20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 1

ଇସ୍ରାଏଲ୍‌ର ରଜା ଆର୍‌ ଯିହୁଦାର୍ ରାଏଜର୍‌ ରଜା ଦୁଇ ଜନ୍ ମାହାପୁରୁ ବିରୁଧ୍‌ନେ ପାପ୍ କଲେ। ମାହାପୁରୁ ଚୁକ୍‌ତି ଯେନ୍ ସିନାଇ ପାହାଡ୍‌ନ ସେମାନ୍‌କୁ କରିଥିଲେ ସେଟାକେ ସେମାନେ ନେଇଁ ମାନ୍‌ଲେ। ମାହାପୁରୁ ସେ ଭବିଷ୍ୟଦ୍‌ବକ୍ତାକେ ଚେତେଇ ଦେବାର୍ ଲାଗି ପଠାଲେ, ଯେନ୍‌ତା ସେମାନେ ଆର୍ ଥରେ ଅନୁତାପ୍ କରୁନ୍‌ ଆର୍ ଆରାଧନା କରୁନ୍, କାଁକରି କି ସେମାନେ ମାନ୍‌ବାର୍‌ଲାଗି ମନା କରିଛନ୍।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 2

ଆର୍‌ ମାହାପୁରୁ ଦଣ୍ଡ ଦେବାର୍ ଲାଗି ତାକ୍‌ର ଦୁଇ ରାଏଜ୍‌କେ ତାକର ଶତୃ ମାଁନ୍‌କୁ ଧଂନ୍‌ସ କର୍‌ବାର୍ ଲାଗି ଅନୁମତି ଦେଲେ। ଏସିରିଅ ଦେଶ୍ ଆର୍ ବହୁତ୍ ଶକ୍ତିଶାଲି ହଇ ଯାଇଥିଲା। ସେମାନେ ଅଲ୍‌ଗା ଦେଶ୍ ପ୍ରତି ବହୁତ୍ ନିର୍‌ଦୟାଲୁ ଥିଲେ। ଏସିରିଅ ମାନେ ଇଶ୍ରାଏଲ ରାଏଜ୍‌କେ ଧଂନ୍‌ସ୍ କରିଦେଲେ। ସେମାନେ ଆସିକରି ଇଶ୍ରାଏଲ୍‌ ଦେଶ୍‌ର ବହୁତ ଲୋକ୍ କେ ମାରି ଦେଲେ। ଆର୍ ଯେନ୍‌ଟା ଚାହେଁଲେ ସବୁ ଜିନିଷ୍‌ ନେଇଁ ଗଲେ, ଆର୍ ଦେଶର୍‌ କେତେ ଜାଗାକେ ଜଲେଇ ଦେଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 3

ଏସିରିଅ ମାନେ ସବୁ ନେତା, ଧନୀ ଲୋକ୍‌ ଆର୍‌ ମୁଖିଆ ଲୋକ୍ ମାନ୍‌କୁ ଗୁଟେ ଜାଗାକେ ଆନିପକାଲେ। ଆର୍ ସେମାନ୍‌କୁ ଏସିରିଅ ଦେଶ୍‌କେ ନେଇ କରି ପଲାଲେ। ଆର୍‌ ବେସି ଗରିବ୍‌ ଲୋକ୍ ଇଶ୍ରାଏଲ୍‌ରେ ରହି ଗଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 4

ଆର୍ ଏସିରିଅର୍ ଲୋକ ମାନେ ଦେଶ୍‌ନ ରହେବାର ଲାଗି ଅଲ୍‌ଗା ଦେଶ୍‌ର ଲୋକ୍‌ ମାନ୍‌କୁ ନେଇ କରି ଆସ୍‌ଲେ। ସେ ବିଦେଶୀ ମାନେ ସହର୍‌କେ ବନାଲେ। ସେଠାନେ ସେମାନେ ଇଶ୍ରାଏଲ୍ ଲୋକ୍ ମାନ୍‌କର୍ ସାଙ୍ଗେ ବିହା ହେବାକେ ଲାଗ୍‌ଲେ। ସେମାନ୍‌କୁ “ସମରଣୀୟ“ ବଲି କୁହା ଯାଉଥିଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 5

ଯିହୁଦା ଦେଶର୍ ଲୋକ୍‌ମାନେ ଦେଖ୍‌ଲେ ଯେ, ଇଶ୍ରାଏଲୀୟ ଲୋକ୍‌ମାନେ ମାହାପୁରୁକେ ନାଇ ମାନୁ ଥାଇ ଆର୍ ତାକର୍‌ଠାନେ ବିଶ୍ୱାସ୍ ନାଇ କରୁଥାଇ, ହେତିର୍‌ ଲାଗି ସେମାନ୍‌କୁଁ ମାହାପୁରୁ ଦଣ୍ଡ ଦେଲେ। ହେଲେ ବି ସେମାନେ କିଣାନିଅ ଲୋକର୍ ଦେବା ଦେବୀ ମାନ୍‌କୁଁ ମାନି ବସ୍‌ଲେ। ମାହାପୁରୁ ସେମାନ୍‌କୁ ଚେତେଇ ଦେବାର୍‌ ଲାଗି ଭବିଷ୍ୟଦ୍‌ବକ୍ତା ମାନ୍‌କୁଁ ପଠାଲେ। ହେଲେ ସେମାନେ ତାକର୍ କଥା ନାଇ ମାନ୍‌ଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 6

