28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 1

ଦିନେ, ଗୁଟେ ଜୁଆନ୍ ଯିହୁଦୀ ଧନୀ ନେତା ଯୀଶୁର୍ ପାସ୍‌କେ ଆସ୍‌ଲା ଆର୍ ପଚ୍‌ରାଲା, “ହେ ଉତ୍ତମ୍ ଗୁରୁ, ଅନନ୍ତ ଜୀବନ୍ ପାଇବାର୍‌ ଲାଗି ମତେ କାଣା କରବାର୍‌କେ ପଡ଼ବା?” ଯୀଶୁ ତାହାକେ କହେଲେ, “ତମେ ମତେ କାଏଁହେଲା ଯେ ‘ଉତ୍ତମ’ ବଲିକର଼଼ି କହୁଛ? ଖାଲି ଜନେ ଉତ୍ତମ ଗୁ଼ରୁ ଅଛନ୍ ଆର୍‌ ସେ ହଉଛନ୍ ମାହାପୁରୁ। ତୁମେ ଯଦିର୍‌ବି ଅନନ୍ତ ଜୀବନ୍ ପାଏବାର୍ ଲାଗି ଚାହୁଁଛ, ମାହାପୁରୁର୍ ଆଜ୍ଞାକେ ପାଲନ୍ କର।

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 2

“ସେ ପଚ୍‌ରାଲା, ମତେ କେନ୍‌କେନ୍ ଆଜ୍ଞାକେ ମାନ୍‌ବାର୍‌କେ ପଡ଼ବା? ଯୀଶୁ କହେଲେ, “କାହାକେ ନାଇଁ ମାର। ବ୍ୟଭିଚାର୍ ନାଇଁ କର। ନାଇଁ ଚୁର। ମିଛ୍‌ କଥା ନାଇଁ କହ। ତୁମର୍ ବୁଆ ମାଆଁକେ ଆଦର୍ କର, ଆର୍ ତମେ ନିଜ୍‌କେ ଯେନ୍‌ତା ପ୍ରେମ୍‌ କର୍‌ସ ତମର୍ ପ୍ରତିବେଶୀକେ ବି ହେନ୍‌ତା ହିଁ ପ୍ରେମ୍ କର।”

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 3

ହେଲେଁ ଜୁଆନ୍‌ ପିଲା କହେଲା, “ମୁଇଁତ ଇସବୁ ଆଜ୍ଞାକେ ମୋର୍ ଛୁଆ ଦିନୁ ମାନୁଛେଁ।ହେଲେଁ ସବୁ ଦିନର୍ ଲାଗି ବାଂଚ୍‌ବାର୍‌କେ ଆର୍ ମୁଇଁ କାଣା କର୍‌ମି? ଯୀଶୁ ତାର୍‌ ଆଡ୍‌କେ ଦେଖ୍‌ଲେ ଆର୍ ତାହାକେ ପସନ୍ଦ କଲେ।

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 4

ତେହେରୁଁ ଯୀଶୁ କହେଲେ, “ଯଦି ତୁଇ ସିଦ୍ଧ ହେବାର୍‌କେ ଚାହୁଁଛୁ, ତାହେଲେ ଯା ଆର୍ ଯାହା ତୋର୍‌ ଠାନେ ଅଛେ ସେ ସବୁକେ ବିକିକରି ଗରିବ୍ ଲୋକ୍‌ମାନ୍‌କୁ ଦେଇଦେ, ଆର୍ ତୁଇ ସରଗ୍‌ନ ଧନ୍ ପାଏବୁ। ତାର୍‌ପରେ ଆ ଆର୍‌ ମୋର୍ ପଛେ ଚାଲ୍।”

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 5

ଯେତ୍‌କିବେଲ୍‌କେ ଜୁଆନ୍‌ପିଲା ଯୀଶୁର୍ କଥାକେ ଶୁନ୍‌ଲା, ସେ ବହୁତ୍ ଦୁଃଖି ହେଇଗଲା କାଆଁହେଲାଯେ କି ସେ ବହୁତ୍ ଧନୀ ଥିଲା ଆର୍‌ ସେ ତାର୍ କମାଲା ଧନ୍ ସମ୍ପତିକେ ହରାବାର୍ ଲାଗି ନେଇଁଚାହୁଁଥାଇଁ। ସେ ମୁହୁଁ ଆଡ଼ିକରି ଯୀଶୁ ଠାନୁ ପଲେଇ ଗଲା।

