21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 1

ମାହାପୁରୁ ସଂସାର୍‌କେ ଯେନ୍ତା ବନାଲେ, ସେ ଯାନିଥିଲେ ଯେ, କେତେ ସମିଆଁ ପରେ ମସିହାକେ ଦିନେ ସଂସାର୍ କେ ପଠାବାର୍‌କେ ପଡ୍‌ବା। ସେ ଆଦମ୍ ଆର୍ ହବାକେ ବି ପ୍ରତିଜ୍ଞା କରିଥିଲେ ଯେ, ସେ ଇଟା କର୍‌ବେ। ସେ କହେଲେ ଯେ, ହବାର୍‌ ଗୁଟେ ବଂଶ ଜନମ୍ ହେବେ, ଯିଏକି ସାପ୍‌ ର ମୁଡ୍‌ କେ ବିଦ୍ରାବା। ଅବଶ୍ୟ, ହବାକେ ଭୂଲାବାର୍ ଲାଗି ସଏତାନ୍ ସାପ୍ ହେଇ କରି ଆଏଲା। ମାହାପୁରୁ କହେବାର୍‌ ହିସାବେ ସେ ପୁରାପୁରି ସଏତାନ୍‌କେ ହରାବା।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 2

ମାହାପୁରୁ ଅବ୍ରାମ୍ ସାଙ୍ଗେ ଚୁକ୍ତି କରିଥିଲେଯେ, ତାକର୍ ଦ୍ୱାରା ଇ ଜଗତ୍‌ର ସବୁଜାତିର୍ ଲୋକ୍‌ ଆଶ୍ରିବାଦ୍ ପାଏବେ। କିଛି ଦିନ୍‌ ପରେ ମାହାପୁରୁ ମସିହାକେ ପଠେଇକରି ଇ ସପତ୍‌କେ ପୁରା କର୍‌ବେ। ସେ ମସିହା ସବୁ ଜାତିର୍‌ ଲୋକ୍‌ମାନ୍‌କର୍‌ ପାପ୍‌ନୁ ସେମାନ୍‌କୁ ଉଦ୍ଧାର୍‌ କର୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 3

ମାହାପୁରୁ ମୋଶାକେ କଥାଦେଇଥିଲେ ଯେ, ଭବିଷ୍ୟତ୍‌ରେ ମୋଶା ଭଲିଆ ଗୁଟେ ଭବିଷ୍ୟତ୍ ବକ୍ତା ପଠାବେ। ଆର୍‌ ଇ ଭବିଷ୍ୟତ୍‌ବକ୍ତା ଟା ମସିହା। ଇନ୍‌ତାକିସ୍‌ମେ ମାହାପୁରୁ ଆର୍ ଥରେ ପତିଜ୍ଞା କଲେ ଯେ, ସେ ମସିହା କେ ପଠାବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 4

ମାହାପୁରୁ ଦାଉଦ୍‌ ସାଙ୍ଗେଁ ସପଥ୍ କରିଥିଲେ ଯେ, ତାକର୍‌ ବଂଶ୍‌ନୁ ମସିହା ହେବେ। ସେ ରଜା ହେବେ ଆର୍ ମାହାପୁରୁର୍‌ ଲୋକ୍‌ ମାନ୍‌କର୍ ଶାସନ୍ କର୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 5

ମାହାପୁରୁ ଯିରିମିୟ ଭବିଷ୍ୟଦ୍‌ବକ୍ତାକେ କହେଲେ ଯେ, ସେ ଦିନେ ନୁଆ ଚୁକ୍ତି କର୍‌ବେ। ଇ ନୁଆ ଚୁକ୍ତି ମାହାପୁରୁ ଆଗେ ଯେନ୍ ସିନାଇ ପାହାଡେ ଇଶ୍ରାଏଲ୍ ଲୋକ୍‌ ମାନ୍‌କର୍‌ ସାଙ୍ଗେ କରିଥିବାର୍‌ ପୁରୁଣା ଚୁକ୍ତି ଭଲିଆ ନାଇଁ ହୁଏ। ଯେତ୍‌କି ବେଲେ ସେ ନୁଆ ଚୁକ୍ତି ଲୋକ୍‌ମାନ୍‌କର୍‌ ସାଙ୍ଗେ କର୍‌ବେ, ମାହାପୁରୁ ନିଜ୍‌କେ ନିଜେ ପ୍ରକାଶିତ୍‌ ହେବେ। ସବେ ମାହାପୁରୁକେ ପ୍ରେମ୍‌ କର୍‌ବେ ଆର୍ ତାକର୍‌ ନିୟମ୍‌କେ ମାନ୍‌ବାର୍‌ ଲାଗି ଚାହେଁବେ। ମାହାପୁରୁ କହେଲେ ଯେ ସେ ତାକର୍ ବିଧି ସେମାନ୍‌କର୍ ହୃଦୟ ଭିତେରେଁ ଲେଖ୍‌ଲା ଭଲିଆ ହେବା। ସେମାନେ ମାହାପୁରୁର୍ ଲୋକ୍‌ ହେବେ ଆର୍ ମାହାପୁରୁ ସେମାନ୍‌କର୍ ପାପ୍‌କେ କ୍ଷମା କର୍‌ବେ। ସେ ‘ମସିହା’, ଯିଏକି ସେମାନ୍‌କର୍ ସାଙ୍ଗେ ନୁଆଁ ଚୁକ୍ତି କର୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 6

