23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 1

ଯୋଷେଫ୍‌ ବଲିକରି ଗୁଟେ ଧାର୍ମିକ୍‌ ଲୋକର୍ ସାଙ୍ଗେ ମରିୟମ୍‌ର ବନ୍‌ବସ୍‌ ହେଇଥିଲା। ଯେତ୍‌କିବେଲେ ସେ ଶୁନ୍‌ଲେ ଯେ, ମରିଅମ୍ ଦିହେଁ ବୁହିଛନ୍, ସେତ୍‌କିବେଲେ ସେ ଜାନ୍‌ଲେ ଯେ ଇଟା ତାକର୍‌ ଛୁଆ ନୁହେଁସେ। ତାର୍ ପରେ ବି ସେ ମରିୟମ୍ କେ ଲୋକ୍ ହଁଶା କରବାର୍‌କେ ନେଇଁ ଚାହୁଥାଇଁ, ଇଥିର୍ ଲାଗି ସେ ତାକର୍ ପ୍ରତି ଦୟା କଲେ ଆର୍‌ ଚୁପ୍‌ଚାପ୍ ଛାଡ୍‌ପତର୍‌ ଦେବାର୍‌ଲାଗି ମନେ ମନେ ଭାବ୍‌ଲେ। ଆର୍ ସେ ଇଟା କର୍‌ବାର୍ ଆଗୋନୁ, ଗୁଟେ ସରଗ୍‌ର ଦୂତ ସପନ୍ ଥିଁ ତାକର୍ ପାକ୍‌କେ ଆସି କରି କହେଲେ।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 2

ସରଗ୍ ଦୂତ କହେଲେ, “ଯୋଷେଫ୍, ମରିୟମ୍‌କେ ତୁମର୍‌ ମାଇକିନା ଭାବେ ଆନ୍‌ବାର ଲାଗି ନାଇ ଡ଼ର। ତାର୍ ଭିତ୍‌ରେ ଥିବାର୍ ଛୁଆ ପବିତ୍ର ଆତ୍ମାଠାନୁ ଅନ୍‌। ସେ ଗୁଟେ ପୁଓ ସନ୍ତାନ୍ ଜନମ୍‌ କର୍‌ବେ। ତାହାକୁ ଯୀଶୁ ବଲିକରି ନାଁ ଦେବ। (ଯାହାର୍‌ ଅର୍ଥ ହଉଛେ “ସଦାପ୍ରଭୁ ଉଧାର୍‌ କାରୀ ) କାରନ୍‌ ସେ ଲୋକ୍‌ ମାନ୍‌କୁଁ ସେମାନ୍‌କର୍ ପାପ୍‌ନୁ ଉଧାର୍‌ କର୍‌ବେ। ”

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 3

ଆର୍‌ ଯୋଷେଫ୍ ମରିଅମ୍ କେ ବିହା ହେଲେ ଆର୍‌ ତାହାକେ ତାକର୍ ମାଇକିନା ଭାବେ ଘର୍‌କେ ଆନ୍‌ଲେ, ଆର୍‌ ସେ ଛୁଆ ଜନମ୍‌ ନାଇ କର୍‌ବାର୍‌ ତକ୍‌ ସେ ତାକର୍‌ ସାଙ୍ଗେ ନାଇଁ ରହେଲେ।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 4

ଯେତ୍‌କିବେଲେ ମରିୟମ୍‌ ଛୁଆ ଜନମ୍‌ କର୍‌ବାର୍ ସମିଆଁ ପାକ୍‌କେ ଆସ୍‌ଲା, ସେ ଆର୍‌ ଯୋଷେଫ୍‌ ବେଥ୍‌ଲିହିମ୍ ବଲିକରି ଗୁଟେ ଦୁରିଆ ସହର୍‌କେ ଯାତ୍ରା କଲେ। ସେମାନ୍‌କୁ ସେଠାନ୍‌କେ ଯିବାର୍‌କେ ପଡ୍‌ଲା କାଁଏଯେ କି, ରୋମ୍‌ର ଅଧିକାରୀମାନେ ଇସ୍ରାଏଲ୍ ରାଏଜର୍‌ର ସବୁ ଲୋକ୍‌ମାନ୍‌କୁ ଗନ୍‌ତି କର୍‌ବାର୍ ଲାଗି ଚାହୁଁଥିଲେ। ସେମାନେ ଚାହୁଁଥିଲେ ଯେ, ସବେ ସେମାନ୍‌କର୍ ପୂରବ୍ ପୁରୁଷ୍‌ ରହୁଥିବାର୍ ଯାଗାକେ ଯାଉନ୍‌। ରଜା ଦାଉଦ୍ ବେଥଲିହିମ୍ ନ ଜନମ୍ ହେଇଥିଲେ ଆର୍‌ ସେ ଦୁହେଁ ମରିୟମ୍ ଆର୍‌ ଯୋଷେପ୍‌ର ପୂରୁବ୍ ପୁରୁଷା ଥିଲେ।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 5

