25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 1

ଯୀଶୁ ଡୁବନ୍‌ ନେଲା ଉତାରେ, ପବିତ୍ର ଆତ୍ମା ତାହାକେ ମରୁଭୂମିକେ ନେଇଗଲେ। ଯୀଶୁ ସେଠାନେ ୪୦ ଦିନ୍ ଆର୍‌ ୪୦ ରାଏତ୍‌ତକ୍‌ ରହେଲେ। ସେ ସମିୟାଁ ନ ସେ ଉପାସ୍ କଲେ ଆର୍ ଶଏତାନ୍ ଯୀଶୁର୍ ପାସ୍‌କେ ଆସି କରି ପାପ୍‌ କରବାର୍ ଲାଗି ଲୋଭ୍‌ ଦେଖାଲା।

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 2

ପହେଲା , ଶଏତାନ୍ କହେଲା, “ ଯଦିତୁମେ ମାହାପୁରୁର୍‌ ପୁଓ, ତାହେଲେ ଇ ପଥର୍‌କେ ରୁଟି କରିଦିଅ, ଯେନ୍‌ତାକି ତୁମେ ଖାଇପାର୍‌ବ।

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 3

“ହେଲେ ଯୀଶୁ ଶଏତାନ୍‌ କେ କହେଲେ, ମାହାପୁରୁର୍ ଶାସ୍‌ତର୍ ନ ଲେଖା ଅଛେ, ଲୋକ୍‌ମାନେ ବଂଚ୍‌ବାର୍ ଲାଗି ଖାଲି ରୁଟି ଦର୍‌କାର୍ ନୁହେଁସେ, ହେଲେ ମାହାପୁରୁ ଯାହା ସବୁ କହେସନ୍ ସେସବୁ ଦର୍‌କାର୍।

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 4

ତେହେରୁଁ ଶଏତାନ୍ ଯୀଶୁଙ୍କୁ ମନ୍ଦିର୍‌ର ଉଚ୍ଚା ଜାଗାକେ ନେଇ ଗଲା, ଆର୍ କହେଲା, ଯଦି ତୁମେ ମାହାପୁରୁ ପୁଓ ଅ, ତାହେଲେ ତୁମେ ଉପୁରୁ ତଲ୍‌କେ ଡେଗି ଦିଅ। କାଏଁଯେକି ଶାସ୍‌ତର୍ ନ ଲେଖା ଅଛେ , ମାହାପୁରୁ ତମ୍‌କୁ ଧର୍‌ବାର୍ ଲାଗି ତାକର୍ ସରଗ୍ ଦୂତ ମାନ୍‌କୁ ହୁକୁମ୍ ଦେବେ, ଯେନ୍‌ତାକି ତୁମର୍ ପାଦ୍ ପଥର୍‌ରେ ନେଇଁ ବାଜ୍‌ବା।

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 5

ହେଲେ ଶଏତାନ୍ ଯେନ୍‌ଟା କହେଲା ଯୀଶୁ ସେଟା ନାଇଁ କରି। ଉଲ୍‌ଟିଆ ସେ କହେଲେ, ମାହାପୁରୁ ସମ୍‌କୁ କହେସନ୍ “ତମେ ତୁମର୍ ସଦା ପ୍ରଭୁ ପର୍‌ମେଶ୍ୱର୍‌କେ କେଭେଁ ବି ପରିକ୍ଷା ନାଇଁ କର୍‌ବ।”

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 6

ତେହେରୁଁ ଶଏତାନ୍‌ ଯୀଶୁକେ ସଂସାର୍‌ର ସବୁ ରାଏଜ୍‌କେ ଦେଖାଲା, ସେ ତାହାକୁଁ ଦେଖାଲା ଯେ, ସେମାନେ କେତେ ଧନୀ ଆର୍‌ ବର୍‌କଶ୍ ଅଛନ୍। ଆର୍ ସେ କହେଲା, ଯଦି ତୁମେ ମତେ ମୁଡିଆ ମାର୍‌ବ ବଏଲେ ଇସବୁ ତମ୍‌କୁ ଦେଇଦେମି।

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 7

ଯୀଶୁ କହେଲେ , “ ଶଏତାନ୍! ମର୍ ଠାନୁ ଯା ପଲା, ମାହାପୁରୁ ତାକର୍ ବାକ୍ୟରେ ନିଜର୍ ଲୋକ୍‌ମାନ୍‌କେ ଆଦେଶ୍ ଦେସନ୍, ‘ଖାଲି ତମେ ତୁମର୍ ମାହାପୁରୁକେ ଆରାଧନା କର୍‌ବ, ଆର୍‌ ତାହାକୁ ହିଁ ମାହାପୁରୁ ବଲି ଆଦର୍ କର୍‌ବ।”’

25. ୨୫. ଶଏତାନ୍ ଯୀଶୁକେ ପରୀକ୍ଷା କଲା — illustration 8

ଯୀଶୁ ଶଏତାନ୍‌ର ଲୋଭ୍ ନ ହାର୍ ନେଇଁ ମାନି, ଇଥିର୍‌ଲାଗି ଶଏତାନ୍ ତାହାକୁ ଛାଡିକରି ପଲେଇ ଗଲା। ତେହେରୁଁ ସର୍‌ଗ୍‌ର ଦୂତ ମାନେ ଆସି କରି ଯୀଶୁ ମାହାପୁରୁକେ ଦେଖ୍‌ରେଖ୍ କଲେ।

କଥାନୀ :ମାଥିଉ ୪:୧-୧୧; ମାର୍କ ୧:୧୨-୧୩; ଲୁକ ୪: ୧-୧୩

Read in the reader

Free to use, adapt, and share under an open license (CC BY-SA 4.0).