ଏସିରିଅ ମାନକର୍ ଇଶ୍ରାଏଲ ରାଏଜ୍ ଧ୍ୱଂସ୍ କରିବାର ୧୦୦ ବରଷ୍ ପରେ, ମାହାପୁରୁ ବାବିଲୋନ୍‌ର ରଜା ନବୁଖଦ୍‌ନିଶର୍ କେ ଯିହୁଦା ଦେଶ୍‌କେ ଆକ୍ରମଣ୍ କର୍‌ବାର୍‌ ଲାଗି ପଠାଲେ। ବାବିଲନ୍ ଗୁଟେ ଶକ୍ତିଶାଲି ଦେଶ୍ ଥିଲା। ଯିହୁଦାର୍ ରଜା ନବୁଖତନିସର୍‌ର ଚାକର୍ ହେବାର୍ ଲାଗି ରାଜିହେଲା। ଆର୍ ସବୁ ବରଶ୍ ତାହାକେ ଟଙ୍ଗା ପଏସା ବି ଦେଉ ଥିଲା।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 7

ହେଲେ କିଛି ବରଷ୍ ପରେ, ଯିହୁଦାର୍ ରଜା ବାବିଲୋନ୍ ବିରୁଧ୍‌ରେ ଗୁଲ୍‌ମାଲ୍ କଲା। ତେହେରୁଁ ବାବିଲିନିୟ ମାନେ ଫିରି ଆସ୍‌ଲେ ଆର୍ ଯିହୁଦା ଦେଶ୍‌କେ ଘେରାଲେ। ସେମାନେ ଯିରୁଶାଲମ୍ ନଗର୍‌କେ କବ୍‌ଜା କଲେ। ମନ୍ଦିର୍‌କେ ଭାଙ୍ଗି ଦେଲେ, ଆର୍ ସେ ନଗର୍‌ ଆର୍ ମନ୍ଦିର୍‌ନୁ ଖଜାନାକେ ନେଇ ଗଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 8

ଯିହୁଦୀ ରାଏଜ୍‌ର ବିଦ୍ରୋହ ଲାଗି ଦଣ୍ଡ୍ ଦେବାର୍‌କେ ନବୁଖଦନିଶର୍‌ର ସେନା ମାନେ ରଜାର୍ ପୁଓ କେ ତାର୍ ଆଘେ ମାରିଦେଲେ ଆର୍ ଫିକି ଦେଲେ। ଆର୍‌ ରଜାକେ ବାବିଲୋନ୍‌ ନେଇଗଲେ ଯେନ୍‌ତା ସେ ଜେଲ୍‌ନ ହିଁ ମରିଯିବା।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 9

ଯିହୁଦା ଦେଶର୍‌ ବଡ୍‌ ଭାଗି ଲୋକ୍‌ ମାନ୍‌କେ ନବୁଖଦନିସର୍‌ ଆର୍ ତାର୍ ସେନା ମାନେ ବାବିଲୋନ୍‌କେ ନେଇ ଗଲେ, ଖାଲି ଗଛ୍ ଖୁଟ୍ ଜଗାବାର୍ ଲାଗି ବନେ ଗରିବ୍ ଲୋକ୍ ମାନ୍‌କୁଁ ଛାଡିଦେଲେ। ଇ ସମିଆଥି ମାହାପୁରୁ ଲୋକ୍‌ମାନ୍‌କୁଁ ପ୍ରତିଜ୍ଞା ଦେଶ୍‌କେ ଛାଡ୍‌ବାର୍‌ ଲାଗି ବାଧ୍ୟ କରାଯାଉ ଥିଲା ଆର୍ ଇଟାକେ ନିବାର୍‌ସନ୍‌ ବଲି କୁହାଗଲା।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 10

ହେଲେ ବି ମାହାପୁରୁ ତାକର୍ ଲୋକ୍‌ର୍ ନିଜର୍ ପାପ୍ ଲାଗି ନିବାର୍‌ସନ୍ କରି ଦଣ୍ଡିତ୍ କରିଥିଲେ, ତାର୍ ପରେ ବି ସେ ସେମାନ୍‌କୁ କି ତାକର୍‌ କଥାକେ ନେଇ ଭୂଲି ଥାଇ। ହେଲେ ମାହାପୁରୁର୍‌ ତାକର୍ ଲୋକ୍ ମାନ୍‌କର୍ ଉପ୍‌ରେ ନଜର୍ ଥିଲା। ତାକର୍ ଭବିଷ୍ୟଦ୍‌ବକ୍ତା ମାନ୍‌କର୍‌ ମାଧ୍ୟମ୍‌ରେ ସେମାନ୍‌କର୍ ସାଙ୍ଗେ କଥା ହଉଥିଲେ। ସେ ସେମାନ୍‌କୁଁ କଥା ଦେଇଥିଲେ ଯେ, ସତୁର୍ ବରଷ୍ ପରେ ସେମାନେ ଆର୍‌ଥରେ ପ୍ରତିଜ୍ଞା କରିଥିବାର୍ ଦେଶ୍‌କେ ଫିରି ଆସ୍‌ବେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 11