ମରିୟମ୍ ଆର୍‌ ଯୋଷେଫ୍‌ ବେଥଲିହିମ୍‌କେ ଗଲେ, ଆର୍‌ ସେନ ସେମାନ୍‌କର୍ ଲାଗି ପଶୁମାନ୍‌କର୍‌ ରହେବାର୍ ଜାଗା ଛାଡି କରି ଆର୍‌ କେନ୍‌ସି ଜାଗା ନେଇଁ ଥାଇଁ , ଯେନ୍‌ଠାନେକି ସେମାନେ ରହେବେ। ସେଠାନେ ମରିୟମ୍ ତାକର୍‌ ଶିଶୁକେ ଜନମ୍ ଦେଲେ। ତାକର୍‌ ଲାଗି ଜାଗା ନାଇଁ ଥାଇଁ, ସେଥିର୍ ଲାଗି ତାହାକେ ଗୁଟେ ପଶୁ ମାନେ ଖାଇବାର୍ ଡ଼ଙ୍ଗାନ ରଖ୍‌ଲେ। ସେମାନେ ତାକର୍ ନାଁ ଯୀଶୁ ଦେଲେ।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 6

ସେ ରାଏତ୍ ନ, ପାଖର୍ କ୍ଷେତେ କେତେଟା ମେଢି ଚରୁଆ ସେମାନ୍‌କର୍ ମେଢ଼ି ମାନ୍‌କୁ ଜୁଗି ଥିଲେ। ସାଙ୍ଗେ ସାଙ୍ଗ୍ ଗୁଟେ ଉଜାଲା ସରଗ୍ ଦୂତ ସେମାନ୍‌କୁ ଦେଖା ଦେଲେ, ଆର୍ ସେମାନେ ଦେଖିକରି ଡରିଗଲେ। ସରଗ୍‌ର ଦୂତ ସେମାନ୍‌କୁ କହେଲେ, “ ନେଇଁ ଡର, କାଏଁଯେ କି ମୁଇଁ ତମର୍ ଲାଗି ଗୁଟେ ଖୁସିର୍ ଖବର୍ ଆନିଛେଁ। ବେଥଲିହିମ ନ ଗୁରୁ, ଖ୍ରୀଷ୍ଟ ଜନମ୍ ହଇ ଛନ୍।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 7

“ତୁମେ ସେ ଛୁଆକେ ଖୁଜ୍‌ବାର୍ ଲାଗି ଯ, ଆର୍ ତମେ ତାହାକେ ଗୁଟେ ଡଙ୍ଗାନ କପ୍‌ଡ଼ା ଗୁଡେଇ ହଇକରି ଶୁଆ ହେଇ ଥିବାର୍ ଦେଖ୍‌ବ।” ସାଙ୍ଗେସାଙ୍ଗ୍, ଆକାଶେ ଦୂତମାନେ ଭରି ଗଲେ। ସେମାନେ ମାହାପୁରୁର୍‌ ପ୍ରଶଂସା କରୁଥିଲେ। ଆର୍ ସେମାନେ କହୁଥିଲେ, “ସବୁ ମହିମା ଆଦର୍ ସର୍‌ଗେ ମାହାପୁରୁର୍‌ ହଉ। ସେ ଅନୁଗ୍ରହ କରୁଥିବାର୍ ଲୋକ୍ ମାନକର୍‌ ଲାଗି ପୃର୍‌ଥିନ ଶାନ୍ତି ହଉ!”

