18. ୧୮. ଭାଗ୍ ହେଇଥିବାର୍ ରାଏଜ୍
ଦାଉଦ୍ ରଜା ଚାଲିସ୍ ବରଷ୍ ତକ୍ ଶାସନ୍ କଲେ। ତାର୍ ପରେ ସେ ମରିଗଲେ, ଆର୍ ତାକର୍ ପୁଓ ଶଲୋମନ୍ ଇସ୍ରାଏଲ୍ ଉପରେଁ ଶାସନ୍ କରୁଥିଲେ।ମାହାପୁରୁ ଶଲୋମନ୍କେ ପଚ୍ରାଲେ ଯେ, ତମ୍କୁ କାଣା ପହେଲା ଦର୍କାର୍ ତେହେରୁଁ ମାହାପୁରୁ ତାକର୍ ଲାଗି ସେଟା ଦେବେ। ଶଲୋମନ୍ କହେଲେ ଦୟାକରି ମାହାପୁରୁ ତମେ ମତେ ବହୁତ୍ ବଦ୍ଧି୍ମାଁନ୍ କରିଦିଅ। ଆର୍ ମାହାପୁରୁ ଶଲୋମନ୍କେ ପୃଥିବିର୍ ସବୁଠାନୁ ବୁଦ୍ଧିମାନ୍ ଲୋକ୍ ବନାଲେ। ଶଲୋମନ୍ ବହୁତ୍ ଜିନିଷ୍ ଶିଖ୍ଲେ ଆର୍ ସେ ବହୁତ୍ ବୁଦ୍ଦି୍ମାନ୍ ଶାସକ୍ ହେଲେ। ଆର୍ ମାହାପୁରୁବି ତାହାକେ ବଢ଼େ ଧନୀ ବନାଲେ।
ଯିରୁଶାଲମ୍ନ ଶଲୋମନ୍ ମନ୍ଦିର୍ ବନାଲେ, ଯେନ୍ଟାକି ତାକର୍ ବାପା ଦାଉଦ୍ ବନାମି ବୋଲି ଭାବିଥିଲେ, ଆର୍ ସେ ଯୋଜନା କର୍ଲେ ଆର୍ ସାମାନ୍ ପତର୍ ଜମା କରି ରଖିଥିଲେ। ଆର୍ ଇହାଦେ ଲୋକ୍ମାନେ ମାହାପୁରୁକେ ତମ୍ବୁନ ଛାଡିକରି ସେ ମନ୍ଦିର୍ର ସଭା ଭିତ୍ରେ ବଳିଦାନ୍ କଲେ। ଆର୍ ମାହାପୁରୁ ଆସି କରି ସେଠାନ ତାକର୍ ଲୋକ୍ ମାନ୍କର୍ ସାଙ୍ଗେ ରହୁଥିଲେ।
ହେଲେ ଶଲୋମନ୍ ଅଲ୍ଗା ଦେଶର୍ ମହିଳା ମାନ୍କୁ ଭଲ୍ ପଉଥିଲେ। ସେ ବହୁତ୍ଟେ ମାଇକିନା ମାନ୍କୁଁ ବିହା ହେଲେ ଆର୍ ମାହାପୁରୁକେ ଅପମାନ୍ କଲେ, ସେ ପାଖା ପାଖି ୧୦୦୦ ନୁବି ଅତ୍କା ବିହା ହେଲେ! ସେ ମାଇକିନା ମାନ୍କର୍ ଭିତ୍ରୁଁ ବହୁତ୍ ମାଇକିନା ମାନେ ଅଲ୍ଗା ଅଲ୍ଗା ଦେଶୁ ଆସି କରି ସେମାନ୍କର୍ ଦେବ୍ତା ମାନ୍କୁଁ ସାଙ୍ଗେ ଆନି କରି ଆଇ ଥିଲେ, ଆର୍ ସେମାନ୍କୁ ପୁଜା ବି କରୁଥିଲେ। ଯେତ୍କିବେଲ୍କେ ଶୋଲମନ୍ ବୁଢ଼ା ହଇଗଲେ, ସେବି ସେମାନ୍କର୍ ଦେବ୍ତା ମାନ୍କୁଁ ପୂଜା କଲେ।