ମାହାପୁରୁର୍‌ର ଭବିଷ୍ୟଦ୍‌ବକ୍ତାମାନେ ଇଟା ବି କହେଲେ ଯେ, ମସିହା ଗୁଟେ ଭବିଷ୍ୟଦ୍‌ଦ୍‌ବକ୍ତା , ଗୁଟେ ଯାଜକ ଆର୍‌ ଗୁଟେ ରଜା ହେବେ। ଗୁଟେ ଭବିଷ୍ୟତ୍‌ବକ୍ତା ସେ ଆଏ, ଯିଏ କି ମାହାପୁରୁର୍‌ ସବୁକଥା ଶୁନ୍‌ସି ଆର୍ ଲୋକ୍ ମାନ୍‌କୁ କହେସି। ମାହାପୁରୁ ଯେନ୍ତା ମସିହାକେ ପଠାବାର୍ ଲାଗି କଥାଦେଇଥିଲେ ସେନ୍ତା ଗୁଟେ ସିଦ୍ଧ ଭବିଷ୍ୟତ୍‌ବକ୍ତା ହେବେ। ତାର୍‌ମାନେ ସେ ମସିହା ମାହାପୁରୁର୍‌ କଥାକେ ଭଲ୍ ଭାବେ ସୁନ୍‌ବେ ଆର୍ ତାହାକେ ଭଲ୍ ଭାବେ ବୁଝ୍‌ବେ ଆର୍ ଲୋକ୍‌ ମାନ୍‌କୁ ଭଲ୍‌ କରି ଶିଖାବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 7

ଲୋକ୍ ମାନ୍‌କର୍‌ ଲାଗି ଇଶ୍ରାଏଲିୟ ଯାଜକ୍ ମାନେ ବଳି ଦେଉଥିଲେ। ଇ ବଳିଦାନ୍ ଲୋକମାନ୍‌କର୍‌ ପାପର୍ ଲାଗି ମାହାପୁରୁର୍ ଦ୍ୱାରା ଦଣ୍ଡ ଦିଆ ଯାଉଥିବାର୍ ଜାଗାଥି ହେଉଥିଲା। ଯାଜକ୍ ମାନେ ଲୋକ୍‌ମାନ୍‌କର୍‌ ଲାଗି ପ୍ରାର୍‌ଥନା କରୁଥିଲେ। ହେଲେ ମସିହା ଗୁଟେ ସିଦ୍ଧ ଆରୁ ବଡ୍‌ ଯାଜକ୍ ହେବେ ଯେଏ କି ମାହାପୁରୁର୍‌ ଲାଗି ଉତ୍ତମ୍, ପବିତ୍ର, ସୁଗ୍ରାହ୍ୟ ଆର୍ ସିଦ୍ଧ୍ ବଳି ଭଲିଆ ସେ ନିଜ୍‌କେ ବଳି ଚଢାବେ, ଆର୍ ପାପର୍ କ୍ଷମା ଲାଗି କେନ୍‌ସି ଅଲ୍‌ଗା ବଳି ଦର୍‌କାର ନେଇଁ ପଡ଼େ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 8

ରଜା ଆର୍‌ ମୁଖିଆ ମାନେ ଲୋକ୍ ଦଲ୍‌ ଉପରେ ଶାସନ୍ କର୍‌ସନ୍ , ଆର୍ କେତେକେତେ ବେଲେ ସେମାନେ ଭୁଲ୍ କରିଦେସନ୍। ରଜା ଦାଉଦ୍ ଖାଲି ଇସ୍ରାଏଲ୍ ମାନକର୍ ଉପରେ ଶାସନ୍ କଲେ। ହେଲେ ଦାଉଦର୍‌ ବଂଶର୍‌ ଖ୍ରୀଷ୍ଟ ସାରା ସଂସାର୍‌କେ ଶାସନ୍‌ କର୍‌ବେ, ଆର୍‌ ସେ ସବୁଦିନର୍‌ ଲାଗି ଶାସନ୍‌ କର୍‌ବେ।ଆର୍ ସେ ସବୁବେଲେ ନିଏ ଭାବେ ଶାସନ୍ କର୍‌ବେ ଆର୍‌ ଠିକ୍ ବୁଝାମନା କରବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 9

