30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 1

ଯୀଶୁ ତାକର୍ ଚାଲା ମାନ୍‌କୁ ଅଲ୍‌ଗା ଅଲ୍‌ଗା ଗାଁ ମାନ୍‌କୁ ପ୍ରଚାର୍ କର୍‌ବାର୍‌ ଆର୍‌ ଶିକ୍ଷା ଦେବାର୍ ଲାଗି ପଠାଲେ। ଯେତ୍‌କିବେଲ୍‌କେ ସେମାନେ ଯେନ୍ ନ ଯୀଶୁ ଥିଲେ ସେନିକେ ଆଏଲେ, ସେମାନେ ଯାହା ଯାହା ସବୁ କରିଥିଲେ ସେ ସବୁକେ ଯୀଶୁଙ୍କୁ କହେଲେ। ତେହେରୁଁ ଯୀଶୁ ସେମନ୍‌କୁ ସମୁଦ୍ର ଆର୍‌ଫାଲ୍‌କେ ଯାଇକରି ଗୁଟେ ଶାନ୍ତି ଜାଗାନ ଘାଏ ବସ୍‌ବାର୍ ଲାଗି ଡାକ୍‌ଲେ। ତେହେରୁଁ, ସେମାନେ ଡଙ୍ଗାନ ବସ୍‌ଲେ ଆରୁ ସମୁଦ୍ରର୍‌ ଆର୍‌ ଫାଲ୍‌କେ ଗଲେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 2

ହେଲେ ସେନ ବହୁତ୍ ଲୋକ୍‌ମାନେ ଥିଲେ ଯେନ୍ ମାନେ ଯୀଶୁ ଆର୍ ତାକର୍ ଚାଲା ମାନ୍‌କୁ ଡଙ୍ଗାନ ବସିକରି ଯିବାର୍ ଟା ଦେଖ୍‌ଲେ। ସେଲୋକ ମାନେ ସମୁଦ୍ର ତରେ ତରେ ଦୋଉଡ଼ି କରି ସେମାନ୍‌କର୍ ଆଗେ ଆଗେ ଆର ଫାଲ୍ କେ ଗଲେ। ତେହେରୁଁ ଯେତେବେଳେ ଯୀଶୁ ଆର୍ ତାକର୍ ଚାଲାମାନେ ପୁହୁଁଚିଲେ, ସେ ଗୁହୁଡେ ଲୋକ୍ ସେନିକେ ଆଗରୁ ପୁହୁଁଚିକରି ଜୁଗିଥିଲେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 3

ସେ ଗୁହୁଡାନ ୫୦୦୦ ଉପ୍‌ରେ ଲୋକ୍ ଥିଲେ, ଟୁକେଲ୍ ପିଲା ଆରୁ ଛୁଆ ମାନ୍‌କୁ ଛାଡି କରି। ଯୀଶୁ ସେମାନ୍‌କୁ ଦେଖିକରି ବହୁତ୍ ଦୁଃଖ କଲେ। ଯୀଶୁଙ୍କର୍ ଲାଗି ସେମାନେ ଗୁଟେ ବିନା ଚରୁହାର୍ ମେଢ଼ି ଗୁହୁଡା ଭଲିଆ। ତେହେରୁଁ ଯୀଶୁ ସେମାନ୍‌କୁ ଶିକ୍ଷା ଦେଲେ ଆର୍‌ ସେମାନ୍‌କର୍ ଭିତ୍‌ରୁ ଯେନ୍ ମାନେ ବେମାର୍ ଥିଲେ ସେମାନ୍‌କୁ ଭଲ୍‌ କଲେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 4

ବେଲ୍ ବୁଡିଯାଇଥିଲା ନ, ଚାଲା ମାନେ ଯୀଶୁଙ୍କୁ କହେଲେ, “ ବେଲ୍‌ବୁଡି ଗଲାନ ଆର୍ ଆଖେ ପାଖେ କେନ୍‌ସି ସହର୍ ବି ନେଇନ। ଲୋକ୍‌ମାନ୍‌କେ ପଠେଇ ଦିଅ ସେମାନେ ଯେନ୍ତା କିଛି କିଛି ଘିନି ଖାଇ ପାର୍‌ବେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 5

