19. ୧୯. ଭବିଷ୍ୟତ୍ବକ୍ତା
ମାହାପୁରୁ ସବୁବେଲେ ଇସ୍ରାଏଲିୟ ଲୋକ୍ମାନ୍କର୍ ନିକେ ଭବିଷ୍ୟବକ୍ତା ପଠଉଥିଲେ। ଭବିଷ୍ୟବକ୍ତା ମାନେ ମାହାପୁରୁର୍ ଠାନୁ କଥା ଶୁନୁଥିଲେ ଆର୍ ତାର୍ପରେ ସେଟା ଲୋକ୍ମାନ୍କେ କହୁଥିଲେ।
ଯେତ୍କି ବେଳେ ଆହାବ୍ ଇସ୍ରାଏଲ୍ ରାଏଜ୍ର ରଜା ଥିଲେ ସେତ୍କି ବେଳ୍କେ ଏଲିଜା ଗୁଟେ ଭବିଷ୍ୟବକ୍ତା ଥିଲା। ଆହାବ୍ ଗୁଟେ ଖରାପ୍ ଲୋକ୍ ଥିଲେ। ସେ ଲୋକମାନ୍କେ ବାଲ୍ ବଲିକରି ଗୁଟେ ଅସତ୍ ଦେବ୍ତାକେ ପୂଜା କରଉଥିଲେ। ଇଥିର ଲାଗି ଏଲିୟ ରଜା ଆହାବ୍କେ କହେଲେ, ମାହାପୁରୁ ଲୋକ୍ମାନ୍କେ ସଜା ଦେବାକେ ଯାଉଛନ୍। ସେ ତାହାକେ କହେଲେ, ଯେ ଇସ୍ରାଏଲ୍ ରାଏଜେ ବର୍ଷା ଆର୍ କାଁକର୍ ନେଇପଡେ। ଜେତ୍କି ବେଲ୍କେ ମୁଇ ବର୍ଷା ହଉବଲି କହେମି ଫେର୍ ବର୍ଷା ହେବା। ଇଟା ଆହାବ୍କେ ଏତେ ରାଗ୍ କରିଦେଲା ଯେ, ସେ ଏଲିଜା କେ ମାର୍ବାର୍କେ ଚାହେଁଲା।
ତେହେରୁଁ ମାହାପୁରୁ ଏଲିୟକେ ଆହାବ୍ଠାନୁ ଲୁକୁବାର୍ ଲାଗି ମରୁଭୂମିକେ ଯିବାର୍ ଲାଗି କହେଲେ। ଏଲିୟ ମରୁଭୂମିର୍ ଗୁଟେ ଝର୍ନା ନିକେ ଗଲେ, ଯେନ୍ଠାନ୍କେ କି ମାହାପୁରୁ ତାହାକୁଁ କଢେଇ ନେଲେ। ସବୁଦିନ୍ ସକାଳେ ଆର୍ ରାତିନ ଚରେ ମାନେ ଏଲିୟକେ ରୁଟି ଆର୍ ଶୀକାର୍ ଆନି ଦଉଥିଲେ। ଇ ସମିୟାଁ ନ, ଆହାବ୍ ଆର୍ ତାର୍ ସେନା ଏଲିୟକେ ଖୁଜ୍ଲେ, ହେଲେ ସେମାନେ ନାଇ ନେଇଁ ପାଇଲେ।
ବର୍ଷା ନେଇଁ ହେବାର୍ କାରନ୍ ନୁ, କିଛି ସମିୟାଁ ପରେ ପାନିର୍ ଧାର୍ ଶୁଖିଗଲା। ତେହେରୁଁ ଏଲିୟ ପାଖେ ଥିବାର୍ ଗୁଟେ ଅଲ୍ଗା ଦେଶ୍କେ ଗଲେ। ସେ ଦେଶେ ଗୁଟେ ଗରିବ୍ ବିଧବା ଆର୍ ତାର୍ ପୁଓ ରହୁଥିଲେ। ଚାଷ୍ ନାଇ ହେଇ ଥାଇ ସେଥିର୍ ଲାଗି ତାକର୍ ପାଖେଁ କିଛି ଖାଇବାର୍ ଲାଗି ନାଇ ଥାଇ ସବୁ ସରି ଯାଇଥିଲା। ହେଲେବି , ସେ ବିଧବା ଏଲିର୍ ଦେଖା ରେଖା କଲା, ମାହାପୁରୁ ତାହାକେ ଆର୍ ତାର୍ ପୁଓକେ ସବୁଜିନିଷ୍ ଯୋଗାଲେ। ତାର୍ ଅଟାର୍ ପାତ୍ର ଆର୍ ତାକର୍ ତେଲ୍ ବୁତଲ୍ କେଭେବି ଖାଲି ନେଇଁ ହେଲା। ସବୁ ଆଡ଼େ ମର୍ଡୀ ପଡି ଥିଲା, ହେଲେବି ତାକର୍ ପାସେ ଖାଏବାର୍ ଅଭାବ୍ ନେଇଁ ହେଇ। ଏଲିୟ ସେଠାନେ ତିନି ବରଷ୍ ତକ୍ ରହିଥିଲେ।