ଆର୍‌ ସତୁର୍ ବରଷ୍‌ ପରେ ପାରସ୍ୟର ରଜା କୋରସ୍ ବାବିଲ୍‌ନିୟକେ ହରେଇ ଦେଲେ। ସେଥିର୍ ଲାଗି, ବାବିଲୋନ୍‌ର ବଦ୍‌ଲା, ପାରସ୍ୟ ସମ୍‌ରାଟ୍ ମାନେ ଅନେକ୍ ରାଇଜ୍‌ର ଉପ୍‌ରେ ଶାସନ୍ କରୁଥିଲେ। ଆର୍ ଇସ୍ରାଏଲ୍‌ର ଲୋକ୍ ମାନ୍‌କେ ଇହାଦେ ‘ଯିହୁଦୀ’ ବଲି କହୁଥିଲେ। ସେମାନ୍‌କର୍ ଠାନୁ ଅଧିକ୍ ଲୋକ୍ ବାବିଲିଅନ୍‌ରେ ସେମାନେ ସାରା ଜୀବନ୍ କଟାଲେ। ଆର୍ କେତେ ବୁଢାବୁଢି ଯିହୁଦୀ ମାନେବି ଯିହୁଦା ଦେଶ୍ କେ ସୋର୍ ପକାଇଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 12

ପାରସ୍ୟ ମାନ୍‌କର୍‌ ବହୁତ୍ ବଲ୍‌ ଥିଲା, ହେଲେ ସେମାନେ ଯେନ୍‌ମାନ୍‌କର୍‌ଠାନୁ ଜିତି ଥିଲେ, ସେମାନ୍‌କୁ ବି ଦୟା କରୁଥିଲେ। ପାରସ୍ୟ ର ରଜା କୋରସ୍ ରଜା ହେବାର୍ କିଛି ସମିୟାଁ ନ, ସେ ଗୁଟେ ଆଦେଶ୍ ଦେଲା ଯେ ଯେନ୍ ଯିହୁଦୀ ପର୍ସିଆ ଛାଡିକରି ଯିହୁଦାକେ ଫିରି ଯିବାର୍‌କେ ଚାହୁଁଛେ ଯାଇପାର୍‌ବା।ଇନ୍ତାକି ସେ ସେମାନ୍‌କୁ ମନ୍ଦିର ଆର୍‌ଥରେ ବନାବାର୍ ଲାଗି ପଏସା ଦେଇ ଥିଲେ! ଇଥିର୍ ଲାଗି, ସତୁର୍ ବରଷ୍ ନିବାର୍‌ସନ୍ ପରେ, ଯିହୁଦୀ ମାନ୍‌କର୍ ଗୁଟେ ଛୋଟ୍ ଦଲ୍ ଯିହୁଦାର୍ ଯିରୁସାଲମ୍ ଦେଶ୍ କେ ଫିରି ଆସ୍‌ଲେ।

20. ୨୦.ନିଜର୍ ଦେଶୁଁ ବାହାର୍‌କେ ଯିବାର୍ ଆର୍‌ ଫିର୍‌ବାର୍ — illustration 13

ଯେତ୍‌କିବେଲ୍‌କେ ଲୋକ୍‌ମାନେ ଯିରୁଶାଲମ୍‌କେ ପୁହୁଚୁଁଲେ, ସେମାନେ ସହର୍‌ର ଚାରିଆଡ଼େ ଥିବାର୍‌ ମନ୍ଦିର୍‌କେ ଆର୍ କାଥିକେ ଆର୍ ଥରେ ବନାଲେ। ତାର୍‌ପରେ ବି ପାରସୀ ମାନେ ସେମାନ୍‌କର୍ ଉପ୍‌ରେ ଶାସନ୍ କରୁଥିଲେ, ଆର୍ ଥରେ ଯିହୁଦୀ ମାନେ ପ୍ରତିଜ୍ଞା କରିଥିବାର୍ ଭୁଇଁନେ ରହୁଥିଲେ ଆର୍ ମନ୍ଦିର୍‌ନ ପୂଜା କରୁ ଥିଲେ।

ବାଇବଲ୍‌ର କଥାନୀ: ୨ରାଜାବଲୀ ୧୭; ୨୪-୨୫; ୨ ବଂଶାବଲୀ ୩୬; ଏଜ୍ରା ୧-୧୦;ନିହିମିୟା ୧-୧୩

Read in the reader

Free to use, adapt, and share under an open license (CC BY-SA 4.0).