26. ୨୬. ଯୀଶୁ ତାକର୍ ସେବାକାମ୍ ଆରମ୍ କଲେ
ମାହାପୁରୁ ଶଇତାନ୍ର ଲୋଭ୍କେ ଲାତ୍ ମାର୍ବାର୍ ଉତାରେ, ସେ ଗାଲିଲୀ ଇଲାକାକେ ଫିର୍ଲେ। ଯେନ୍ଠାନେକି ସେ ରହୁଥିଲେ। ପବିତ୍ର ଆତ୍ମା ତାହାକୁ ବହୁତ୍ ତାକତ୍ ଦଉଥିଲେ, ଆର୍ ଯୀଶୁ ଇ ଜାଗା ସେ ଜାଗା ଯାଇକରି ଲୋକ୍ ମାନ୍କକୁ ଶିକ୍ଷା ଦଉଥିଲେ। ଯୀଶୁଙ୍କୁ ସବୁଲୋକ୍ ଭଲ୍ ବଲି କହୁଥିଲେ।
ଯୀଶୁ ନାଜରିଅତ୍ ନଗର୍କେ ଗଲେ। ଇଟା ସେ ଗାଁ ଆଏ ଯେନ୍ ଗାଁରେ କି ଯୀଶୁ ଛୁଆବେଲେ ରହୁଥିଲେ। ବିଶ୍ରାମ୍ବାର୍ ଦିନେ, ସେ ମନ୍ଦିର୍ ଗଲେ। ଆର୍ ନେତାମାନେ ତାହାକେ ସେଠାନେ ଯିଶାଇୟ ଭବିଷ୍ୟଦ୍ବକ୍ତାର୍ ବାକ୍ୟ ଲେଖା ହେଇଥିବାର୍ ଗୁଟେ ଶାସ୍ତର୍କେ ଦେଲେ। ସେମାନେ ଚାହୁଁଥିଲେ କି, ସେ ଇ ଶାସ୍ତର୍ନୁ ପଢୁନ୍। ତେହେରୁଁ ଯୀଶୁ ସେ ଶାସ୍ତର୍କେ ଖୁଲ୍ଲେ ଆର୍ କିଛି ଅଂଶ୍ ଲୋକ୍ମାନ୍କର୍ ଲାଗି ପଢ଼୍ଲେ।
ଯୀଶୁ ଇଟା ପଢ଼ଲେ, “ ମାହାପୁରୁ ତାକର୍ ଆତ୍ମା ମତେ ଦେଇଛନ୍ ଯେନ୍ତାକି ମୁଇଁ ଗରିବ୍ ଲୋକ୍ ମାନ୍କେ ମଙ୍ଗଲ୍ ସୁସମାଚାର୍ କହିପାର୍ମି। ସେ ମତେ ବନ୍ଧି ଲୋକ୍ମାନ୍କେ ମୁକୁଲାବାର୍ ଲାଗି ପଠେଇଛନ୍, ଆର୍ କଣା ଲୋକ୍ମାନ୍କେ ଆର୍ ଥରେ ଦେଖେଇ ପାର୍ବାକେ, ଆର୍ ଯେନ୍ମାନ୍କେ ଲୋକ୍ ମାନେ ଅତ୍ୟାଚାର୍ କରୁଛନ୍, ସେମାନ୍କୁଁ ଉଦ୍ଧାର୍ କର୍ବାର୍ ଲାଗି ସେ ମତେ ପଠେଇ ଛନ୍। ଇଟା ସମିୟାଁ ଆଏ, ମାହାପୁରୁ ଆମ୍କୁ ଦୟା କର୍ବେ ଆର୍ ଆମ୍କୁ ସାହାଯ୍ୟ କର୍ବେ।”
ତାର୍ପରେ ଯୀଶୁ ବସିପଡ୍ଲେ। ଆର୍ ସଭେ ତାହାକୁ ବହୁତ୍ ଧ୍ୟାନ୍ରେ ଦେଖି ନଉଥିଲେ। ସେମାନେ ଜାନ୍ଲେଯେ ସେ ଯେନ୍ ଶାସ୍ତର୍ ପଢ଼୍ଲେ ସେଟା ମସିହା ବାବଦ୍ରେ ଆଏ। ଯୀଶୁ କହେଲେ, “ଯେନ୍ ବିଷୟରେ ମୁଇଁ ତମର୍ ଲାଗି ପଢ଼ଲିଁ, ସେ ସବୁ ବିଷୟ ଇହାଦେ ହିଁ ଘଟୁଛେ।” ସବେ କାବା ହେଇଗଲେ, ଆର୍ ସେମାନେ କହେଲେ, “ ଇଟା କାଣା ସେ ଯୋଷେଫ୍ର ପୁଓ ନୁହେକାଏଁ?”