ଇଥିର୍ ଲାଗି ମାହାପୁରୁ ଶୋଲମନ୍କେ ରିସ୍ମି ହେଇଗଲେ। ସେ କହେଲେ ଯେ, ଇଶ୍ରାଏଲ୍ ଦେଶ୍କେ ଦୁଇଭାଗ୍ କରି ଦୁଇଟା ରାଏଜ୍ ବନେଇ କରି ତାହାକେ ସଜା(ଦଣ୍ଡ) ଦେବେ। ଆର୍ ଶୋଲମନ୍ ମଲା ପରେ ସେ ଇଟା କର୍ବେ।
ଯେତ୍କିବେଲ୍କେ ଶୋଲମନ୍ ମରିଗଲେ, ତାକର୍ ପୁଓ ଜେରୋବାମ୍ ରଜା ହେଲା। ଇସ୍ରାଏଲ୍ ଜାତିର୍ ସବୁ ଲୋକ୍ ଜମାଇ କରି ତାହାକେ ତାକର୍ ରଜା ଭାବେ ଗ୍ରହଣ କଲେ।ସେମାନେ ଜେରୋବାମ୍କେ ଗୁହାରିଲେ ଯେ, ଶଲୋମନ୍ ସେମାନ୍କୁ ଭିଡ୍ କାମ କରଉଛନ୍ ଆର୍ ସେମନ୍କରନୁ ଜହକରି କର ନେଉଥିଲେ। ଇଥିର୍ ଲାଗି ସେମାନେ ଜେରୋବାମ୍କେ କମ୍ କାମ୍ କରାବାର୍ ଲାଗି ଦାବି କଲେ।
ହେଲେ ରେହୋବାମ୍ ସେମାନ୍କୁ ଅତି ମୁର୍ଖାମି କଥାଟେ କହେଲେ। ସେ କହେଲେ, ତମେ କହୁଛଯେ ମୋର୍ ବୁଆ ଶୋଲମନ୍ ତମ୍କେ ବହୁତ୍ କଡ଼ା କାମ୍ କରେଇ ଛନ୍।ହେଲେ ତାକର୍ ଠାନୁ ମୁଇଁ ତୁମକେ ଆର୍ କଡା କାମ କରାମି ଆର ଅତ୍କା ଦୁଃଖ୍ ଦେମି।
ଯେତ୍କି ବେଲେ ଲୁକେ ସେଟା ସୁନଲେ, ସେମାନକର୍ ଭିତରୁ ବହୁତ୍ ଲୋକ୍ ତାର୍ ବିରୋଧ୍ରେ ଉଠ୍ଲେ। ଦଶ୍ଟା ଗୋଷ୍ଠୀ ତାହାକୁ ଛାଡି ପଲେଇ ଗଲେ, ଆର୍ ଖାଲି ଦୁଇଟା ଗୋଷ୍ଠୀ ତାର୍ ପାଖେ ରହେଲେ। ଇ ଦୁଇଟା ଗୋଷ୍ଠୀ ନିଜ୍କେ ଯିହୁଦାର୍ ରାଏଜ୍ ବୋଲି କହେଲେ।
ଅଲ୍ଗା ଦସ୍ ଗୋଷ୍ଠୀ ରେହୋବାମ୍ ବଲିକରି ଗୁଟେ ଲୋକ୍କେ ସେମାନ୍କର୍ ରଜା କଲେ। ଇ ଗୋଷ୍ଠୀ ମାନେ ଦେଶର୍ ଉତ୍ତର ଭାଗେ ଥିଲେ। ସେମାନେ ନିଜ୍କେ ଇଶ୍ରାଏଲ୍ର ଦେଶ୍ ବୋଲି କହେଲେ।
