27. ୨୭. ଶମିରନୀୟର୍‌ କଥାନୀ

27. ୨୭. ଶମିରନୀୟର୍‌ କଥାନୀ — illustration 1

ଦିନେ, ଗୁଟେ ଯିହୁଦୀ ଲୋକ୍‌ ଯୀଶୁଙ୍କର୍ ପାସ୍‌କେ ଆସ୍‌ଲା, ଯିଏକି ମୋଶାର୍ ବ୍ୟବସ୍ଥାନ ବଡ୍‌ଜାନ୍‌ବାର୍‌ ଥିଲା। ସେ ସବ୍‌କୁ ସାବିତ୍ କରବାର୍ ଲାଗି ଚାହୁଁଥିଲା ଯେ, ଯୀଶୁ ଭୁଲ୍ ଶିକ୍ଷା ଦେଉଛନ୍। ସେଥିର୍‌ଲାଗି ସେ କହେଲା, “ଗୁରୁ, ଅନନ୍ତ୍ ଜୀବନ୍‌ର ଅଧିକାରୀ ହେବାର୍‌ଲାଗି ମୁଇଁ କାଣା କର୍‌ମି?” ଯୀଶୁ କହେଲେ, ମାହାପୁରୁର୍ ବ୍ୟବସ୍ଥାନ କାଣା ଲେଖା ହେଇଛେ?

27. ୨୭. ଶମିରନୀୟର୍‌ କଥାନୀ — illustration 2

ସେ ଲୋକ୍ କହେଲା, “ଇଟା କୁହା ଯାଇଛେ ଯେ, ତୁମେ ତୁମର୍ ମାହାପୁରୁ ପର୍‌ମେଶ୍ୱର୍ କେ ପୁରା ହୃଦେ, ମନେ, ପରାଣେ, ଆରୁ ପୁରା ଶକ୍ତିନ ପ୍ରେମ୍ କର। ତୁମେ ନିଜ୍‌କେ ଯେତେ ଭଲ ପାଏସ ସେତେ ତୁମର୍ ପଡୋଶୀକେ ବି ଭଲ୍ ପାଅ।”’ ଯୀଶୁ କହେଲେ, “ତୁମେ ଠିକ୍ କହୁଛ! ଯଦି ତୁମେ ଇଟା କର୍‌ବ, ତାହେଲେ ତୁମେ ଅନନ୍ତ ଜୀବନ୍ ପାଏବ।”

27. ୨୭. ଶମିରନୀୟର୍‌ କଥାନୀ — illustration 3

ହେଲେ ସେ ନିଜ୍‌କେ ଲୋକ୍‌ମାନ୍‌କର୍‌ନ ଦେଖେଇ ହେବାର୍ ଲାଗି ଚାହୁଁଥିଲାଯେ, ସେ ଯେନ୍‌ତା ଜୀବନ୍ ଯାପନ୍ କରୁଛେ ସେଟା ଠିକ୍ ଆଏ। ତେହେରୁଁ ସେ ଯୀଶୁଙ୍କୁ ପଚ୍‌ରାଲା, “ଠିକ୍ ଅଛେ ତାହେଲେ, ମୋର୍‌ ପଡ଼ୋଶୀ କିଏ ଆଏ?”

27. ୨୭. ଶମିରନୀୟର୍‌ କଥାନୀ — illustration 4

ଯୀଶୁ ତାହାକେ ଗୁଟେ କଥାନୀ କହିକରି ତାହାକେ ଉତ୍ତର୍ ଦେଲେ, “ଗୁଟେ ଯିହୂଦୀ ଲୋକ୍ ଥିଲା ଯିଏ କି ଯିରୁଶାଲମ୍‌ରୁ ଯିରୀହୋ ଯିବାର୍ ରାସ୍ତା ନ ଯାଉଥିଲା।"

27. ୨୭. ଶମିରନୀୟର୍‌ କଥାନୀ — illustration 5

“ହେଲେ କେତେଟା ଡକେତ୍‌ ତାହାକେ ଦେଖ୍‌ଲେ ଆର୍ ଧରି ପକାଲେ। ତାର୍‌ ପାଖେ ଯାହା ଥିଲା ସବୁ ଜିନିଷ୍ କେ ନେଇ ଗଲେ ଆର୍ ଦର୍‌ମରା କରି ପିଟ୍‌ଲେ। ଆର୍‌ ସେମାନେ ସେଠାନୁ ପଲେଇ ଗଲେ।”

27. ୨୭. ଶମିରନୀୟର୍‌ କଥାନୀ — illustration 6

“ତାର୍ ପରେ ପରେ, ଗୁଟେ ଯିହୁଦୀ ଯାଜକ୍‌ ସେ ବାଟେ ଯାଉଥିଲା। ସେ ଦେଖ୍‌ଲାଯେ ଲୋକ୍‌ଟା ବାଟେ ପଡିଛେ। ଯେତ୍‌କିବେଲ୍‌କେ ସେ ଦେଖ୍‌ଲା, ଆର୍ ଗୁଟେ ରାସ୍ତା ଆଡୁ ଆଗ୍‌କେ ପଲେଇ ଗଲା। ଆର୍‌ ସେ ଲୋକ୍‌କେ ଦେଖିକରି ନାଇଁ ଦେଖ୍‌ଲା ବାଗିର୍ ହେଲା।