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 6

ତେହେରୁଁ ଯୀଶୁ ତାକର୍ ଚାଲା ମାନ୍‌କୁ କହେଲେ, “ଧନୀ ଲୋକ୍‌ ମାନ୍‌କର୍ ଲାଗି ମାହାପୁରୁର୍‌ ରାଏଜ୍‌କେ ଯିବାର୍‌ଟା ବହୁତ୍ କଠିନ୍ ଆଏ ! ହଁ , ଗୁଟେ ଓଟ୍‌କେ ସୁଜିର୍ କଢ଼ାଁ ବାଟେ ଯିବାର୍‌ଟା ସହଜ୍ ଆଏ ହେଲେଁ ଧନୀ ଲୋକର୍ ଲାଗି ଯିବାର୍‌ଟା ମୁସ୍‌କିଲ ଆଏ।

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 7

ଯେତ୍‌କିବେଲ୍‌କେ ଚାଲାମନେ ଯୀଶୁର୍ କଥାକେ ଶୁନ୍‌ଲେ, ସେମାନେ ଚକିତ୍ ହେଇଗଲେ। ସେମାନେ କହେଲେ, “ଯଦି ଏନ୍ତା ଆଏ, ମାହାପୁରୁ କାହାକେ ବଚାଁବେ?

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 8

ଯୀଶୁ ଚାଲା ମାନ୍‌କର୍‌ ଆଡେ ଦେଖ୍‌ଲେ ଆର୍ କହେଲେ, “ ନିଜ୍‌କେ ବଁଚାବାର୍‌ଟା ଲୋକ୍‌ ମାନ୍‌କର୍‌ ଲାଗି ଅସମ୍ଭବ ଆଏ। ହେଲେ ମାହାପୁରୁ ଲାଗି କିଛିବି ଅସମ୍ଭବ ନୁହେଁସେ।”

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 9

ପିତର ଯୀଶୁକେ କହେଲେ, “ ଆମେ ଯେନ୍ ତମର୍ ଚାଲାମାନେ ସବୁକିଛି ଛାଡିଦେଇଛୁଁ ଆର୍ ତମର୍ ପଛେ ଚାଲୁଛୁଁ। ଆମର୍ ଲାଗି କାଣା ପୁରସ୍କାର ଅଛେ?”

28. ୨୮. ଗୁଟେ ଜୁଆନ୍ ଧନୀ ନେତାର୍ କଥାନୀ — illustration 10

ଯୀଶୁ କହେଲେ, “ଯେନ୍‌ମାନେ ନିଜର୍ ଘର୍-ଦୁଆର୍ , ଭାଇ-ବୁହେନ୍, ମାଆଁ-ବୁଆ, ଆର୍ ଧନ୍-ସଂମ୍ପତିକେ ମୋର୍‌ଲାଗି ଛାଡ଼ିଦେଇଛନ୍‌ ସେମାନେ ଆର୍ ଶହେ ଗୁନା ପାଏବେ ଆର୍‌ ଅନନ୍ତ ଜୀବନ୍ ବି ପାଏବେ। ବହୁତ୍ ଲୋକ୍ ଯେନ୍‌ମାନେ ଆଗେ ଅଛନ୍ ସେମାନେ ପଛେ ହେବେ, ଆର୍ ବହୁତ୍ ଲୋକ୍ ଯେନ୍‌ମାନେ ପଛେ ଅଛନ୍ ସେମାନେ ଆଗେ ହେବେ।

ବାଇବଲ୍‌ର କଥାନୀ: ମାଥିଉ ୧୯:୧୬-୩୦; ମାର୍କ ୧୦:୧୭-୩୧; ଲୁକ ୧୮:୧୮-୩୦

Read in the reader

Free to use, adapt, and share under an open license (CC BY-SA 4.0).