ସେ ରାଏତ୍ ତକ୍ ଜୁଗି ଥିଲା। ତାର୍ପରେ ସେ ବେଦିକେ ଭାଙ୍ଗି ଦେଲା ଆର୍ ଖଣ୍ ଖଣ୍ କରି ଦେଲା। ତାର୍ପରେ ସେତାର୍ ପାସେ ଆର୍ ଗୁଟେ ବେଦି ବନାଲା ଆର୍ ସେନ ମାହପୁରୁର୍ ଲାଗି ବଳି ଦେଲା।
ଆର ଦିନେ ସକାଲେ ଯେତ୍କି ବେଲ୍କେ ଲୋକ୍ ମାନେ ସୋର୍ ପାଏଲେ ଯେ, ସେ ବେଦୀକେ କିଏ ଜନେ ଆସି କରି ଭାଁଙ୍ଗି ଦେଇଛେ ଆର୍ ଖଣ୍ଖଣ୍ କରିଦେଇଛେ, ତେହେରୁଁ ସେମାନେ ସେନୁ ବେଶି ରିସ୍ମି ହେଲେ। ସେମାନେ ତାହାକେ ମାର୍ ବାର୍ ଲାଗି ଗିଦିଅନ୍ ଘର୍କେ ଗଲେ, ହେଲେ ସେନ ଗିଦିଓନ୍ ର ବୁଆ କହେଲା, “କାଏଁ ହେଲା ଯେ ତମେ ତମର୍ ଦେବ୍ତା କେ ସାହାଯ୍ୟ କରୁଛ? ଯଦି ସେ ମାହାପୁରୁ ଆଏଁ, ତ ସେ ନିଜ୍ କେ ବଁଚାବା ନ ! ତେହେରୁଁ ଗିଦିଅନ୍ର ବୁଆର୍ କଥା ସୁନି କରି ଲୋକ୍ ମାନେ ତାହାକେ ନାଇ ମାଁରି।
ତାର୍ପରେ ମିଦିୟନ୍ର ଲୋକ୍ ମାନେ ଇଶ୍ରାଏଲ୍ର ଲୋକ୍କେ ଲୁଟ୍ବାର ଲାଗି ଫେର୍ ଆସ୍ଲେ। ସେମାନେ ଏତ୍କି ଲୋକ୍ ଥିଲେଯେ ଗନି ନେଇଁ ହଉଥାଇ। ଗିଦିଅନ୍ ଇଶ୍ରାଏଲ୍ର ଲୋକ୍ମାନ୍କୁଁ ଏକା ସାଙ୍ଗେ ଲଡେଇ କର୍ବାର୍ ଲାଗି ଡାକ୍ଲା। ମାହାପୁରୁ ସତେ ଇଶ୍ରାଏଲ୍ କେ ବଚାବାର୍ ଲାଗି କହୁଛନ୍ ବଲି ଜାନ୍ବାର୍ ଲାଗି, ଗିଦିଅନ୍ ମାହାପୁରୁ କେ ଦୁଇଟା ଚିହ୍ନା ସରୁପ୍ପେ ମାଁଗଲା।
ପହେଲା ଚିନ୍ହା , ଗିଦିଅନ୍ ମେଢିର୍ ଛାଲ୍କେ ମାଏଟ୍ ତଲେ ରଖଲା ଆର୍ ମାହାପୁରୁକେ କହେଲା ସକାଲର୍ ଓସ୍ ଖାଲି ମେଢ଼ା ଛାଲ୍ ଉପରେ ପଡୁ ତଲେ ନେଇଁ ପଡୁ। ଆର୍ ମାହାପୁରୁ ହେନ୍ତା ହିଁ କଲେ। ଆରଦିନେ ରାତି, ଫିର୍ ମାହାପୁରୁକେ କହେଲା ଭୁଇଁ କଁଚା ହେଇଯଉ ହେଲେ ଛାଲ୍ ସୁଖା ରହୁ। ଆର୍ ମାହାପୁରୁ ସେନ୍ତା ହିଁ କଲେ, ସେ ଦୁଇଟା ଚିହ୍ନା ଲାଗି ଗିଦିଅନ୍ ମାହାପୁରୁକେ ବିଶ୍ୱାସ୍ କଲା ଯେ, ଇଶ୍ରାଏଲ୍ ଲୋକ୍କେ ମିଦିନିୟ ମାନକର୍ଠାନୁ ବଚାଁବେ ବଲି।
