17. ୧୭. ମାହାପୁରୁ ଦାଉଦର୍ ସାଁଙ୍ଗେ ଚୁକ୍ତି କଲେ
ଶାଉଲ୍ ଇସ୍ରାଏଲ୍ର ପହେଲା ରଜା ଥିଲେ। ସେ ଡେଙ୍ଗା ଆର୍ ପସନ୍ଦ ଦିଶ୍ବାର୍ ମୁନୁଷ୍ଟେ ଥିଲେ। ଆର୍ ଯେନ୍ତା ଲୋକ୍ ମାନେ ଚାହୁଁଥିଲେ ହେନ୍ତାହିଁ ଥିଲେ। ପହେଲା କିଛି ବରଷ୍ର ଶାସନ୍ କାଳେ ଶାଉଲ୍ ରଜା ଇସ୍ରାଏଲ୍ର ଗୁଟେ ଭଲ୍ ରଜା ଥିଲେ। ହେଲେ ପଛେକା ସେ ବହୁତ୍ ବଦ୍ମାସ୍ ହେଲା ଆର୍ ମାହାପୁରୁର୍ କଥା ନେଇଁ ମାନ୍ଲେ। ସେଥିର୍ ଲାଗି ମାହାପୁରୁ ଅଲ୍ଗା ଜନେକେ ରଜା ବାଛ୍ଲେ ଯିଏ ଦିନେ ସାଉଲ୍ର ଜାଗାଥି ରଜା ହେବା।
ମାହାପୁରୁ ଇସ୍ରାଏଲ୍ର ଦାଉଦ୍ ବଲିକରି ଗୁଟେ ଜୁଆନ୍ ପିଲାକେ ବାଛ୍ଲେ ଆର୍ ତାହାକେ ରଜା କର୍ବାର୍ ଲାଗି ପ୍ରସ୍ତୁତ କର୍ବାର୍ ଆରମ୍ କଲେ, ଯେନ୍ତାକି ଦିନେ ସେ ଶାଉଲ୍ ପରେ ରଜା ହେବେ। ଦାଉଦ୍ ବେଥଲିହିମ୍ ସହର୍ରେ ଗୁଟେ ମେଢ଼ି ଚରୁଆଟେ ଥିଲେ। ଗୁଟେ ସମିୟାଁ ଥି, ଦାଉଦ୍ ତାର୍ ବୁଆର୍ ମେଢ଼ିକେ ଚରାବାର୍ ବେଲେ ବାଘ୍ ଆର୍ ଭାଲୁ ମାନେ ଆକ୍ରମଣ୍ କରୁଥିଲେ ସେ ସେମାନ୍କୁ ମାରି ଦେଲେ। ଦାଉଦ୍ ଗୁଟେ ସୁତ୍ର ଆର୍ ଧାର୍ମିକ୍ ଲୋକ୍ଟେ ଥିଲେ। ସେ ମାହାପୁରୁର୍ କଥା ମାନୁଥିଲେ ଆର୍ ତାକର୍ ଉପରେ ଭର୍ସାବି ରଖୁଥିଲେ।
ଦାଉଦ୍ ଯେତେବେଲ୍କେ ଜୁଆନ୍ ହେଇଥିଲେ। ସେ ଗଲିଆତ୍ ବଲିକରି ଗୁଟେ ବିର୍ ଯୁଦ୍ଦା ସାଙ୍ଗେ ଲଢେଇ କଲେ। ଆର୍ ସେ ଗଲିଆତ୍ ଗୁଟେ ବହୁତ୍ ଭଲ୍ ସଇନିକ୍ ଥିଲା। ସେ ତିନ୍ ମିଟର ଲମ୍ୱାର୍ ଜନେ ଶକ୍ତିଶାଲି ଲୋକ୍ ଥିଲା! ହେଲେ ମାହାପୁରୁ ଦାଉଦ୍କେ ସହଯୋକ୍ କଲେ ଆର୍ ଗଲିଆତ୍କେ ମାରିକରି ଇଶ୍ରାଏଲିୟ ଲୋକ୍ ମାନ୍କୁ ବଚାଁଲେ। ତାର୍ପରେ ଦାଉଦ୍ ଏସ୍ରାଏଲ୍ର ବହୁତ୍ ଶତ୍ରୁ ମାନ୍କୁ ହରାଲେ। ଦାଉଦ୍ ଗୁଟେ ବନେ ବଡ଼ ସୈନ୍ୟଟେ ହେଲେ, ଆର୍ ଇଶ୍ରାଏଲ୍ ସେନା ମାନ୍କେ ବହୁତ ଯୁଦ୍ଦରେ କଡ଼େଇ ନେଲେ। ତେହେରୁଁ ଲୋକ୍ମାନେ ତାହାକେ ବହୁତ୍ ପ୍ରସଂସା କଲେ।
ତାର୍ ପରେ ଲୋକ୍ମନେ ଦାଉଦ୍କେ ବହୁତ୍ ଭଲ ପାଇ ବସ୍ଲେ। ତେହେରୁଁ ସାଉଲ୍ ଦାଉଦ୍କେ ବହୁତ୍ ଅହଁକାର୍ ହେଲା। ଶେଷେ ତାହାକେ ମାରିଦେବାର୍କେ ଚାହାଁଲା, ସେଥିର୍ ଲାଗି ସେତାର୍ଠାନୁ ଆର୍ ତାର୍ ସୈନ୍ୟ ଠାନୁ ଲୁକ୍ବାର୍ ଲାଗି ସେ ଜଙ୍ଗଲ୍ କେ ପଲାଲା। ଦିନେ ଶାଉଲ୍ ଆରୁ ତାର୍ ସେନା ମାନେ ତାହାକେ ଖୁଜୁଥିଲେ, ଆରୁ ଶାଉଲ୍ ଗୁଟେ ଗୁମ୍ଫାକେ ଗଲା, ଜେନ୍ନ ଦାଉଦ୍ ଲୁକିଥିଲା, ହେଲେ ଶାଉଲ୍ ତାହାକେ ନେଇ ଦେଖି ପାର୍ଲା। ଦାଉଦ୍ ଶାଉଲ୍ ର ପଛ୍ଆଡୁ ପୁରା ପାଖ୍କେ ଗଲା ଆରୁ ତାର୍ କପଡାର୍ ଫାଲେ କାଟିନେଲା। ଆର୍ ଶାଉଲ ଗୁମ୍ଫା ନୁ ବାହାର୍ଲା ପରେ ଦାଉଦ୍ ରଡ଼ିକରି ଶାଉଲ୍କେ ତାର୍ ହାତେ ଧରିଥିବାର୍ କପ୍ଡା ଦେଖାଲା। ଇନ୍ତାକରି, ଶାଉଲ୍ ଜାନିଥିଲା ଯେ ରଜା ହେବାର୍ ଲାଗି ଦାଉଦ୍ ତାହାକେ ମନା କରି ଦେଲା।
କେତେ ଦିନ୍ ପରେ, ଶାଉଲ୍ ଯୁଦ୍ଧରେ ମରିଗଲା। ଦାଉଦ୍ ସେ ଇଶ୍ରାଏଲ୍ର ରଜା ହେଲେ। ସେ ଗୁଟେ ଭଲ୍ ରଜା ଥିଲେ , ସେଥିରଲାଗି ଲୋକ୍ମାନେ ତାହାକେ ଭଲ ପାଉଥିଲେ। ମାହାପୁରୁ ଦାଉଦ୍କେ ଆଶୀର୍ବାଦ୍ କଲେ ଆର୍ ସଫଲ୍ତା ବି ଦେଲେ। ଦାଉଦ୍ ବହୁତ୍ଟେ ଯୁଦ୍ଧ କଲେ, ଆର୍ ମାହାପୁରୁ ତାହାକୁ ସାହାଯ୍ୟ କଲେ ଆର୍ ସେଥିର୍ ଲାଗି ଇଶ୍ରାଏଲ୍ର ଶତୃ ମାନ୍କୁଁ ହରଉ ଥିଲେ। ଦାଉଦ୍ ଯିରୁଶାଲମ୍କେ ଯୁଦ୍ଧ କରିକରି ଯିତିନେଲେ ଆର୍ ତାହାକେ ତାକର୍ ରାଜଧାନୀ ବନାଲେ, ଯେନ୍ଠାନେ ସେ ରହେଲେ ଆର୍ ସେନେ ଶାସନ୍ କଲେ। ସେ ସେଠାନେ ଚାଲିସ୍ ବରଶତକ୍ ରଜା ହେଇ କରି ରହେଲେ। ସେ ସମିଆଁନ, ଇସ୍ରାଏଲ୍ ଗୁଟେ ଧନୀ ଆର୍ ଶକ୍ତିଶାଲି ଦେଶ୍ ହେଲା।
ଦାଉଦ୍ ଗୁଟେ ମନ୍ଦିର୍ ବନାବାର୍ ଲାଗି ଚାହେଲେଁ ଯେନ୍ଠାନେକି ଇଶ୍ରାଏଲ୍ର ସବୁଲୋକ୍ ମାନେ ଆରାଧନା ଆରୁ ବଳୀ ଦାନ୍ ଚଢେଇ ପାର୍ବେ। ପାଖା ପାଖି ଚାର୍ସ ବରଷ୍ ଯାଏକ୍, ଯେନ୍ଠାନେ ମୋଶା ତମ୍ବୁ ବନେଇଁଥିଲେ ସେଠାନେ ଇଶ୍ରାଏଲ୍ର ଲୋକ୍ମାନେ ମାହାପୁରୁକେ ଆରାଧନା ଆର୍ ବଲୀଦାନ୍ ଚଢଉଥିଲେ।
ହେଲେ ସେଠାନେ ନାଥନ୍ ବଲି କରି ଗୁଟେ ଭବିଷ୍ୟଦ୍ବକ୍ତା ଥିଲେ। ମାହାପୁରୁ ତାହାକେ ଈ କଥା କହେବାର୍ ଲାଗି ପଠାଲେ: “ଯେନ୍ ତୁଇ ବହୁତ୍ଟେ ଲଡେଇ କରୁଛୁ, ହେତିର୍ ଲାଗି ଇ ମନ୍ଦିର୍କେ ମୋର୍ଲାଗି ତୁଇ ନେଇ ବନାବୁ। ତୋର୍ ପୁଓ ବନାବା, ହେଲେ ତୋର୍ ପୁଓ ବନାଲେ ବି ମୁଇଁ ତୋତେ ବହୁତ୍ ଆଶିର୍ବାଦ୍ କର୍ମି। ଆର୍ ସବୁଦିନର୍ ଲାଗି ତୋର୍ ବଂଶ୍ର ଲୋକ୍ ମାନ୍କୁ ରଜା ହେଇକରି ସାଶନ୍ କର୍ବେ!” ଖାଲି ଗୁଟେ ଦାଉଦ୍ର ବଂଶ୍ ଯିଏ ସବୁ ଦିନର୍ ଲାଗି ଶାସନ୍ କରିପାର୍ବେ ସେ ହଉଛନ୍ ମସିହା (ଖ୍ରୀଷ୍ଟ)। ମସିହା ହଉଛନ୍ ମାହାପୁରୁର୍ ମନୋନିତ୍ କରିଥିବାର୍ ଜନେ ଲୋକ୍ ଯିଏ ଜଗତ୍ର ଲୋକ୍ ମାନ୍କର୍ ପାପ୍ନୁ ରକ୍ଷା କର୍ବେ।