ସାଢେ ତିନ୍ ବରଷ୍ ପରେ, ମାହାପୁରୁ ଏଲିୟକେ କହିଲେ ଯେ, ସେ ଆର୍ଥରେ ପାନି ବର୍ଷାବେ। ସେ ଏଲିୟକେ ଇଶ୍ରାଏଲ୍ ରାଏଜ୍କେ ଫେର୍ ଥରେ ଆହାବ୍ ସାଙ୍ଗେ କଥା ହେବାର୍ଲାଗି କହେଲେ। ତେହେରୁଁ ଏଲିୟ ଆହାବ୍ ଠାନ୍କେ ଗଲେ। ଯେତ୍କି ବେଳେ ଆହାବ୍ ତାହାକେ ଦେଖ୍ଲେ, ସେ କହେଲେ, "ତମେ ସେଠାନ ଅଛ ତୁମେ ଗୁଟେ ଅସୁବିଧାରେ ପକାବାର ଲୋକ ଅ !" ଏଲିୟ ତାହାକେ କହେଲା, “ଅସୁବିଧାରେ ପକାବାର୍ ଲୋକ୍ ତମେ ଆଏ , ତମେ ୟହୋବା କେ ଭୁଲି ଗଲନ। ସେ ଜଣେ ମାହାପୁରୁ , ଆର୍ ତମେ ବାଲ୍ ଦେବ୍ତାକେ ପୂଜା କରୁଛ। ତମେ ଇସ୍ରାଏଲ୍ ଦେଶର୍ ସବୁ ଲୋକ୍ ମାନ୍କୁଁ କୋମଲ୍ ପାହାଡ୍କେ ଆନ୍ବାକେ ପଡ୍ବା।“
ତେହେରୁଁ ଇସ୍ରାଏଲ୍ର ସବୁ ଲୋକ୍ କାମୋଲ୍ ପାହାଡ୍କେ ଗଲେ। ଯେନ୍ ଲୋକ୍ ମାନେ ବାଲ୍ ଦେବ୍ତାର୍ ଲାଗି କଥା ହଉଥିଲେ ସେମାନେବି ଆସ୍ଲେ। ସେମାନେ ସବେ ବାଲ୍ ଦେବ୍ତାର୍ ଭବିଷ୍ୟଦ୍ବକ୍ତା ଥିଲେ। ସେମାନେ ୪୫୦ ଜନ୍ ଥିଲେ। ଏଲିୟ ଲୋକ୍ମାନକୁଁ କହିଲେ ଯେ, ତମେ ଆର୍ କେତେ ଦିନ୍ ତକ୍ ତୁମର୍ ମନ୍ କେ ବଦ୍ଳାବ? ଯଦି, ୟହୋବା ମାହାପୁରୁ ଆଏ, ତାହାକେ ପୂଜା କର !ଆର୍ ଯଦି ବାଲ ବେବ୍ତା ମାହାପୁରୁ ତାହେଲେ ତାହାକେ ପୂଜା କର।
ତେହେରୁଁ ଏଲିୟ ବାଲ୍ ଦେବ୍ତାର ଭବିଷ୍ୟବକ୍ତା ମାନ୍କୁ କହଲେ, "ଷଣ୍ଢ କେ ମାର, ଆର୍ ତାର୍ ମାଂସକେ ଖଁଡ଼ ଖଁଡ଼ କରିଦିଅ, ଆର୍ ଇଟାକେ ବଳି ଚଢାବାର୍ ଲାଗି ବେଦିନ ରଖ, ଆର୍ ଜୁଏଥି ନାଇଁ ଜଲାବ। ମୁଇଁ ପଛେକା ସେଟା ଜଲାମି, ଆର୍ ମୁଇଁ ମାଂସକେ ଗୁଟେ ଅଲଗା ବେଦିନ ରଖ୍ମି। ତାର୍ପରେ ଯଦି ମାହାପୁରୁ ବେଦିନ ଜୁଏ ପଠାବେ, ତାହେଲେ ତମେ ଜାନ୍ବ ଯେ ସେ ସତେ ମାହାପୁରୁ ଅନ୍ " ଆର୍ ବାଲ୍ଦେବତାର୍ ଭବିଷ୍ୟବକ୍ତାମାନେ ଗୁଟେ ବଳିଦାନ ସଜ୍ବାଜ୍ କଲେ ଆର୍ ସେଥି ଜୁଏ ନେଇଁ ଲଗେଇଁ ଥାଇ ତାଏଲ୍।