27. ୨୭. ଶମିରନୀୟର୍‌ କଥାନୀ — illustration 7

“ଇତାର୍ କେତେ ସମିୟାଁ ପରେ, ଗୁଟେ ଲେବୀୟ ସେ ବାଟେ ଆସ୍‌ଲା। (ଲେବୀୟ ବଏଲେ ଯିହୁଦୀ ମାନ୍‌କର୍‌ ଗୁଟେ ଜାତି ଅନ୍‌ ଯେନ୍‌ମାନେ କି ମନ୍ଦିର୍ ନ ଯାଜକ୍ ମାନ୍‌କୁ ସାହାଯ୍ୟ କରୁଥିଲେ) ସେ ଲେବୀୟବି ସେ ଲୋକ୍‌କେ ଦେଖିକରି ଅଲ୍‌ଗା ବାଟୁ ପଲେଇ ଗଲା। ସେ ଲୋକ୍‌ବି ନାଇଁଦେଖ୍‌ଲା ବାଗିର୍ ହେଲା।

27. ୨୭. ଶମିରନୀୟର୍‌ କଥାନୀ — illustration 8

ଆର୍‌ଗୁଟେ ଲୋକ୍ ସେ ବାଟେ ଆସ୍‌ଲା, ଯିଏକି ଗୁଟେ ଶମିରୀୟ ଲୋକ୍‌ ଥିଲା। (ଶମିରୋଣୀୟ ଆର୍‌ ଯିହୁଦୀ ମାନେ ତାକର୍ ତାକର୍ ଭିତରେ ଘୃଣା କରୁଥିଲେ) ସେ ଶମିରନୀୟ ଲୋକ୍ ବାଟେ ପଡିଥିବାର୍‌ ଲୋକ୍‌କେ ଦେଖ୍‌ଲା। ସେ ଦେଖ୍‌ଲା ସେଟା ଗୁଟେ ଯିହୂଦୀ ଲୋକ୍, ହେଲେବି ତାର୍ ଉପ୍‌ରେ ତାହାକେ ଦୟା ଲାଗ୍‌ଲା। ତେହେରୁଁ ସେ ତାର୍‌ ପାସ୍‌କେ ଯାଇକରି ତାର୍ ଖଣିଆ ଖାବ୍‌ରା ଜାଗାନ ପଟି ବାନ୍ଧ୍‌ଲା।”

27. ୨୭. ଶମିରନୀୟର୍‌ କଥାନୀ — illustration 9

“ତେହେରୁଁ ଶମିରନୀୟ ଲୋକ୍ ତାହାକେ ଉଠେଇ କରି ତାର୍‌ ଗଧ ଉପରେଁ ବସାଲା। ଆର୍‌ ସେ ବାଟେ ଥିବାର୍ ଗୁଟେ ଧରମ୍ ସାଲାକେ ନେଇ କରି ଗଲା। ସେଠାନେ ସେ ତାହାକେ ସଁକିଲ୍‌ଲା।”

27. ୨୭. ଶମିରନୀୟର୍‌ କଥାନୀ — illustration 10

“ତାର୍ ଆର ଦିନେ, ଶମିରଣୀୟ ଲୋକ୍‌କେ ଫେର୍ ଆଗ୍‌କେ ଯିବାର୍ ଥିଲା। ସେ ଲୋକ୍ ଧରମ୍‌ଶାଲାନ ଥିବାର୍ ମାଲିକ୍‌କେ କିଛି ଟଙ୍କା ଦେଲା। ଆର୍‌ ସେ ତାହାକେ କହେଲା, ‘ଇ ଲୋକର୍ ଚିକିତ୍ସା ଆରୁ ଯତନ୍ କର, ଯଦି ଇତାର୍‌ଠାନୁ ଅଧିକ୍‌ ପଇସା ଖର୍‌ଚା ହେବା ମୁଇଁ ଫିର୍‌ଲା ବେଲେ ଦେଇ ଦେମି।”’

27. ୨୭. ଶମିରନୀୟର୍‌ କଥାନୀ — illustration 11

ତାର୍‌ପରେ ଯୀଶୁ ବ୍ୟବସ୍ଥାର୍ ବଡ୍‌ଜାନ୍‌ବାର୍‌ ଲୋକ୍‌କେ ପଚ୍‌ରାଲେ, “ତମେ କାଣା ଭାବୁଛ? ଇ ତିନ୍ ଝନ୍ କର୍ ଭିତ୍‌ରୁ କିଏ ସେ ଯିହୁଦୀ ଲୋକର୍ ପ୍ରତିବାଶୀ? ” ସେ କହେଲା, “ଯିଏ ତାହାକେ ଦୟା କଲା।” ଯୀଶୁ ତାହାକେ କହିଲେ, “ତମେବି ଯାଇ କରି ହେନ୍ତା ହିଁ କର।”

କାଥାନୀ: ଲୁକ ୧୦:୨୫-୩୭

Read in the reader

Free to use, adapt, and share under an open license (CC BY-SA 4.0).