ଯେତ୍କିବେଲେ ଦାଉଦ୍ ନାଥନ୍ର ଖବର୍ ଶୁନ୍ଲେ, ସେ ମାହାପୁରୁକେ ଧନ୍ୟବାଦ୍ ଦେଲେ ଆରୁ ସ୍ତୁତି କଲେ। ମାହାପୁରୁ ତାହାକେ ଆଦର୍ କରୁଥିଲେ ଆର୍ ତାହାକେ ବହୁତ୍ ଆଶୀର୍ବାଦ୍ କରୁଥିଲେ। ଅବଶ୍ୟ, ମାହାପୁରୁ ସେ କାମ୍ କେଭେ କର୍ବେ ସେଟା ଦାଉଦ୍ ଜାନି ନାଇଥାଇ। ଆମେ ଏବେ ଜାନ୍ସୁଁ ଯେ, ମାହାପୁରୁ ଆସ୍ବାର୍ ଆଗନୁ ଇସ୍ରାଏଲିୟ ମାନ୍କେ ବହୁତ୍ ଦିନ୍ ଟାଖ୍ ବାର୍ଲାଗି ପଡ଼୍ବା, ଯାହା ପ୍ରାୟେ ୧, 000 ବରଶ୍ ତକ୍।
ଦାଉଦ୍ ତାକର୍ ଲୋକ୍ ମାନ୍କୁଁ ଅନେକ୍ ବରଷ୍ ନିଏ (ନ୍ୟାୟ)ରେ ଶାସନ୍ କଲେ। ସେ ମାହାପୁରୁକେ ଭଲ୍ ଭାବେ ମାନ୍ଲେ, ଆର୍ ମାହାପୁରୁ ତାହାକେ ଆଶୀର୍ବାଦ୍ କଲେ। ତଥାପି ତାକର୍ ପରବର୍ତ୍ତୀ ଜୀବନ୍ କାଲେ ମାହାପୁରୁ ବିରୋଧ୍ନ ବହୁତ୍ ପାପ୍ କରିଥିଲେ।
ଦିନେ , ଦାଉଦ୍ ତାର୍ ରାଜ୍ ଦର୍ବାର୍ନୁ ବାହାର୍କେ ଦେଖ୍ଲେଯେ ସୁନ୍ଦ୍ରି ମାଇକିନା ଗୁଟେ ଗାଧୁଥିଲା। ସେ ତାହାକେ ଜାନି ନେଇଁଥାଇଁ, ହେଲେ ସେ ଜାନ୍ବାକେ ପାଏଲେଯେ ତାକର୍ ନାଆଁ ବେଥଶେବା।
ସେ ଦୁରିଆନୁ ଦେଖ୍ବାର୍ କଥା ହେଲେ ଦାଉଦ୍ ତାହାକେ ତାକର୍ ପାସ୍କେ ଆନ୍ବାର୍ ଲାଗି ପଠାଇଲେ। ସେ ତାକର୍ ସାଙ୍ଗେ ସୁଇଲେ ଆର୍ ତାହାକେ ଘର୍କେ ପଠେଇ ଦେଲେ। କେତେ ଦିନ୍ ପରେ, ଦାଉଦ୍କେ ଗୁଟେ ଖବର୍ ବେର୍ଶବା ପଠାଲେ ଯେ ସେ ଗର୍ଭବତୀ ଅଛନ୍।
ବେର୍ଶବାର୍ ବର୍ ଉରିୟା ବଲିକରି ଲୋକ୍ଟେ ଥିଲେ। ସେ ଦାଉଦ୍ର ସବୁଠାନୁ ବଢିଁଆ ସୈନିକ୍ମାନକର୍ ଠାନୁ ଜଣେ ଥିଲେ। ସେ ଇ ସମିୟାଁରେ ଦୂରେ ଯୁଦ୍ଦ କରୁଥିଲେ। ଦାଉଦ୍ ଉରିୟାକେ ଯୁଦ୍ଧନୁ ଫିରେଇ ଆନ୍ଲେ ଆର୍ ତାର୍ ସ୍ତ୍ରୀ ର ସାଙ୍ଗେ ରହେବାର୍ ଲାଗି କହେଲେ। ଆର୍ ବାକି ସୈନିକ୍ମାନେ ଯୁଦ୍ଧରେ ଥିବାର୍ ବେଳେ ଉରିୟା ଘର୍କେ ଯିବାକେ ମନା କରି ଦେଲେ। ଆର୍ ଦାଉଦ୍ ଉରିୟାକେ ଯୁଦ୍ଧକେ ପଠାଲେ ଆର୍ ସେନାର୍ ମୁଖିଆକେ କହେଲେ, ଯେନ୍ଠାନେ ଶତ୍ରୁ ସବୁଠାନୁ ଶକ୍ତିଶାଳୀ ଅଛନ୍ ସେନିକେ ପଠେଇ କରି ତାହାକେ ହତ୍ୟା କରିଦିଅ। ଇନ୍ତା ହି ଘଟ୍ଲା: ଉରିୟା ଯୁଦ୍ଧରେ ମରିଗଲେ।