ତେହେରୁଁ ଗିଦିଅନ୍ ସଏନିକ୍ ମାନ୍କୁଁ ନିଜର୍ ପାସ୍କେ ଡାକ୍ଲା , ଆର୍ ୩୨, 000 ଲୋକ୍ ଆସ୍ଲେ। ହେଲେ ମାହାପୁରୁ କହେଲେଯେ ଇଟା ବହୁତ୍ ଲୋକ୍ ହେଇଗଲେ। ତେହେରୁଁ ଯେନ୍ମାନେ ଲଡେଇ କର୍ବାର୍ ଲାଗି ଡରୁ ଥିଲେ, ଗିଦିଅନ୍ ସେ ୨୨, 000 ଲୋକ୍କେ ତାକର୍ ଘର୍ ପଠେଇ ଦେଲେ। ମାହାପୁରୁ ଗିଦିଅନ୍କେ କହେଲେ, ଇହାଦେବି ବହୁତ୍ ଲୋକ ଅଛନ୍। ତ ଗିଦିଅନ୍ 300 ଲୋକ୍କୁ ରଖିକରି ସବ୍କୁ ଘର୍କେ ପଠେଇ ଦେଲେ।
ଗିଦିଅନ୍କେ ମାହାପୁରୁ ସେ ରାତି କହେଲେ, “ମିଦିଅନ୍ ମାନ୍କର୍ ତମ୍ବୁ ଯା, ଆର୍ ତାକର୍ କଥାକେ ଶୁନ୍। ଯେତ୍କିବେଲେ ତୁଇ ସୁନ୍ବୁ ସେମାନେ କାଏଁ କଥା ହେଉଛନ୍, ତୁଇ ସେମାନ୍ କର୍ କଥା ସୁନ୍ଲେ ଆରୁ ଆକ୍ରମଣ୍ କର୍ବାର୍ ଲାଗି ନେଇଁ ଡରୁ।” ତେହେରୁଁ ସେ ରାତି, ଗିଦିଅନ୍ ତାକର୍ ତମୁଠାନ୍କେ ଗଲା ଆର୍ ତାର୍ ଗୁଟେ ମିଦିଅନ୍ ସଏନିକ୍ ନିଜର୍ ତାର୍ ସାଙ୍ଗ୍ ର ସ୍ୱପ୍ନେ ଦେଖିଥିବାର୍ କଥା କହୁଥିବାର୍ଟା ଶୁନ୍ଲେ। ସେ ଲୋକର୍ ସାଙ୍ଗ୍ କହିଥିଲା, “ଇ ସ୍ୱପ୍ନର୍ ଅର୍ଥ ହଉଛେ ଗିଦିଅନ୍ର ସୈନ୍ୟମାନେ ଆମ୍କେ ହରାବେ। ଯେତ୍କିବେଲେ ଗିଦିଅନ୍ ଇଟା ସୁନ୍ଲେ ସେ ମାହାପୁରୁକେ ଉପାସନା କଲେ।