ହେଲେ ଯୀଶୁ ତାକର୍ ଚାଲା ମାନ୍‌କୁ କହେଲେ, “ ତୁମେ ସେମାନ୍‌କୁ କିଛି ଖାଇବାର୍‌ଲାଗି ଦିଅ!” ସେମାନେ କହେଲେ, ଆମେ କେନ୍ତା କରି ଦେଇ ପାର୍‌ମୁ? ଆମର୍ ପାଖେ ଖାଲି ପାଞ୍ଚ୍ ଟା ରୁଟି ଆର୍ ଦୁଇଟା ମାଛ୍ ଅଛେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 6

ଯୀଶୁ ତାକର୍ ଚାଲା ମାନ୍‌କୁ କହେଲେ ଭିଡ୍‌ନ ଥିବାର୍ ଲୋକ୍ ମାନ୍‌କୁ କହ ପଚାଶ୍ ପଚାଶ୍ ଲୋକ୍ କରି ଗୁଟେ ଗୁଟେ ଗୁହୁଡା ହେଇ ଘାଁସ୍ ଉପ୍‌ରେ ବସୁନ୍‌।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 7

ତାର୍‌ପରେ ଯୀଶୁ ସେ ପାଞ୍ଚ୍‌ଟା ରୁଟି ଆରୁ ଦୁଇଟା ମାଛ୍‌କେ ଧଏଲେ, ସରଗ୍ ଉପର୍‌କେ ଦେଖ୍‌ଲେ, ଆର୍ ଭୋଜନ୍‌ର ଲାଗି ମାହାପୁରୁକେ ଧନ୍ୟବାଦ୍ ଦେଲେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 8

ତେହେରୁଁ ଯୀଶୁ ରୁଟିକେ ଭାଙ୍ଗ୍‌ଲେ ଆର୍‌ ମାଛ୍‌କେ ଖଁଡ୍ ଖଁଡ୍ କରି ଲୋକ୍ ମାନ୍‌କୁ ବାଁଟ୍‌ବାର ଲାଗି ତାକର୍ ଚାଲା ମାନ୍‌କୁ ଦେଲେ। ଚାଲାମାନେ ଭୋଜନ୍‌କେ ବାଁଟି ବସ୍‌ଲେ, ଆର୍ ଇଟା କେତେ ବେଲେବି ନେଇ ସର୍‌ଲା! ସବେ ଖାଇଲେ ଆରୁ ବୋଦ୍ ହେଇଗଲେ।

30. ୩୦. ଯୀଶୁ ହଜାର୍ ହଜାର୍ ଲୋକ୍‌କେ ଖୁଆଲେ — illustration 9

ତାର୍‌ପରେ, ଯେତ୍‌କି ଅଗ୍‌ଲି ଯାଇଥିଲା ସେଟା ଚାଲା ମାନେ ଗୁଟେ ଜାଗାନ ଗଦାଲେ। ସେଟା ବାର ଡଲା ରୁ ଅତ୍‌କା ଥିଲା! ସବୁ ଖାଇବାର୍‌ଟା ସେ ପାଞ୍ଚ୍‌ଟା ରୁଟି ଆରୁ ଦୁଇଟା ମାଛ୍‌ନୁ ହଇଥିଲା।

ବାଇବଲ୍‌ର କଥାନୀ: ମାଥିଉ ୧୪:୧୩-୨୧; ମାର୍କ ୬:୩୧-୪୪; ଲୁକ ୯:୧୦-୧୭; ଯୋହନ ୬:୫-୧୫

Read in the reader

Free to use, adapt, and share under an open license (CC BY-SA 4.0).