ତାର୍ପରେ ଯୀଶୁ କହେଲେ, “ଇଟା ସତ୍ଆଏଯେ ସେ ଯେନ୍ ସହରେ ବଡ଼୍ ହେଇଛନ୍ ସେ ସହରର୍ ଲୋକ୍ ଭବିଷ୍ୟବକ୍ତା ମାନ୍କୁ ଗ୍ରହଣ କେବେ ନେଇଁ କରୁଥାଇଁ। ଏଲିଜା ଭବିଷ୍ୟତ୍ବକ୍ତାର୍ ସମିୟାଁ ନ, ସାଡେ ତିନି ବରଷ୍ ତକ୍ ବର୍ଷା ନେଇଁ ହେଇଁ, ଆର୍ ସେତ୍କିବେଲ୍କେ ଏସ୍ରାଏଲ୍ରେ ବହୁତ୍ ବିଧବା ମାନେ ଥିଲେ। ହେଲେ ମାହାପୁରୁ ଏଲିୟକେ କେନ୍ସି ଇସ୍ରାଏଲ୍ର ବିଧ୍ବାକେ ସାହାଯ୍ୟ କର୍ବାର୍ ଲାଗି ନେଇଁ ପଠେଇ। ହେଲେ, ସେ ଏଲିୟ କେ ଗୁଟେ ଅଲ୍ଗା ଜାତିର୍ ବିଧବା ନିକେ ପଠାଲେ।
ଯୀଶୁ କଥାନୀକେ କହିଚାଲ୍ଲେ, “ ଆର୍ ଏଲିଜା ଭବିଷ୍ୟବକ୍ତାର୍ ସମିୟାଁ ନ, ଇସ୍ରାଏଲ୍ର ବହୁତ୍ ଲୋକ୍ ଖଁସୁ ଖୁଜୁରି ବେମାର୍ନ ପଡିଥିଲେ। ହେଲେ ଏଲିୟ ସେମାନ୍କୁ କାହାକେବି ସୁସ୍ଥ ନାଇଁ କରି। ସେ ଖାଲି ଇସ୍ରାଏଲ୍ର ଶତ୍ରୁମାନ୍କର୍ ସେନାପତି ନାମାନ୍କେ ଖସୁ ଖୁଜିରି ବେମାର୍ନୁ ସୁସ୍ଥ କଲେ।” ହେଲେ ଯେନ୍ ଲୋକ୍ମାନେ ଯୀଶୁର୍ କଥା ଶୁନୁଥିଲେ ସେମାନେ ଯିହୁଦୀ ଥିଲେ। ସେଥିର୍ଲାଗି, ଯେତ୍କିବେଲ୍କେ ସେମାନେ ଇଟା କହେବାର୍ଟା ଶୁନ୍ଲେ, ସେମାନେ ତାକର୍ ଉପ୍ରେ ରିସ୍ମି ହେଇଗଲେ।
ନାଜରିଅତ୍ର ଲୋକ୍ ମାନେ ଯୀଶୁଙ୍କୁ ଧରିକରି ଉପାସନା କର୍ବାର୍ ଜାଗାକେ ଘିଚ୍ତେଲ୍ ନେଲେ। ଆର୍ ତାହାକେ ଫିକିକରି ମାର୍ବାର୍ ଲାଗି ସେମାନେ ଗୁଟେ ପାହାଡ୍ର ଶିଖ୍କେ ନେଇ ଗଲେ। ଆର୍ ଯୀଶୁ ଭିଡ଼ ଭିତୁରୁ ବାହାରି କରି ନାଜରିଅତ୍ ସହର୍ ଛାଡି କରି ପଲେଇ ଗଲେ।
ତାର୍ପରେ ଯୀଶୁ ଗାଲିଲିର୍ ସବୁ ଜାଗାକେ ଗଲେ। ତେହେରୁଁ କେତିନିକେତେ ଲୋକ୍ ତାକର୍ ପାସ୍କେ ଆଏଲେ। ସେମାନେ ଅନେକ୍ ବେମାରି ଲୋକ୍ମାନ୍କୁ ଆନ୍ଲେ। ସେଠାନେ କେତେ ଲୋକ୍ କଣା ଥିଲେ, କେତେ ଛୁଟା ଥିଲେ, ଆର୍ କେତେ ଲୋକ୍ କୁନ୍ଦା ଭଏଁରା ବି ଥିଲେ, ଆର୍ ଯୀଶୁ ସେମାନ୍କୁ ଭଲ୍ କଲେ।
ଆର୍ବି, ଯେନ୍ମାନ୍କର୍ ଭିତ୍ରେ ଭୂତ୍ ଲାଗିଥିଲା ସେମାନ୍କୁଁ ଯୀଶୁର୍ଙ୍କର ପାସ୍କେ ଆନ୍ଲେ। ଯୀଶୁ ଭୂତ୍ ମାନ୍କେ ସେମାନ୍କର୍ଠାନୁ ବାହାରି ଯିବାର୍କେ ଆଦେଶ୍ ଦେଲେ, ଆର୍ ଭୂତମାନେ ବାହାରି ଗଲେ। ଆର୍ ଭୁତ୍ମାନେ ବାର୍ବାର୍ ରଡିକରି କହେଲେ, “ତୁମେ ମାହାପୁରୁର୍ ପୁଓ ଆଏ!” ବହୁତ୍ ଲୋକ୍ ଆଶ୍ଚଯ୍ୟ ଚକିତ୍ ହେଲେ ଆର୍ ସେମାନେ ନିଜର୍ ନିଜର୍ ଭିତରେ ମାହାପୁରୁର୍ ପ୍ରଶଂସା କଲେ।
ତାର୍ପରେ ଯୀଶୁ ତାକର୍ ଚାଲା ମାନ୍କର୍ ଭିତୁରୁ ବାର ଜନ୍କେ ତାକର୍ ବିଶେଷ୍ ଲୋକ୍ ଭାବେ ବାଛ୍ଲେ। ଆର୍ ସେ ସେମାନ୍କୁ “ପ୍ରେରିତ୍” ବୋଲି ଡାକ୍ଲେ। ଆର୍ ସେ ପ୍ରେରିତ୍ ମାନେ ଯୀଶୁର୍ ସାଙ୍ଗେ ଗଲେ ଆର୍ ତାକର୍ଠାନୁ ଶିଖ୍ଲେ।
କାଥାନୀ: ମାଥିଉ ୪:୧୨-୨୫; ମାର୍କ ୧-୩; ଲୁକ ୪
Free to use, adapt, and share under an open license (CC BY-SA 4.0).