ମାହାପୁରୁର୍‌ ଭବିଷ୍ୟଦ୍‌ବକ୍ତା ମାନେ ଖ୍ରୀଷ୍ଟ ବାବଦ୍‌ରେ ଅନେକ୍ କଥାକହିଥିଲେ। ଉଦାହରନ୍ ଯେନ୍‌ତାକି ମଲାଖି କହିଥିଲେ ଯେ, ଖ୍ରୀଷ୍ଟ ଆସ୍‌ବାର୍ ଆଗନୁ ଆର୍ ଜନେ ଭବିଷ୍ୟଦ୍‌ବକ୍ତା ଆସ୍‌ବେ ସେ ଭବିଷ୍ୟଦ୍‌ବକ୍ତା ଅଧିକ୍ ଗୁରୁତ୍ୱପୂର୍ଣ ହେବେ, ଆର୍ ବି ଭବିଷ୍ୟଦବକ୍ତା, ଯିଶାଇୟ ଭବିଷ୍ୟଦବକ୍ତା ଲେଖିଛନ୍ ଯେ, ଖ୍ରୀଷ୍ଟ ଗୁଟେ କୁଆଁରି ଟୁକେଲର୍‌ନୁ ଜନମ୍ ହେବେ। ଭବିଷ୍ୟଦ୍‌ବକ୍ତା ମିଖା କହିଥିଲେ ଯେ, ସେ ବେଥେଲିହିମ୍ ସହର୍‌ନ ଜନମ୍ ହେବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 10

ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ କହିଛନ୍‌ ଯେ, ଖ୍ରୀଷ୍ଟ ଗାଲିଲୀର୍ ଏରିଆନେ ରହିବେ। ଖ୍ରୀଷ୍ଟ ଅତି ଦୁଃଖୀ ଲୋକ୍ ମାନ୍‌କୁଁ ସାନ୍ତ୍ୱନା ଦେବେ। ସେ ବନ୍ଦୀମାନ୍‌କେ ବି ମୁକ୍‌ଲାବେ। ଖ୍ରୀଷ୍ଟ ବେମାରି ଲୋକ୍‌ମାନ୍‌କେ ଆର୍ ଯେନ୍‌ମାନେ ଶୁନି ନାଇପାରନ୍‌, ଦେଖି ନାଇପାରନ୍‌, କହିନାଇ ପାର୍‌ନ୍‌, ଆର୍‌ ଚାଲି ନାଇଁ ପାରନ୍‌ ସେମାନ୍‌କେ ଭଲ୍‌ କର୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 11

ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ଆର୍‌ବି କହିଛନ୍‌ ଯେ, ଲୋକ୍‌ ମାନେ ଖ୍ରୀଷ୍ଟକେ ଘୃଣା କର୍‌ବେ ଆର୍ ତାହାକୁଁ ଗ୍ରହନ୍ ନେଇଁ କରନ୍। ଆର୍ ଅଲ୍‌ଗା ଭବିଷ୍ୟ‌ଦ୍‌ବକ୍ତା ମାନେ କହିଥିଲେ ଯେ, ଖ୍ରୀଷ୍ଟର୍‌ ଗୁଟେ ସାଙ୍ଗ୍‌ ଖ୍ରୀଷ୍ଟର୍‌ ବିରୁଧ୍‌ରେ ଯିବେ। ଭବିଷ୍ୟ‌ଦ୍‌ବକ୍ତା ଜିଖରୀୟ କହିଛନ୍ ଯେ, ଇ ସାଙ୍ଗ୍ ଅଲ୍‌ଗା ଲୋକ ମାନ୍‌କର୍‌ଠାନୁ ଇ କାମ୍ କର୍‌ବାର ଲାଗି ୩୦ ଟା ରୂପାର୍ ଟଙ୍କା ପାଏବା। ଆର୍‌ ବି କେତେଟା ଭବିଷ୍ୟ‌ଦ୍‌ବକ୍ତା କହିଥିଲେ ଯେ, ଲୋକ୍‌ମାନେ ଖ୍ରୀଷ୍ଟ ଙ୍କୁ ମାର୍‌ବେ ଆର୍‌ ସେମାନେ ତାକର୍‌ କପଡ଼ା ଲାଗି ଜୁଆ ଖେଲ୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 12