ତାର୍ପରେ ବାଲ୍ ଦେବ୍ତାର୍ ଭବିଷ୍ୟବକ୍ତାମାନେ ବାଲ୍ ଦେବ୍ତାକେ ପ୍ରାର୍ଥନା କଲେ, "ବାଲ୍, ଆମର୍ କଥା ଶୁନ୍, " ଦିନ୍ ସାରା ସେମାନେ ପ୍ରାର୍ଥନା କଲେ ଆର୍ ରଡ୍ଲେ ଆର୍ ଛୁରୀନ ନିଜ୍କେ କାଟିପକାଲେ, ହେଲେଁ ବି ବାଲ୍ ଦେବ୍ତା କିଛି ନେଇଁ କହେଲା କି ନେଇଁ ଶୁନ୍ଲା, ଆର୍ ସେ ଉପୁରୁ ଜୁଏ ବି ନେଇଁ ପଠାଲା।
ବାଲ୍ ଦେବତାର୍ ଭବିଷ୍ୟବକ୍ତା ମାନେ ପୁରା ଦିନ୍ସାରା ବାଲ୍ ଦେବ୍ତାକେ ପ୍ରାର୍ଥନା କରୁଥିଲେ। ଶେଷେଁ ସେମାନେ ପ୍ରାର୍ଥନା କର୍ବାର୍ଟା ବନ୍ଦ କରିଦେଲେ। ତେହେରୁଁ ଏଲିୟ ମାହାପୁରୁ ଲାଗି ଅଲ୍ଗା ଷଣ୍ଢ୍ ର ମାସଂ କେ ଗୁଟେ ବେଦିନ ରଖ୍ଲେ। ତେହେରୁଁ ସେ ଲୋକ୍ ମାନ୍ଙ୍କୁ କହେଲେ, ମାଂସ, କାଠ୍, ଆର୍ ବେଦୀର୍ ଚାରିଆଡେ ଥିବାର୍ ସୁଖା ଜାଗା କେ, ପୁରା ପୁରି ଭିଜ୍ବାର୍ ତକ୍ ବଲି ଉପ୍ରେ ବାରଟା ବଡ୍ ବଡ୍ ହାଣିନ ପାଏଁନ୍ ଆନିକରି ରୁକ।
ତାର୍ପରେ ଏଲିୟ ପ୍ରାର୍ଥନା କଲେ, "ୟହୋବା, ଆବ୍ରାହମ, ଇସାକ୍ ଆର୍ ଯାକୁବ୍ର ମାହାପୁରୁ, ଆଜି ଆମ୍କୁଁ ଦେଖେଇ ଦିଅ ଯେ ତୁମେ ଇସ୍ରାଏଲ୍ର ମାହାପୁରୁ ଆର୍ ମୁଇଁ ତମର୍ ଗୁଟେ ସେବକ୍ ଆଏ। ମୋତେ ଉତ୍ତର୍ ଦିଅ ଯେନ୍ତା କି ଲୋକ୍ ମାନେ ଜାନ୍ବେ ଯେ, ତମେ ହିଁ ସତେଁ ମାହାପୁରୁ ଅ।
ସାଙ୍ଗେସାଙ୍ଗ୍, ଆକାଶ୍ନୁ ଜୁଏ ପଡ୍ଲା। ଆର୍ ବେଦୀର୍ ଚାରିଆଡେ ଥିବାର୍ ମାଂସ, କାଠ୍, ପଥର୍, ମାଏଟ୍ ଆର୍ ପାଏନ୍ କେବି ଜଲେଇଦେଲା। ଆର୍ ଲୋକ୍ମାନେ ଯେତ୍କିବେଲେ ଇଟା ଦେଖ୍ଲେ, ସେମାନେ ନିଜ୍କେ ଭୂଇଁନ ଉବୁଡ୍ (ନତ) ହେଇକରି ଧନ୍ୟବାଦ୍ ଦେଇ କରି କହିଲେ, "ୟହୋବା ମାହାପୁରୁ! ୟାହୋବା ମାହାପୁରୁ ଆନ୍!
ତାର୍ପରେ ଏଲିୟ କହିଲେ, "ବାଲ୍ ଦେବ୍ତାର୍ ଭବିଷ୍ୟଦବକ୍ତା ମାନ୍କୁଁ କାହାକେ ନାଇଁ ଛାଡ଼। ଆର୍ ଲୋକ୍ମାନେ ଭବିଷ୍ୟଦ୍ବକ୍ତା ମାନ୍କୁଁ ସେଠାନୁ ଦୂର୍କେ ନେଇଁକରି ସେମାନ୍କୁ ମାରି ଦେଲେ।
ତେହେରୁଁ ଏଲିୟ ରଜା ଆହାବ୍କେ କହେଲେ, " ବର୍ଷା ହେବା! ଯଲ୍ଦି ତୁମର୍ ଘର୍କେ ଫିରି ଯ। ହେନ୍ତା କହେଲେ କି ଆକାଶ୍ କଳା ହେଇଗଲା, ଆର୍ ବହୁତ୍ଟେ ବର୍ଷା ହେଲା। ୟହୋବା ମାହାପୁରୁ ମର୍ଡ଼ିକେ ବନ୍ଦ୍ କଲେ। ଇନୁ ଜନାପଡ଼୍ଲାଯେ ସେ ହି ମାହାପୁରୁ ଆନ୍।
ଯେତେ୍କି ବେଳ୍କେ ଏଲିୟ ତାକର୍ କାମ୍ ସାଏଲେ, ଭବିଷ୍ୟଦ୍ବକ୍ତା ହେବାର୍ ଲାଗି ମାହାପୁରୁ ଏଲିଶା ବଲିକରି ଗୁଟେ ଲୋକ୍କେ ବାଛ୍ଲେ। ଆର୍ ମାହାପୁରୁ ଏଲିଶା ଠାନୁ ବହୁତ୍ ଚମତ୍କାର କାମ୍ କରାଲେ ଆର୍ ଗୁଟେ ନାମାନ୍ର ଜୀବନ୍ରେ ବି କଲେ। ସେ ଶତ୍ରୁ ମାନ୍କର୍ ସେନାର୍ ଗୁଟେ ମୁଖିଆ ଲୋକ୍ ଥିଲେ, ହେଲେ ତାହାକୁଁ ଚର୍ମ ରୋଗ୍ ହେଇଥିଲା। ନାମାନ୍ ଏଲିଶାର୍ ବାବଦ୍ରେ ଶୁନ୍ଲେ, ତେହେରୁଁ ସେ ଏଲିଶାକେ ଯାଇକରି ତାହାକେ ରୋଗ୍ନୁ ଭଲ୍ କର୍ବାର୍ ଲାଗି ବିନ୍ତି କଲେ। ଏଲିଶା ନାମାନ୍କେ ଯର୍ଦନ୍ ନଦୀକେ ଯାଇକରି ସାତ୍ ଥର୍ ପାନିଥି ବୁଡ଼୍ବାର୍ ଲାଗି କହେଲେ।
ନାମାନ୍ ସେନୁ ରାଗିଗଲେ ଆର୍ ସେଟା କରବାର୍କେ ମନା କରିଦେଲେ ଆର୍ କହେଲେଯେ ଇଟାଗୁଟେ ମୂର୍ଖାମି ଆଏଁ। ଆର୍ ତାର୍ପରେ ସେ ନିଜର୍ ମନ୍କେ ବଦ୍ଳେଇଦେଲେ। ସେ ଯର୍ଦନ୍ ନଦୀକେ ଯାଇକରି ସାତ୍ ଥର୍ ପାନିରେ ବୁଡ୍ଲେ। ଯେତ୍ କିବେଲେ ସେ ଶେଷ୍ ବୁଡା ବୁଡ୍ଲେ, ମାହାପୁରୁ ତାହାକେ ବେମାର୍ନୁ ଭଲ୍ କରି ଦେଲେ।