ଯୁଦ୍ଧନେ ଉରିୟା ମଲା ପରେ, ଦାଉଦ୍ ବାଥ୍ସେବାକେ ବିହା ହେଲେ। ପଛେ, ସେ ଦାଉଦ୍ର ପୁଓକେ ଜନମ୍ ଦେଲେ। ଦାଉଦ୍ ଯାହା କରିଥିଲେ ସେ ବିଷୟରେ ମାହାପୁରୁ ବହୁତ୍ ରାଗ୍ ହେଇଥିଲେ, ସେଥିର୍ଲାଗି ସେ ଭବିଷ୍ୟବକ୍ତା ନାଥନ୍ କେ ପଠାଲେ, ଇଟା ଜନା ବାର୍ ଲାଗି କି ତାକର୍ ପାପ୍ କେତେ ଖରାପ ଆଏ। ଦାଉଦ୍ ତାକର୍ ପାପ୍ ରୁ ଅନୁତାପ୍ କଲେ ଆର୍ ମାହାପୁରୁ ତାହାକେ କ୍ଷମା କଲେ। ସାରା ଜୀବନ୍ ଦାଉଦ୍ ମାହାପୁରୁକେ ଅନୁସରଣ୍ କଲେ, ଏନ୍ତାକି ତାକର୍ କଠିନ୍ ସମିୟାଁନ ବି।
ଆର୍ ଦାଉଦ୍ର ପୁଓ ଖରାପ୍ ହେଇଗଲେ (ମରିଗଲେ)। ଏନ୍ତା କରି ମାହାପୁରୁ ଦାଉଦ୍ କେ ଦଣ୍ଡ୍ ଦେଲେ। ଆର ହେନ୍ତା ବି ଦାଉଦ୍ର ମର୍ବାର୍ ଯାଏକ୍, ତାର୍ ନିଜର୍ ପରିବାର୍ର କେତେ ଜନ୍ ତାର୍ ବିରୋଧ୍ କରିଥିଲେ, ଆର୍ ଦାଉଦ୍ ବହୁତ୍ କମ୍ଜୋର୍ ହେଇଗଲେ। ଆର୍ ମାହାପୁରୁ ବିଶ୍ୱସ୍ତ ଥିଲେ ଆର୍ ହେଲେବି ସେ ଦାଉଦ୍କେ ଯାହା କର୍ବେ ବଲି ପ୍ରତିଜ୍ଞା କରିଥିଲେ ସେଟା କଲେ, ଯେନ୍ତାକି ଦାଉଦ୍ ତାକର୍ କଥା ନେଇ ମାନ୍ଲେ। ପରେ, ଦାଉଦ ଆର୍ ବାଥ୍ଶେବାର୍ ଆର୍ ଗୁଟେ ପୁଓ ହେଲା, ଆର୍ ସେମାନେ ତାହାକେ ସୋଲୋମନ୍ ବଲିକରି ନାଁ ଦେଲେ।
ବାଇବଲ୍ର କଥାନୀ: ୧ସାମୁୟେଲ ୧୦; ୧୫-୧୯; 24; ୩୧; ୨ସାମୁୟେଲ ୫; ୭; ୧୧-୧୨
Free to use, adapt, and share under an open license (CC BY-SA 4.0).