32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 1

ଯୀଶୁ ଆର୍ ତାକର୍ ଚାଲାମାନେ ତାକର୍ ଡ଼ଙ୍ଗାଥି ବସିକରି ସେ ଜାଗାକେ ଗଲେ, ଯେନ୍‌ଠାନେ କି ଗାରାସିଅ ଲୋକ୍‌ ମାନେ ରହୁଥିଲେ। ସେମାନେ ସେ ଜାଗାକେ ପୁହୁଁଚି କରି ଡ଼ଙ୍ଗାନୁ ଉତ୍‌ରିଲେ।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 2

ଆର୍‌ ସେଠାନେ ଗୁଟେ ଲୋକ୍‌ ଥିଲା ଯାହାକେ ଭୂତ୍ ଧରିଥିଲା।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 3

ସେ ଲୋକ୍‌ ଏତିକି ତାକତ୍ ବର୍‌ ଥିଲାଯେ, ତାହାକେ କିହେବି ସମାଲି ନାଇଁ ପାରୁଥାଇଁ। ଆର୍ କେଭେ କେଭେ ଲୋକ୍ ମାନେ ତାର୍ ବାହାଁକେ ଆର୍ ଗୋଡ୍ ମାନ୍‌କୁ ଚେନ୍ ମାନ୍‌କେ ବାନ୍ଦିକରି ରଖୁଥିଲେ, ହେଲେ ସେ ସେଟାକେବି ଛିଡେଇ ଦେଉଥିଲା।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 4

ସେ ଲୋକ୍‌ ମସାନ୍ ପଦା(କବର୍‌ ଖାନା) ନ ରହୁଥିଲା। ସେ ଲୋକ୍‌ ଦିନ୍ ଆର୍ ରାଏତ୍ ରଡୁ ଥିଲା। ସେ କପ୍‌ଡ଼ା ଲତା ନେଇଁ ପିନ୍ଦୁଥାଇଁ, ଆର୍ ସେ ବାର୍‌ବାର୍‌ ପଥରେଁ ନିଜର୍‌ ଦିହିଁ କେ ନିଜେ ଆଘାତ୍ କରୁଥିଲା।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 5

ଯେନ୍ତା ସେ ଲୋକ୍‌ ଯୀଶୁକେ ଦେଖ୍‌ଲା,ସେ ଦଉଡ଼ି ଯାଇ କରି ଯୀଶୁକେ ମୁଡିଆ ମାର୍‌ଲା। ତେହେରୁଁ ଯୀଶୁ ସେ ଲୋକର୍‌ ଭିତ୍‌ରେ ଥିବାର୍ ଭୂତ୍‌କେ କହେଲେ,“ ଇ ଲୋକ୍‌ଠାନୁ ବାହାରି ଯା!”

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 6

ଭୂତ୍ ଜୋର୍‌ସେ ରଡ଼ିକରି କାନ୍ଦି କାନ୍ଦି କହେଲା, “ତୁମେ ମର୍‌ଠାନୁ କାଣା ଚାହୁଁଛ, ହେ ପରମ ପ୍ରଧାନ ମାହାପୁରୁର ପୁଓ, ଯୀଶୁ? ଦୟାକରି ମତେ ଦୁଃଖ୍‌ ନେଇଁଦିଅ!” ତେହେରୁଁ ଯୀଶୁ ଭୂତ୍‌କେ ପଚ୍‌ରାଲେ, “ତୋର୍ ନାଁ କାଏଁନା ?” ସେ କହେଲା,“ ମୋର ନାଁ ବାହିନୀ , କାଏଁଯେ କି ଆମେ ବହୁତ୍ ଜନ୍‌ ଅଛୁ।”

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 7

ଭୂତ ଯୀଶୁକେ ଗୁହାରିଲା,“ଦୟାକରି ଇ ଜାଗାନୁ ମତେ ବାହାର୍‌ ନେଇଁ କର!” ସେଠାନେ ଗୁଟେ ପାହାଡ଼ ଥିଲା ଯେନେ ଘୁଷୁରି ଗୁହୁଡ଼େ ଚରୁଥିଲେ। ତେହେରୁଁ ଭୂତ୍ ଯୀଶୁକେ ଗୁହାରି କଲା, “ ଦୟାକରି ଆମ୍‌କୁ ସେ ଘୁଷୁରି ଗୁହୁଡ଼ାକେ ପଠେଇ ଦିଅ!” ଯୀଶୁ କହେଲେ, ଠିକ୍ ଅଛେ, ସେ ମାନ୍‌କର ନିକେ ଯ !”

