24. ୨୪. ଯୋହନଙ୍କର୍ଠାନୁ ଯୀଶୁଙ୍କର୍ ଡୁବନ୍
ଜିଖରୀୟ ଆର୍ ଏଲିଜାବେଥ୍ର ପୁଓ ଯୋହନ୍, ବଡ୍ ହେଇ କରି ଗୁଟେ ଭବିଷ୍ୟଦ୍ବକ୍ତା ହେଲେ। ସେ ମରୁଭୂମି ନ ରହୁଥିଲେ, ସେ ଝାରର୍ ମହୁ ଆର୍ ପଙ୍ଗପାଳ ଖାଉଥିଲେ ଆର୍ ଓଟର୍ ବାଲେ ବନା ହେଉଥିବାର୍ କପଡା ପିନ୍ଧୁଥିଲେ।
ବହୁତ୍ ଲୋକ୍ ମରୁଭୂମିକେ ଯୋହନ୍ର କଥା ଶୁନ୍ବାର୍ ଲାଗି ବାହାରି କରି ଆଏଲେ। ସେ ସେମାନ୍କୁ ହୁଲାଜାରି କରି କହିଲେ, “ମନ୍କେ ବଦ୍ଲ, କାଁକରି କି ମାହାପୁରୁର୍ ରାଏଜ୍ ପାସ୍କେ ଆସ୍ଲା ନ !”
ଯେତ୍କିବେଲେ ଲୋକ୍ମାନେ ଯୋହନର୍ କଥା ଶୁନ୍ଲେ, ସେମାନ୍କର୍ ଭିତୁରୁ ବହୁତ୍ ଲୋକ୍ ନିଜର୍ ପାପ୍ନୁ ଅନୁତାପ୍ କଲେ, ଆର୍ ଯୋହନ୍ ସେମାନକୁଁ ଡୁବନ୍ ଦେଲେ। ଆର୍ ଅନେକ ଧାର୍ମିକ୍ ନେତା ମାନେବି ଯୋହନ୍କେ ଦେଖ୍ବାର୍ ଲାଗି ଆସ୍ଲେ, ହେଲେ ସେମାନେ ଅନୁତାପ୍ ନାଇଁକରି ଆର୍ ସେମାନ୍କର୍ ପାପ୍ର କ୍ଷମା ବି ନାଇ ମାଗି।
ଯୋହନ୍ ଧାର୍ମିକ୍ ନେତା ମାନ୍କେ କହେଲେ, “ହେ ନାଗ୍ ସାପ୍ର ଲୋକ୍ମାନେ! ତମର୍ ମନ୍କେ ବଦ୍ଲ୍ ଆର୍ ତମର୍ ବେଭାର୍କେ ସୁଧ୍ର। ମାହାପୁରୁ ଯେନ୍ ଗଛେ ଭଲ୍ ଫଳ ନାଇଁ ଫଲ୍ବା ସେ ସବୁ ଗଛ୍କେ କାଟି ଦେବେ, ଆର୍ ଜୁଏଁନ ପୁଡେଇ ଦେବେ। ଭବିଷ୍ୟଦ୍ବକ୍ତା ମାନେ ଯେନ୍ଟା କହିଥିଲେ, ଯୋହନ୍ ସେଟା ପୁରା କଲେ, “ଦେଖ, ମୁଇଁ ଜଲ୍ଦି ମୋର ସରଗ୍ଦୂତ ମାନ୍କେ ତମର୍ ଆଘେ ପଠାମି , ଯେନ୍ତା କି ସେମାନେ ତମ୍କେ ରାସ୍ତା ଦେଖାବେ।”
କେତେ ଧାର୍ମିକ୍ ନେତା ମାନେ ଯୋହନ୍କେ ପଚ୍ରାଲେ, କାଣା ତୁମେ ଖ୍ରୀଷ୍ଟ ଅ? ଯୋହନ କହେଲେ, “ନେଇଁ ମୁଇଁ ଖ୍ରୀଷ୍ଟ ନୁହେଁସେ, ହେଲେଁ ଯିଏ ମୋର୍ ପରେ ଆସୁଛନ୍ ସେ ଏତ୍କି ମହାନ୍ ଯେ ମୁଇଁ ତାକର୍ ଜୁତା ଖୁଲ୍ବାର୍ ବି ଲାଏକ୍ ନୁହେଁସେ।
