31. ୩୧. ଯୀଶୁ ପାଏନ୍ ଉପ୍ରେ ଚାଲ୍ଲେ
ଯୀଶୁ ପାଞ୍ଚ ହଜାର୍ ଲୋକ୍କେ ଖୁଏଇ ସାର୍ଲା ପରେ, ସେ ତାକର୍ ଚାଲା ମାନ୍କୁଁ ଡଙ୍ଗାନ ଚଢ୍ବାର୍କେ କହେଲେ। ସେ ସେମାନ୍କୁ ସମୁଦ୍ରର୍ ଆର ଫାଲ୍କେ ଯିବାର୍ ଲାଗି କହେଲେ ଆର୍ ସେ କିଛି ସମିୟାଁର୍ ଲାଗି ସେଠାନେ ରହେଲେ। ତେହେରୁଁ ଚାଲା ମାନେ ପଲେଇ ଗଲେ, ଆର୍ ଯୀଶୁ ଲୋକ୍ ମାନ୍କୁ ତାକର୍ ଘର୍କେ ପଠେଇ ଦେଲେ। ତାର୍ପରେ, ଯୀଶୁ ଗୁଟେ ପାହାଡ୍ ଉପ୍ରକେ ପାର୍ଥନା କର୍ବାର୍ଲାଗି ଗଲେ। ସେ ସେଠାନେ ଏକ୍ଲା ରହେଲେ, ଆର୍ ବହୁତ୍ ରାଏତ୍ ତକ୍ ପାର୍ଥନା କଲେ।
ଇ ସମିୟାଁ ନ, ଚାଲା ମାନେ ତାକର୍ ଡଙ୍ଗା ଚଲଉ ଥିଲେ, ହେଲେ ପବନ୍ ବହୁତ୍ ଜୋର୍ରେ ତାକର୍ ଆଡ଼େ ମାରୁଥିଲା, ସେତ୍କିବେଲେ ଇଟା ରାତିର୍ ବନେ ସମିୟାଁ ହେଇ ଯାଇ ଥିଲା ନ, ଖାଲି ସେମାନେ ସମୁଦ୍ରର୍ ମଝ୍ତକ୍ ପୁହୁଁଚି ଥିଲେ।
ଇ ସମିୟାଁ ନ ଯୀଶୁ ପାର୍ଥନା କର୍ବାର୍ଟା ସରାଲେ ଆର୍ ତାକର୍ ଚାଲା ମାନ୍କର୍ ପାସ୍କେ ଫିରିକରି ଯିବାର୍ ଆରମ୍ କଲେ। ସେ ପାଏନ୍ ଉପ୍ରେ ଚାଲିକରି ତାକର୍ ଡ଼ଙ୍ଗା ଆଡ୍କେ ଆସ୍ଲେ।
ତାର୍ପରେ ଚାଲାମାନେ ତାହାକୁ ଦେଖ୍ଲେ। ସେମାନେ ବହୁତ୍ ଡରି ଗଲେ କାଁକରି କି ସେମାନେ ଭାବ୍ଲେ ଇଟା ଗୁଟେ ଭୁତ୍ ଆଏ। ଯୀଶୁ ଯାନ୍ଲେ ଯେ ସେମାନେ ଡରିଗଲେ, ସେଥିର୍ଲାଗି ସେ ସେମାନ୍କୁଁ ତାକର୍ ପାସ୍କେ ଡାକ୍ଲେ ଆର୍ କହେଲେ, “ନେଇଁ ଡର! ଇଟା ମୁଇଁ ଆଏ।
ତାର୍ପରେ ପିତର୍ ଯୀଶୁଙ୍କୁ କହେଲେ, “ ପ୍ରଭୂ, ଯଦିତୁମେ ଅ, ମତେ ପାଏନ୍ ଉପ୍ରେ ଚାଲି କରି ଆସ୍ବାର୍କେ ଆଦେଶ୍ ଦିଅ।” ଯୀଶୁ ପିତର୍କେ କହେଲେ, “ଆସ!”
ତେହେରୁଁ ପିତର୍ ଡ଼ଙ୍ଗାନୁ ଉତ୍ରି ଗଲେ ଆର୍ ପାଏନ୍ ଉପ୍ରେ ଚାଲି କରି ଯିବାର୍ ଆରମ୍ କଲେ। ହେଲେ କେତେ ଦୂର୍ ଗଲା ପରେ, ସେ ଯୀଶୁଙ୍କୁ ପଚ୍ଆଡ଼େ ଲେହେଁଟି କରି ଦେଖ୍ଲେ ତାର୍ପରେ ସେ ଗୁଟେ ବଡ଼ ଲହଡ଼ି ଆର୍ ଜୋର୍ସେ ପବନ୍ ମାର୍ବାର୍ଟା ଅନ୍ମାନ୍ କଲେ।
ତେହେରୁଁ ପିତର୍ ଡ଼ରି ଗଲେ ଆର୍ ପାନି ବୁଡ୍ବାର୍କେ ଲାଗ୍ଲେ। ସେ କାନ୍ଦି କରି କହେଲେ, “ପ୍ରଭୁ, ମତେ ବଂଚ ! ସାଙ୍ଗେସାଙ୍ଗ୍ ଯୀଶୁ ଆସିକରି ତାହାକେ ଧର୍ଲେ। ତେହେରୁଁ ସେ ପିତର୍କେ କହେଲେ, ତୁମର୍ ବିଶ୍ୱାସ୍ ବହୁତ୍ କମ୍ ଆଏଁ! କାଏଁଯେ ବିଶ୍ୱାସ୍ ନେଇଁ କଲ ମୁଇଁ ତମ୍କୁ ବଚାଁମି ବଲି?”
ତେହେରୁଁ ଯୀଶୁ ଆର୍ ପିତର୍ ଡଙ୍ଗା ନ ବସ୍ଲେ, ତାର୍ପରେ ସାଙ୍ଗେସାଙ୍ଗ୍ ପବନ୍ ମାର୍ବାର୍ଟା ବନ୍ଦ ହେଇଗଲା। ପାଏନ୍ ଶାନ୍ତ୍ ହଇଗଲା। ଚାଲା ମନେ ଆବାକ୍ ହଇଗଲେ ଆର୍ ଯୀଶୁର୍ ପାଦ୍ତଲେ ପଡ୍ଲେ। ସେମାନେ ଉପାସନା କଲେ ଆର୍ ଯୀଶୁକେ କହେଲେ, ସତେ, ତମେ ମାହାପୁରୁର୍ ପୁଓ ଅ।
ବାଇବଲ୍ର କଥାନୀ: ମାଥିଉ ୧୪:୨୨-୩୩; ମାର୍କ ୬:୪୫-୫୨; ଯୋହନ ୬:୧୬-୨୧
Free to use, adapt, and share under an open license (CC BY-SA 4.0).