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 8

ତେହେରୁଁ ସେ ଭୂତ୍‌ମାନେ ସେ ଲୋକର୍‌ନୁ ବାହାରି କରି ଘୁଷୁରି ମାନ୍‌କର୍ ନିକେ ପସିଗଲେ। ଘୁଷୁରି ମାନେ ହ୍ରଦର୍‌ ଖଣ୍‌କେ ଦଉଡି ଆସ୍‌ଲେ ଆର୍‌ ଝପେଁଇ ହେଇକରି ବୁଡି ମଲେ। ସେ ଗୁହୁଡ଼ାନ ପାଖାପାଖି ଦୁଇ ହଜାର୍‌ଟା ଘୁଷୁରି ଥିଲେ।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 9

ସେଠାନେ ଘୁଷୁରି ଚରାବାର୍ ଲୋକ୍ ମାନେ ଥିଲେ। ଯାହା ହେଇଥିଲା ସେଟା ସେମାନେ ଦେଖିକରି ଗାଁ କେ ପଲାଲେ। ଯୀଶୁ ଯାହା କରିଥିଲେ ସେମାନେ ସବ୍‌କେ କହେଲେ। ସେ ନଗର୍‌ର ଲୋକ୍‌ମାନେ ଆସ୍‌ଲେ ଆର୍ ସେ ଲୋକ୍‌କେ ଦେଖ୍‌ଲେ ଯାହାକେ ଭୂତ୍ ଲାଗି ଥିଲା। ସେ ଶାନ୍ତି ନ ବସିଥିଲା, କପଡ଼ା ପିନ୍ଦିଥିଲା, ଆରୁ ଗୁଟେ ସାଧାରନ୍ ଲୋକ୍ ଭଲିଆ ବେବହାର୍ କରୁଥିଲା।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 10

ଲୋକ୍ ମାନେ ବହୁତ୍ ଡ଼ରିଗଲେ ଆରୁ ଯୀଶୁଙ୍କୁ ସେନୁ ଯିବାର୍‌ଲାଗି କହେଲେ। ତେହେରୁଁ ଯୀଶୁ ଡ଼ଙ୍ଗା ଉପ୍‌ରେ ଚଢ୍‌ଲେ। ଯେନ୍‌ଲୋକ୍‌ର ଭିତ୍‌ରେ ଭୂତ୍‌ମାନେ ଥିଲେ ସେ ଲୋକ୍‌ ଯୀଶୁକେ ଗୁହାରି କଲା ତାକର୍‌ ସାଙ୍ଗେ ଯିବାର୍‌ଲାଗି।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 11

ହେଲେ ଯୀଶୁ ତାହାକେ କହେଲେ, “ନାଇଁ, ମୁଇଁ ଚାହୁଁଛେ ଯେ ତୁଇ ଘର୍‌କେ ଯା ଆରୁ ମାହାପୁରୁ ତୋର୍‌ଲାଗି ଯାହା କରିଛନ୍ ଲୋକ୍‌ ମାନ୍‌କେ କହ। ଆର୍ ତୁଇ ସେମାନ୍‌କେ କହ କେନ୍‌ତା କିସ୍‌ମେ ମାହାପୁରୁ ତୋର୍‌ଉପରେ ଦୟା କରିଛନ୍।“

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 12

ତେହେରୁଁ ସେ ଲୋକ୍ ଗଲା ଆର୍ ଯାହା ଯୀଶୁ ତାର୍ ଲାଗି କରିଥିଲେ ସେଟା ସବ୍‌କୁ କହେଲା।ଯେନ୍ ମାନେ ତାର୍ କଥା ସୁନ୍‌ଲେ ସେମାନେ ଆବାକ୍‌ ହେଇଗଲେ।