ଯିରୋବାମ୍ ମାହାପୁରୁର୍ ବିରୁଦ୍ଧରେ ବିଦ୍ରୋହ କଲେ ଆର୍ ଲୋକ୍ମାନକୁ ପାପ୍ କରାଲେ। ତାକର୍ ଲୋକ୍ମାନେ ପୂଜା କର୍ ବାର୍ ଲାଗି ଦୁଇଟା ମୂର୍ତ୍ତି ବନାଲେ। ସେମାନେ ଆର୍ ଯିହୁଦା ରାଜ୍ୟର୍ ଯିରୁଶାଲମ୍ ମନ୍ଦିର୍ନ ମାହାପୁରୁ କେ ଉପାସନା କରବାର୍ ଲାଗି ନେଇଁ ଗଲେ।
ଯିହୁଦା ଆର୍ ଇସ୍ରାଏଲ୍ ଦେଶର୍ ଲୋକ୍ ମାନେ ଦୁହେଁ ଦୁହେଁକର୍ ବିରୋଧ୍ରେ ଶତ୍ରୁ ହେଲେ ଆର୍ ଯୁଦ୍ଦ କଲେ।
ଇସ୍ରାଏଲ୍ ର ନୁଆଁ ରାଏଜ୍ ନ, ସବୁ ରଜା ଖରାପ୍ ଥିଲେ। ଇ ରଜା ମାନ୍କର୍ ଭିତୁରୁ ବହୁତ୍ ରଜା ମାନ୍କୁ ଅଲ୍ଗା ଇସ୍ରାଲିୟ ମାନେ ମାରି ଦେଇ ଥିଲେ, ଯେନ୍ ମାନେକି ତାକର୍ ଜାଗାନ ରଜା ହେବାର୍ ଲାଗି ଚାହୁଁ ଥିଲେ।
ସବୁ ରଜା ଆର୍ ଇସ୍ରାଏଲ୍ର ବଡ୍ ଭାଗି ଲୋକ୍ ମୂତ୍ତି ପୁଜା କଲେ। ଯେତ୍କିବେଲ୍କେ ସେମାନେ ଇଟା କଲେ, ସେମାନେ ବାର୍ବାର୍ ବେଶୁଏନ୍ ମାହେଜି ମାନ୍କର୍ ସାଙ୍ଗେ ଶୁଇଲେ।ଆର୍ କେଭେ କେଭେ ସେ ଛୁଆ ପିଲାମାନ୍କୁ ମୁର୍ତି ପାଖେ ବଳି ଦେଉଥିଲେ।
ଯିହୁଦାର୍ର ସବୁ ରଜା ଦାଉର୍ ବଂଶର୍ ଥିଲେ। ଇ ରଜା ମାନ୍କର୍ ଭିତୁରୁ କେତେ ଲୋକ୍ ଭଲ୍ ଥିଲେ ଯେନ୍ ମାନେ କି ନିଏ ରେ ସାଶନ୍ କରୁଥିଲେ ଆର୍ ମାହାପୁରୁର୍ ପୂଜା କରୁଥିଲେ। ହେଲେ ଯିହୁଦାର୍ ବଡ୍ଭାଗି ରଜା ଖରାପ୍ ଥିଲେ। ସେମାନେ ଖରାପ୍ ସାଶନ୍ କରୁଥିଲେ ଆର୍ ମୂତ୍ତି ପୁଜା କରୁଥିଲେ। ଇ ରଜା ମାନ୍କର୍ ଭିତ୍ରୁ କେତେ ଲୋକ୍ ଅସତ୍ ଦେବ୍ତା ମାନ୍କୁଁ ନିଜର୍ ଛୁଆ ମାନ୍କୁଁ ବଳି ଦଉଥିଲେ। ଯିହୁଦାର ବଡ୍ଭାଗି ଲୋକ୍ ମାହାପୁରୁର୍ ବିରୋଧ୍ ନ ଯାଇ କରି ବଦ୍ନାମ୍ କରୁଥିଲେ ଆର୍ ଅଲ୍ଗା ଦେବ୍ତା ମାନ୍କୁ ପୂଜା କରୁଥିଲେ।
ବାଇବଲ୍ର କଥାନୀ: ୧ରାଜାବଲୀ ୧-୧୬; ୧୧-୧୨
Free to use, adapt, and share under an open license (CC BY-SA 4.0).