29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 1

ଦିନେ, ପିତର ଯୀଶୁକେ ପଚ୍‌ରାଲେ, “ ଗୁରୁ, ଯେତ୍‌କିବେଲ୍‌କେ ମୋର୍ ଭାଇ ମୋର୍‌ ବିରୋଧ୍‌ନ ପାପ୍ କର୍‌ବା ତାହାକେ ମୁଇଁ କେତେଥର୍ କ୍ଷମା କର୍‌ବାର୍ କଥା? କାଣା ସାତ୍ ଥର୍?” ଯୀଶୁ କହେଲେ, “ସାତ୍ ଥର୍ ନେଇଁ, ହେଲେ ସତସ୍ତର୍ ଥର୍ (୭୭)!”ଯୀଶୁ କହେବାର୍ ମାନେ ଇଟା ଆଏଯେ ଆମେ ସବୁବେଲେ କ୍ଷମା କରବାର୍ କଥା। ତେହେରୁଁ ଯୀଶୁ ଇ କଥାନୀକେ କହେଲେ।

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 2

ଯୀଶୁ କହେଲେ, “ମାହାପୁର୍ ରାଏଜ୍ ଗୁଟେ ଏନ୍ତା ରାଏଜ୍ ଆଏ, ଯେନ୍ତାକି ଗୁଟେ ରଜା ତାକର୍ ଚାକର୍ ମାନ୍‌କର୍‌ନୁ ହିସାବ୍ ନେବାର୍ ଲାଗି ଚାହେଁସି। ତାର୍ ଗୁଟେ ଚାକର୍ ବହୁତ୍ ଟଙ୍କା ଉଧାର୍ ନେଇ ଥିଲା।

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 3

“ହେଲେ ସେ ଚାକର୍ ଉଧାର୍ କେ ଛୁଟି ନେଇଁପାର୍‌ଲା, ଇଥିର୍‌ଲାଗି ରଜା କହେଲେ, “ତାର୍ ଉଧାର୍ ଛୁଟ୍‌ବାର୍ ଲାଗି ଇ ଲୋକ୍‌କେ ଆର୍ ତାର୍ କୁଟୁମ୍‌କେ ଚାକର୍ ଭାବେଁ ବିକିଦିଅ।”

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 4

ସେ ଚାକର୍‌ ରଜା ଆଗେ ମୁଡ଼ିଆ ମାରିକରି କହେଲା, “ ଦୟାକରି ଟିକେ ଦମ୍ ଧର, ଆରୁ ମୁଇଁ ଯେତେ ଉଧାର ନେଇଁଛେଁ ପୁରା ଛୁଟି ଦେମି। ” ରଜା ସେ ଚାକର୍‌କେ ଦୟା କଲେ, ତେହେରୁଁ ସେ ତାର୍ ସବୁ ଉଧାର୍‌କେ ଛାଡ଼ି ଦେଲେ ଆର୍ କ୍ଷମା କରିଦେଲେ।”

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 5

“ହେଲେ ଯେତ୍‌କିବେଲ୍‌କେ ସେ ଚାକର୍ ରଜାର୍ ଠାନୁ ପଲେଇ ଗଲା, ସେ ଆର୍ ଗୁଟେ ତାର୍ ସାଙ୍ଗର୍ ଚାକର୍‌କେ ଭେଟ୍‌ଲା ଯିଏକି ତାର୍‌ଠାନୁ କିଛି ଟଙ୍କା ଉଧାର୍ ନେଇଁଥିଲା। ସେ ଚାକର୍ ତାର୍ ସାଙ୍ଗ୍‌କେ ଧର୍‌ଲା ଆର୍ କହେଲା, ‘ଯେନ୍ ପଇସା ମୋର୍‌ନୁ ଉଧାରି ନେଇଁଥିଲୁ ସେଟା ମତେ ଦେ!”’

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 6

ସେ ଚାକର୍ ମୁଁଡ଼ିଆ ମାର୍‌ଲା ଆର୍ କହେଲା, “ ଦୟାକରି ଟିକେ ଦମ୍‌ଧର୍, ଆର୍‌ ଯେତେ ଉଧାର ମୁଇଁ ନେଇଁଛେଁ, ପୁରା ସୁଝି ଦେମି। ” ହେଲେ ତାର୍‌ସାଙ୍ଗ୍ ତାର୍ ଉଧାର୍ ନେଇଁ ସୁଝ୍‌ବାର୍ ତକ୍ ତାହାକେ ଜେଲ୍ ଭିତେରେ ଭରି ଦେଲା।”

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 7

“ଯେନ୍ ସବୁ ଘଟ୍‌ନା ହେଇଥିଲା ତାହାକେ ଅଲ୍‌ଗା ଚାକର୍ ମାନେ ଦେଖ୍‌ଲେ ଆର୍ ବହୁତ୍ ବିଚ୍‌ଲିତ୍ ହେଇଗଲେ। ସେମାନେ ରଜାର୍ ପାସ୍‌କେ ଗଲେ ଆର୍ ତାହାକୁଁ ସବୁ କଥା କହେଲେ।“

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 8

“ରଜା ସେ ଚାକର୍‌କେ ଡାକ୍‌ଲେ ଆର୍ କହେଲେ, ‘ ତୁଇ ଗୁଟେ ଖରାପ୍ ଚାକର୍ ! ତୁଇ ମୁଡିଆ ମାର୍‌ଲୁ ସେଥିର୍ ଲାଗି ମୁଇଁ ତୋର୍ ସବୁ ଉଧାରୀ କେ ଛାଡି ଦେଲିଁ। ତୁଇବି ହେନ୍ତା କ୍ଷମା କର୍‌ବାର କଥା।’ ତେହେରୁଁ ରଜା ରିସ୍‌ମି ହଇଗଲେ ଆର୍ ସବୁ ଉଧାର୍ ବାଏଡ୍ ନେଇ ସୁଝ୍‌ବାର ତକ୍ ସେ ଖରାପ୍‌ ଚାକର୍‌କେ ଜେଲ୍ ଭିତ୍‌ରେ ଭରିଦେଲେ।

29. ୨୯. ଗୁଟେ ନିର୍‌ଦୟ ଚାକର୍‌ର କଥାନୀ — illustration 9

ତେହେରୁଁ ଯୀଶୁ କହେଲେ, ମୋର୍‌ ସରଗର୍ ପିତା ତମ୍‌କୁ ମାନ୍‌କୁ ହେନ୍‌ତା ହିଁ କର୍‌ବେ ଯଦି ତମେ ତମର୍ ଭାଇକେ ହୃଦ ଭିତ୍‌ରୁ କ୍ଷମା ନେଇ କର୍‌ବ।”

ବାଇବଲ୍‌ର କଥାନୀ: ମାଥିଉ ୧୮:୨୧-୩୫

Read in the reader

Free to use, adapt, and share under an open license (CC BY-SA 4.0).