ତାର୍ ଆର ଦିନେ ଯୀଶୁ ଯୋହନ୍କେ ଡୁବନ୍ ଦେବାର୍ ଲାଗି ଆସ୍ଲେ। ଯେତ୍କିବେଲେ ଯୋହନ୍ ତାହାକେ ଦେଖ୍ଲେ, ସେ କହିଲେ, “ଦେଖ, ଇଟା ମାହାପୁରୁର ମେଷଶାବକ୍, ଯିଏକି ଜଗତର୍ ସବୁ ପାପ୍କେ ଦୂର୍ କର୍ବେ।”
ଯୋହନ୍ ଯୀଶୁଙ୍କୁ କହେଲେ, “ମୁଇଁ ତମ୍କେ ଡୁବନ୍ ଦେବାର୍ ଲାଏକ୍ ନୁହେଁସେ। ତୁମେ ଇତାର୍ ବଦ୍ଲେ ମୋତେ ଡୁବନ୍ ଦେବାର୍ କଥା। ” ହେଲେ ଯୀଶୁ କହିଲେ, “ତୁମେ ମତେ ଡୁବନ୍ ଦେବାର୍ କଥା, କାଁକରି କି ଇଟା କରବାର୍ ଉଚିତ୍ ଆଏ।” ଯୀଶୁ କେଭେ ପାପ୍ ନାଇଁ କରି ଥାଇଁ ହେଲେବି ଯୋହନ୍ ତାହାକୁଁ ଡୁବନ୍ ଦେଲେ।
ଯେତ୍କିବେଲେ ଯୀଶୁ ଡୁବନ୍ ନେଇ କରି ପାଏନ୍ନୁ ବାହାରି ଆସ୍ଲେ, ମାହାପୁରୁର୍ ଆତ୍ମା ପରୁଆ ରୂପ୍ରେ ଆଇ କରି ତାକର୍ ଉପ୍ରେ ବସ୍ଲେ। ଆର୍ ସେ ସମିୟାଁ ନ, ମାହାପୁରୁ ସରଗ୍ନୁ କହେଲେ। “ ଇଟା ମୋର ଗେଲ୍ହା ପୁଓ ଯାହାକେ ମୁଇଁ ପ୍ରେମ୍ କର୍ସିଁ ଆର୍ ମୁଇଁ ତାକର୍ ଉପ୍ରେ ବହୁତ୍ ଖୁସି ଆଏଁ।”
ମାହାପୁରୁ ଯୋହନ୍କେ କହିଥିଲେ, “ପବିତ୍ର ଆତ୍ମା ଉତ୍ରିବେ ଆର୍ ତୁମେ ଯାହାକେ ଡୁବନ୍ ଦେବ ତାକର୍ ନ ରହେବେ। ସେ ଲୋକ୍ଟା ମାହାପୁରୁର ପୁଓ। ” ଗୁଟେ ବଲି ମାହାପୁରୁ ଅଛନ୍। ଆର୍ ଯୋହନ୍ ଯେତ୍କିବେଲ୍କେ ଯୀଶୁଙ୍କୁ ଡୁବନ୍ ଦେଲେ, ସେ ପିତା ମହାପୁରୁର୍ କଥା ଶୁନ୍ଲେ, “ମାହାପୁରୁର୍ ପୁଓକେ ଦେଖ, ଯିଏ କି ଯୀଶୁ ଆନ୍” ଆର୍ ସେ ପବିତ୍ରଆତ୍ମାକେ ଦେଖ୍ଲେ।
ବାଇବଲ୍ର କଥାନୀ: ମାଥିଉ ୩;ମାର୍କ ୧; ଲୁକ ୩; ଯୋହନ ୧:୧୫-୩୭
Free to use, adapt, and share under an open license (CC BY-SA 4.0).