ତେହେରୁଁ ମାହାପୁରୁ ଅଲ୍ଗା କେତେ ଭବିଷ୍ୟଦ୍ବକ୍ତା ମାନ୍କୁଁ ଇସ୍ରାଏଲ୍ର ଲୋକ୍ ମାନ୍କର୍ନିକେ ପଠାଇଲେ। ସେ ସବୁଲୋକ୍କେ ମୂର୍ତ୍ତି ପୂଜା କର୍ବାର୍ ଲାଗି ମନା କଲେ। ଇତାର୍ ବଦ୍ଲେ, ଲୋକ୍ମାନେ ନିଜ୍ର ନିଜର୍ ଭିତ୍ରେ ଇମାନ୍ଦାରି ବା ନିଏଁ ରେ କାମ୍ କର୍ବାର୍ କଥା ଆର୍ ଲୋକ୍କେ ଦୟା କର୍ବା କଥା। ଭବିଷ୍ୟଦ୍ବକ୍ତା ମାନେ ଲୋକ୍ମାନ୍କୁ ଚେତେଇ ଦେଲେଯେ, ସେମାନେ ଖରାପ୍ କାମ୍ ବନ୍ଦ୍ କରି କରି ମାହାପୁରୁର୍ କଥା ମାନ୍ବାର୍ କଥା। ଯଦି ଲୋକ୍ମାନେ ଇଟା ନାଇ କର୍ବେ, ତାହାଲେ ମାହାପୁରୁ ସେମାନ୍କୁ ଦୋଷୀ ବୋଲି ବିଚାର୍ କର୍ବେ, ଆର୍ ସେ ସେମାନ୍କୁ ଦଣ୍ଡ୍ ଦେବେ।
ଅନେକ୍ ସମିଆଁନ, ଲୋକ୍ମାନେ ମାହାପୁରୁର୍ କଥା ନେଇଁ ମାନୁଥାଇଁ। ସେମାନେ ହେନ୍ତା ବି ଭବିଷ୍ୟଦ୍ବକ୍ତାମାନ୍କୁ ଖରାପ୍ ବେଭାର୍ କରୁଥିଲେ ଆର୍ କେତେ କେତେ ବେଲେ ସେମାନ୍କୁ ମାରି ବି ଦେଉଥିଲେ। ଆର୍ ଥରେ, ସେମାନେ ଭବିଷ୍ୟଦ୍ବକ୍ତା ଯିରିମିୟକେ ଗୁଟେ ସୁଖା ଚୁଆଁ ନ ମାରବାର୍ ଲାଗି ପକେଇ ଦେଲେ ଆର୍ ମର୍ବାର୍ ଲାଗି ଛାଡି ଦେଲେ। ସେ ଚୁଆଁନ ଥିବାର୍ କାଦୋ ନ ବୁଡ଼ିଗଲେ। ହେଲେ ତାର୍ ପରେ ରଜା ତାର୍ ଉପ୍ରେ ଦୟା କଲେ ଆର୍ ଯିରିମିୟକେ ମର୍ବାର୍ ଆଗନୁ ଚୁଆଁନୁ ବାହାର୍ କର୍ବାର୍ ଲାଗି ତାକର୍ ଚେଲା ମାନ୍କୁ ଆଦେଶ୍ ଦେଲା।
ଲୋକ୍ମାନେ ଘୄଣା କଲେ ବି ସେ ଭବିଷ୍ୟବକ୍ତାମାନେ ମାହାପୁରୁର୍ ଲାଗି କଥା ହଉଥିଲେ। ସେମାନେ ଲୋକ୍ମାନକୁ ଚେତାଇ ଦଉଥିଲେ ଯେ, ଯଦି ଲୋକମାନେ ଅନୁତାପ୍ ନେଇଁ କର୍ବେ ବଏଲେ ମାହାପୁରୁ ସେମାନ୍କୁ ମାରି ଦେବେ। ଆର୍ ଇଟାବି ଲୋକ ମାନ୍କୁ ମନେ ପକାଇ ଦେଲେ ଯେ, ମାହାପୁରୁ ସେ ମାନକର୍ ଠାନ୍କେ ମସିହା ଯୀଶୁକେ ପଠାବେ ବଲି ପ୍ରତିଜ୍ଞା କରିଛନ୍।
ବାଇବଲ୍ର କଥାନୀ: ୧ରଜାବଲୀ ୧୬-୧୮; ୨ରାଜାବଲୀ ୫; ଯିରିମିୟ ୩୮
Free to use, adapt, and share under an open license (CC BY-SA 4.0).