ତାର୍ପରେ ଗିଦିଅନ୍ ତାର୍ ସେନା ମାନ୍କର୍ ପାସ୍କେ ଫେରି ଆସ୍ଲା ଆର୍ ସବ୍କେ ଗୁଟେ ଗୁଟେ ତୁରି , ମାଟିର୍ ହାଣି, ଆର୍ ଜୁଏ ହୁଲା ଦେଲା।ଯେନ୍ ସଏନିକ୍ ମାନେ ଶୁଇ ଥିଲେ ସେମାନ୍କର୍ ଚାରିଆଡ୍କେ ଘେରି ଦେଲେ, ଆର୍ ଗିଦିଅନ୍ର ୩୦୦ ସଏନିକ୍ ମାନେ ସେ ପାତ୍ର ବା ହାଣିରେ ଜୁଏ ହୁଲା ରଖୀଥିଲେ ଇଥିର୍ ଲାଗି ମିଦାନିଅନ୍ର ଲୋକ୍ ମାନେ ସେ ଉକିଆକେ ଦେଖି ନେଇଁ ପାର୍ଲେ।
ତେହେରୁଁ, ଗିଦିଅନ୍ ର ସୈନ୍ୟ ମାନେ ମାଁଟିର୍ ହାଣିକେ ଏକା ସାଙ୍ଗେ ଭାଙ୍ଗି ଦେଲେ, ଆର୍ ତୁରନ୍ତ୍ ସେ ଜୁଏ ହୁଲାର୍ ଜୁଏ ଜଲି ବସ୍ଲା। ସେମାନେ ତାକର୍ ତୁରି ଫୁକି ବସ୍ଲେ ଆରୁ ରଡ୍ଲେ, “ଇ ହତିଆର୍ ମାହାପୁରୁ ଆରୁ ଗିଦିଅନ୍ର ଲାଗି ଆଏ!”
ମାହାପୁରୁ ମିଦିନିଅ ଲୋକ୍ ମାନ୍କେ ଧଂଦେଇ ଦେଲେ ଯେ, ସେମାନେ ନିଜର୍ ଭିତ୍ରେ ହନା କଟା ଆରମ୍ କଲେ। ଆର୍ ତୁରନ୍ତ୍, ଗିଦିଅନ୍ ବହୁତ୍ ଇଶ୍ରାଏଲ୍ର ସେନା ମାଁନକର୍ ନିକେ ଖବର୍ ପଠାଲେଯେ, ମିଦାନିଅ ମାନ୍କର୍ ଠାନେ ଲଡେଇ କରବାର୍ ଲାଗି ଘରୁ ଆସୁ ଆରୁ ସାହାଯ୍ୟ କରୁ। ସେମାନେ ବହୁତ୍ ଲୋକ୍ ମାନ୍କେକେ ମାରି ଦେଲେ ଆର୍ ବାକି ଲୋକ୍ ମାନ୍କେ ଇଶ୍ରାଏଲ୍ ଦେଶ୍ ଠାନୁ ବାହାର୍ କରି ଦେଲେ। ସେ ଦିନେ ୧, ୨000 ମିଦାନିୟ ମାନେ ମରିଗଲେ। ଇନ୍ତା କିସ୍ମେ ମାହାପୁରୁ ଇଶ୍ରାଏଲ୍ କେ ରକ୍ଷା କଲେ।
ଲୋକ୍ ମାନେ ଗିଦିଅନ୍କେ ତାକର୍ ରଜା କର୍ବାର୍ ଲାଗି ଚାହୁଁଥିଲେ। ଗିଦିଅନ୍ ସେମାନ୍କୁ ଇଟା କର୍ବାର୍ ଲାଗି ଅନୁମତି ନାଇଁଦେଲେ, ହେଲେ ସେମାନ୍କୁ ମିଦିୟନ୍ ମାନ୍କରଠାନୁ ନେଇଁଥିବାର୍ କେତେ ସୁନାର୍ ମୁଦି ମାଗ୍ଲେ। ଲୋକ୍ମାନେ ଗିଦିୟନ୍କେ ବହୁତ୍ ସୁନା ଦେଲେ।