ଭବିଷ୍ୟ‌ଦ୍‌ବକ୍ତାମାନେ ବି କହିଥିଲେ ଯେ, ଖ୍ରୀଷ୍ଟ କେନ୍‌ତା କିସ୍‌ମେ ମର୍‌ବେ। ଯିଶାଇୟ ଭାବବାଣୀ କରିଥିଲେ ଯେ, ଯଦି ବି ସେ କିଛି ଖରାପ୍ କାମ ନାଇଁ କରିଥାଇଁ ଲୋକ୍‌ମାନେ ଖ୍ରୀଷ୍ଟର୍‌ ଉପରେ ଥୁକ୍‌ବେ, ମଜାକ୍ ଉଡାବେ ଆର୍ ପିଟ୍‌ବେ। ଆର୍ ସେମାନେ ତାହାକେ ବର୍‌ଛା ନ ମାର୍‌ବେ, ଆର୍‌ ସେ ବହୁତ କଲ୍‌ବଲ୍ ହେଇ କରି ମର୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 13

ଭବିଷ୍ୟ‌ଦ୍‌ବକ୍ତା ମାନେ ଇଟାବି କହିଛନ୍ ଯେ, ଖ୍ରୀଷ୍ଟ କିଛି ପାପ୍ ନେଇଁ କରନ୍। ସେ ଜନେ ସିଦ୍ଧ ହେବେ। ଆର୍‌ ସେ ମର୍‌ବେ କାଏଁକରି କି ଅଲ୍‌ଗା ଲୋକର୍ ପାପ୍‌ ଲାଗି ସେ ନିଜେ ସଜା ପାଏବେ। ଯେତ୍‌କିବେଲେ ସେ ମର୍‌ବେ, ଲୋକ୍ ମାନେ ମାହାପୁରୁ ସାଙ୍ଗେ ଶାନ୍ତି ସ୍ଥାପନା କରି ପାର୍‌ବେ। ଆର୍ ଇ କାରନ୍ ନୁ , ମାହାପୁରୁର୍‌ ଯୋଜ୍‌ନାର୍ ହିସାବେ ଖ୍ରୀଷ୍ଟକେ ମରବାର୍‌କେ ପଡ୍‌ଲା।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 14

ଭବିଷ୍ୟ‌ଦ୍‌ବକ୍ତା ମାନେ ଇଟାବି କହିଛନ୍‌ ଯେ, ମାହାପୁରୁ ଖ୍ରୀଷ୍ଟକେ ମର୍‌ବାର୍‌ଠାନୁ ଜୀବିତ୍ କରି ଉଠାବେ। ଇନୁ ଜନାପଡ଼ସି ଯେ, ନୁଆଁ ଚୁକ୍ତି କର୍‌ବାର୍‌ ଲାଗି ଯୀଶୁର୍‌ ମରନ୍ ଆର୍ ଜିଁ କରି ଉଠ୍‌ବାର୍‌ଟା ଯୋଜନା ଥିଲା, ଇଥିର୍‌ଲାଗି ସେ ତାକର୍ ବିରୋଧ୍ ନ ପାପ୍ କରିଥିବାର୍‌ ଲୋକ୍‌ ମାନ୍‌କୁ ଉଦ୍ଧାର କରିପାର୍‌ବେ।

21. ୨୧.ମାହାପୁରୁ ମସିହା ବାବ୍‌ଦେଁ ପ୍ରତିଜ୍ଞା କଲେ — illustration 15

ମାହାପୁରୁ ଭବିଷ୍ୟ‌ଦ୍‌ବକ୍ତା ମାନେ ଖ୍ରୀଷ୍ଟଙ୍କର୍‌ ବାବଦ୍‌ରେ ବହୁତ୍‌ କଥା କହିଥିଲେ, ହେଲେ ସେ ଭବିଷ୍ୟ‌ଦ୍‌ବକ୍ତା ମାନ୍‌ଙ୍କର୍‌ ସମିୟାଁନ ଖ୍ରୀଷ୍ଟ ନେଇଁ ଆସି। ଇ ଭାବବାଣୀ ମାନେ ଦିଆଯିବାର୍ ୪00 ବରଷ୍ ନୁ ଅତ୍‌କା ସମିଆଁ, ଠିକ୍ ସମିୟାଁନ ମାହାପୁରୁ ଖ୍ରୀଷ୍ଟକେ ଜଗତ୍‌କେ ପଠାଲେ।

ବାଇବଲ୍‌ର କଥାନୀ: ଆଦି ପୁସ୍ତକ ୩;୧୨; ଗଣନା ପୁସ୍ତକ ୧୮:୧୫; ୨ ସାମୁୟେଲ ୭; ଗିତସଂହୀତା ୧୬; ୨୨; ୩୫; ୬୯; ୪୧; ଯିଶାଇୟ ୭:୧୪; ୯:୧-୭; ୬୧; ୫୩; ୫୦:୬; ୫୯:୧୬; ଜିରିମିୟ ୩୧;ଦାନିୟେଲ ୭; ମିଖା ୫:୨;ଯିଖିରିୟ ୧୧:୧୨-୧୩; ମଲାଖି ୪:୫

Read in the reader

Free to use, adapt, and share under an open license (CC BY-SA 4.0).