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 8

ତେହେରୁଁ ଦୂତମାନେ ପଲାଲେ, ଆର୍‌ ମେଢି ଚରୁଆ ମାନେ ବି ସେମାନ୍‌କର୍ ମେଢି ଚରାବାର୍ ଛାଡିକରି ଛୁଆକେ ଖୁଜ୍‌ବାର୍ କେ ଗଲେ। ଯୀଶୁ ଯେନ୍ ଜାଗାନ ଥିଲେ ସେମାନେ ସେ ଠାନ୍‌କେ ଜଲ୍‌ଦି ପୁହୁଁଚିଲେ ଆର୍‌ ସେମାନେ ତାହାକେ ଗୁଟେ ଡଙ୍ଗାନ ଶୁଆ ହେଇ ଥିବାର୍ ଦେଖ୍‌ଲେ, ଯେନ୍‌ତା ଦୂତ ସେମାନ୍ କୁଁ କହିଥିଲେ। ସେମାନେ ବହୁତ୍ ଖୁସି ହେଲେ। ତେହେରୁଁ ମେଢି ଚରୁଆ ମାନେ ସେମାନ୍‌କର୍ ମେଢି ଚରାବାର୍ ଜାଗାକେ ଫିରିଗଲେ। ସେମାନେ ଯେନ୍‌ଟା ଶୁନି ଥିଲେ ଆର୍‌ ଦେଖିଥିଲେ ସେଥିର୍ ଲାଗି ସେମାନେ ମାହାପୁରୁର୍ ପ୍ରଶଂସା କଲେ।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 9

ଦୂର୍‌ନୁ ପୂରବ୍ ଦେଶର୍ କେତେଟା ପୁରୁଷ୍ ଲୋକ୍‌ ଥିଲେ। ସେମାନେ ତାରା ମାନ୍‌କୁ ଗବେଷଣା କରୁଥିଲେ ଆର୍ ସେମନେ ବହୁତ୍‌ ବୁଦ୍ଦିମାନ୍ ଥିଲେ। ସେମାନେ ଆକାଶେ ଗୁଟେ ଅଲ୍‌ଗା କିସ୍‌ମର୍ ତାରା ଦେଖ୍‌ଲେ। ସେମାନେ କହେଲେ ଯେ, ଇତାର୍‌ ଅର୍ଥ ହେଉଛେ ଯିହୁଦୀ ମାନ୍‌କର୍‌ ଗୁଟେ ନୁଆଁ ରଜାଟେ ଜନମ୍ ହଇଛନ୍‌ ସେଥିର୍ ଲାଗି ସେମାନେ ଛୁଆକେ ଦେଖ୍‌ବାର୍‌ ଲାଗି ନିଜର୍ ଦେଶ୍‌କେ ଯାତ୍ରା କର୍‌ବାର୍‌କେ ସ୍ଥିର୍‌ କଲେ। କେତେ ଦିନ୍‌ ଯାତ୍ରା କଲା ପରେ ସେମାନେ ବେଥଲିହିମ୍‌କେ ଆସିକରି ଯୀଶୁ ଆର୍ ତାକର୍‌ ବୁଆ ମା ରହୁଥିବାର୍‌ ଘର୍‌କେ ଆଏଲେ।

23. ୨୩. ଯୀଶୁଙ୍କର୍‌ ଜନମ୍ କଥାନୀ — illustration 10

ଯେତ୍‌କିବେଲ୍‌କେ ସେମାନେ ଯୀଶୁକେ ତାକର୍‌ ମାଁ ସାଙ୍ଗେ ଦେଖ୍‌ଲେ। ସେମାନେ ତାହାକୁ ଜୁହାର୍‌ କଲେ। ଆର୍‌ ସେମାନେ ଯୀଶୁକେ ଦାମ୍‌କିୟା ଭେଟି ଚଢାଲେ। ତାର୍‌ପରେ ସେମାନେ ଘର୍‌କେ ଗଲେ।

ବାଇବଲ୍‌ର କଥାନୀ: ମାଥିଉ ୧-୨; ଲୁକ ୨

Read in the reader

Free to use, adapt, and share under an open license (CC BY-SA 4.0).