ତେହେରୁଁ ଗିଦିୟନ୍ ସୁନାକେ ମହାଯାଜକ୍ ମାନେ ଯେନ୍ତା କିସ୍ମର୍ କପ୍ଡା ପିନ୍ଦ୍ସନ୍ ହେନ୍ତା ପିନ୍ଧ୍ବାର୍ଲାଗି ଗୁଟେ ଅଲ୍ଗା କିସମ୍ର କପ୍ଡା ତିଆରି କଲେ। ହେଲେ ଲୋକ୍ମାନେ ତାହାକେ ମୁର୍ତି ବଲି ପୁଜା କର୍ବାର୍ ଆରମ୍ କଲେ। ଇଥିର୍ଲାଗି ମାହାପୁରୁ ଆର୍ଥରେ ଇଶ୍ରାଏଲ୍କେ ସଜା ଦେଲେ, କାଏଁଜେକି ସେମାନେ ମୁତ୍ତି ପୁଜା କଲେ। ମାହାପୁରୁ ସେମାନ୍କର୍ ବିରୋଧି ମାନ୍କୁ ହରାବାର୍ ଲାଗି ଅନୁମତି ଦେଲେ। ଶେଷ୍ରେ ସେମାନେ ଫେର୍ ମାହାପୁରୁକେ ସାହାଯ୍ୟ ମାଗ୍ଲେ, ଆର୍ ମାହାପୁରୁ ସେ ମାନ୍କୁ ଉଦ୍ଧାର୍ କର୍ବାର୍ ଲାଗି ଗୁଟେ ଉଦ୍ଧାର୍କାରୀକେ ପଠାଲେ।
ଇ ଘଟନା ବାର୍ବାର୍ ଘଟଲା, ଇଶ୍ରାଏଲିୟ ମାନେ ପାପ୍ କରବେ, ମାହାପୁରୁ ସେମାନ୍କୁ ସଜାଦେବେ, ସେମାନେ ପସ୍ତାବେ, ଆର୍ ମାହାପୁରୁ ଉଦ୍ଧାର୍ କର୍ବାର୍ ଲାଗି କାହାକେ ଗୁଟେ ପଠାବେ। ବହୁତ୍ ବରଷ୍ ଭିତେରେ, ମାହାପୁରୁ ଅନେକ୍ ଉଦ୍ଧାର୍କାରୀ ମାନ୍କେ ପଠାବେ, ଯେନ୍ମାନେକି ଇଶ୍ରାଏଲିୟ ମାନ୍କୁ ସେମାନ୍କର୍ ଶତୃ ମାନ୍କର୍ଠାନୁ ରକ୍ଷା କର୍ବେ।
ଶେଷ୍ରେ, ଲୋକ୍ମାନେ ଅଲ୍ଗା ଦେଶର୍ ଏନ୍ତା ମାହାପୁରୁକେ ଗୁଟେ ରଜା ମାଗ୍ଲେ। ସେମାନେ ଏନ୍ତା ଗୁଟେ ରଜା ଚାହୁଁଥିଲେଯେ, ଯିଏକି ଡେଙ୍ଗ୍ ଆର୍ ଶକ୍ତିଶାଳୀ ଥିବେ ଆରୁ ଯିଏକି ସେମାନ୍କୁ ଯୁଦ୍ଧରେ ପରିଚାଲ୍ନା କର୍ବେ। ହେଲେ ମାହାପୁରୁ ତାକର୍ ଇ ଅନୁରୋଧ୍କେ ପସନ୍ଦ୍ ନେଇକଲେ, ହେଲେ ସେମାନେ ଯେନ୍ତା ରଜା ମାଗୁଥିଲେ ଥିଲେ ସେ ସେମାନ୍କୁ ହେନ୍ତା ରଜା ଗୁଟେ ଏକା ଦେଲେ।
କାହାନୀ: ବିଚାରକର୍ତ୍ତା ୧-୩; ୬-୮; ୧ଶାମୁୟେଲ ୧-୧୦
Free to use, adapt, and share under an open license (CC BY-SA 4.0).