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 13

ଯୀଶୁ ସମୁଦ୍ରର୍ ଆର ଫାଲ୍ କେ ଫିରିଗଲେ। ସେ ସେଠାନ୍‌କେ ପୁହୁଞ୍ଚିଲା ପରେ ତାକର୍ ଚାରିଆଡେ ଗୁଟେ ବଡ୍ ଗୁହୁଡେ ଲୋକ୍ ତାକର୍ ଉପର୍‌କେ ମାଡି ବସ୍‌ଲେ। ସେ ଭିଡ୍ ଭିତ୍‌ରେ ଗୁଟେ ମହିଳା ଥିଲା ଯିଏ ୧୨ ବରଷ୍‌ନୁ ରକ୍ତସ୍ରାବର୍ ବେମାର୍ ନ ପଡିଥିଲା। ସେ ତାର୍ ସବୁ ଟଙ୍କା ପଇସା ଡାକ୍ତରମାନ୍‌କୁଁ ଦେଇ ଦେଇଥିଲା ଯେନ୍ତାକି ସେମାନେ ତାହାକେ ଭଲ୍ କରିଦେବେ, ହେଲେ ତାର୍ ଦିହେଁ ଆର୍‌ ବିଗିଡି ଯାଇଥିଲାା

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 14

ସେ ଶୁନିଥିଲା ଯେ ଯୀଶୁ ବହୁତ୍ ବେମାରି ଲୋକ୍‌ମାନ୍‌କୁ ଭଲ୍‌ କର୍‌ସନ୍, ଆର୍ ଭାବ୍‌ଲା, "ଯଦି ମୁଇଁ ଖାଲି ଯୀଶୁର୍ କପ୍‌ଡା କେ ଛି ଦେଇ ପାର୍‌ମି ନିଶ୍ଚେ ମୁଇଁବି ଭଲ୍ ହେଇଯିମି !" ସେଥିର୍ ଲାଗି ସେ ଯୀଶୁର୍ ପଛ୍ଆଡୁ ଆସ୍‌ଲା ଆର୍ ତାକର୍ କପ୍‌ଡାକେ ଛି ଦେଲା। ସେ ତାହାକେ ଯେନ୍ତା ଛିଲା ହେନ୍‌ତା ହିଁ ତୁରନ୍ତ ତାର୍ ରକ୍ତସ୍ରାବ ବନ୍ଦ୍ ହେଇଗଲା!

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 15

ତୁରନ୍ତ ଯୀଶୁ ଯାନି ପାର୍‌ଲେ ଯେ ତାକର୍‌ଠାନୁ ଶକ୍ତି ବାହାର୍‌ରିଲା। ତେହେରୁଁ ସେ ବୁଲିକରି ପଚ୍‌ରାଲେ, ମତେ କିଏ ଛି ଲା? ଚାଲାମାନେ କହେଲେ, "ତମର୍ ଚାରିଆଡେ ବହୁତ୍ ଲୋକ୍ ଗଦା ହେଇଛନ୍ ଆରୁ ଧକ୍କାବି ଦେଉଛନ୍। ତୁମେ କାଏଁ ହେଲାଯେ ପଚ୍‌ରଉଛ, 'ମତେ କିଏ ଛିଲା ବଲି?”’

32. ୩୨. ଯୀଶୁ ଗୁଟେ ଭୁତ୍ ଲାଗିଥିବାର୍ ଲୋକ୍‌କେ ଆର୍ ବେମାରି ମହିଲାକେ ସୁସ୍ଥ କଲେ — illustration 16

ସେ ମହିଲା ଡରେ ଥର୍‌ଥରି ଗଲା ଆର୍ ଯୀଶୁର୍ ଆଗେ ମୁଡିଆ ମାର୍‌ଲା। ତାର୍‌ପରେ ସେ ଯାହା କଲା ସେଟା ଯୀଶୁଙ୍କୁ କହେଲା ଆରୁ ସୁସ୍ଥ ହେବାର୍‌ଟା ବି କହେଲା। ଯୀଶୁ ତାହାକେ କହେଲେ, "ତର୍ ବିଶ୍ୱାସ୍ ତତେ ସୁସ୍ଥ କରିଛେ। ଶାନ୍ତି ରେ ଯା।"

ବାଇବଲ୍‌ର କଥାନୀ: ମାଥିଉ ୮:୨୮-୩; ୯:୨୦-୨୨; ମାର୍କ ୫; ଲୁକ ୮:୨୬-୪୮

Read in the reader

Free to use, adapt, and share under an open license (CC BY-SA 4.0).