33. ୩୩. ଗୁଟେ ଚାଷିର୍ କଥାନୀ

33. ୩୩. ଗୁଟେ ଚାଷିର୍ କଥାନୀ — illustration 1

ଦିନେ ଯୀଶୁ ସମୁଦ୍ରର୍ ଖଣିନ ଥିଲେ ଆର୍ ସେ ବହୁତ୍ ବଡ୍ ଲୋକ୍ ଗୁହୁଡାକେ ଶିକ୍ଷା ଦଉଥିଲେ। ଇଟାକେ ସୁନ୍‌ବାର୍‌ ଲାଗି ଏତ୍‌କି ଲୋକ୍ ଆସ୍‌ଲେ ଯେ, ତାକର୍ ପାସେ ଏତେ ଲୋକ୍ ବସିକରି କଥା ସୁନ୍‌ବାର୍ ଲାଗି ଜାଗା ବି ନେଇଁ ଥାଇ। ସେଥିର୍ ଲାଗି ସେ ପାଏନ୍‌ରେ ଥିବାର୍ ଗୁଟେ ଡଙ୍ଗା ଉପ୍‌ରେ ଚଢ୍‌ଲେ ଆର୍ ସେ ସେଠାନ ବସ୍‌ଲେ ଆର୍ ଲୋକ୍‌ମାନ୍‌କୁ ଶିକ୍ଷା ଦେବାର୍‌କେ ଲାଗ୍‌ଲେ।

33. ୩୩. ଗୁଟେ ଚାଷିର୍ କଥାନୀ — illustration 2

ଯୀଶୁ ସେମାନ୍‌କୁ ଇ କଥାନୀ ଶୁନାଲେ , ଗୁଟେ ଚାଷି ବିହନ୍ ବୁନ୍‌ବାର୍ ଲାଗି ବାହାରିଲେ। ଯେତ୍‌କିବେଲ୍‌କେ ସେ ବିହନ୍‌ ବୁନୁ ଥିଲା, କେତେ ବିହନ୍ ବାଟ୍ ଉପ୍‌ରେ ପଡ୍‌ଲା। ତେହେରୁଁ ଚରେ ମାନେ ଆସିକରି ସେ ସବୁ ବିହନ୍‌କେ ଖାଇ ଦେଲେ।

33. ୩୩. ଗୁଟେ ଚାଷିର୍ କଥାନୀ — illustration 3

ଆର୍ କେତେ ଦୁସ୍‌ରା ବିହନ୍ ପଥ୍‌ରିଆ ମାଏଟ୍‌ନ ପଡ୍‌ଲା ଯେନ୍‌ଠାନେ ବହୁତ୍ କମ୍ ମାଏଟ୍ ଥିଲା। ପଥ୍‌ରିଆ ମାଏଟ୍‌ରେ ପଡିଥିବାର୍ ବିହନ୍ ଝାଏଁକରି ବଢିଗଲା, ହେଲେ ତାର୍ ଚେର୍ ମାଏଟ୍ ତଲ୍‌କେ ଯେଇନେଇ ପାର୍‌ଲା। ଆର୍ ଯେତ୍‌କିବେଲେ ସୁର୍ଯ୍ୟ ଉଦ୍‌ଲା ଆରୁ ଖରା ଟାଏଁ ଟାଏଁ କଲା। ତାର୍ ପତର୍ ସବୁ ଶୁଖିଗଲା ଆର୍ ଗଛ୍‌ ମରିଗଲା।

33. ୩୩. ଗୁଟେ ଚାଷିର୍ କଥାନୀ — illustration 4

ଆର୍ କେତେ ବିହନ୍ କଁଟାବୁଟା ଭିତ୍‌ରେ ପଡ୍‌ଲା। ଇ ବିହନ୍ ବଢ୍‌ବାର୍‌କେ ଲାଗ୍‌ଲା, ହେଲେ କଁଟାବୁଟା ଚାପି ଦେଲା, ସେଥିର୍‌ଲାଗି କଁଟା ବୁଟାର୍‌ ମାଏଟ୍ ଉପ୍‌ରେ ପଡ଼ିଥିବାର୍ ବିହନ୍‌ନୁ ବାହାରି ଥିବାର୍ ଗଛେଁ କିଛିବି ଫସଲ୍ ନେଇଁ ହେଇ ପାର୍‌ଲା।

33. ୩୩. ଗୁଟେ ଚାଷିର୍ କଥାନୀ — illustration 5

ଦୁସ୍‌ରା କେତେ ବିହନ୍ ଭଲ୍ ମାଏଟ୍‌ନ ପଡ଼୍‌ଲା।ସେ ବିହନ୍ ବଡ୍‌ ହେଲା ଆର୍ ଯେତ୍‌କି ବିହନ୍ ବୁନା ହେଇଥିଲା ସେତାର ଠାନୁ ତିରିସ୍, ସାଠେ, ଆରୁ ସହେ ଗୁଣାରେ ଫସଲ୍ ହେଲା। ଯେନ୍‌ମାନେ ବି ମାହାପୁରୁର୍ ପଛେ ଚାଲ୍‌ବାର୍ କେ ଚାଁହେସନ୍, ସେମାନେ ମୁଇଁ ଯାଣା କହୁଛେଁ ଧିଆନ୍ ଦଉନ୍।

33. ୩୩. ଗୁଟେ ଚାଷିର୍ କଥାନୀ — illustration 6

ଇ କଥାନୀଟା ଚାଲା ମାନ୍‌କୁ ଧନ୍ଦେଇଁଦେଲା। ସେଥିର୍‌ଲାଗି, ଯୀଶୁ ବୁଝେଇ କରି କହେଲେ ଯେ, “ଇ ବିହନ୍ ହେଉଛେ ମାହାପୁରୁର୍ ବାକ୍ୟ। ସେ ବାଟ୍‌ ଗୁଟେ ଏନ୍‌ତା ଲୋକ୍ ଯିଏକି ମାହାପୁରୁର୍ ବାକ୍ୟକେ ସୁନ୍‌ସି ହେଲେ ବୁଝି ନେଇଁପାରେ, ତେହେରୁଁ ସଇଏତାନ୍ ତାର୍‌ଠାନୁ ବାକ୍ୟକେ ନେଇଁ ଯାଇସି। ତାର୍ ଅର୍ଥ ହଉଛେ ସଇତାନ୍ ସେ ବାକ୍ୟକେ ବୁଝ୍‌ବାର୍ ଲାଗି ଦୁରେ ରଖ୍‌ସି।“

33. ୩୩. ଗୁଟେ ଚାଷିର୍ କଥାନୀ — illustration 7

ସେ ପଥ୍‌ରିଆ ମାଏଟ୍ ଗୁଟେ ଏନ୍ତା ଲୋକ୍ ଆଏ ଯେ, ମାହାପୁରୁର୍ ବାକ୍ୟକେ ଖୁସିନ ସୁନ୍‌ସି ତାହାକେ ଗ୍ରହଣ କରି ନେସି। ହେଲେ ଯେତ୍‌କିବେଲେ କଠିନ୍ ସମିୟାଁ ଆଏସି ସେ ମାହାପୁରୁ ନୁ ଦୂର୍ ହେଇଯାଏସି। ଜାହାର୍ ଅର୍ଥ ସେ ମାହାପୁରୁ କେ ଭରସା କର୍‌ବାର୍ ଟା ଛାଡ଼ି ଦେସି।

33. ୩୩. ଗୁଟେ ଚାଷିର୍ କଥାନୀ — illustration 8

କଁଟା ବୁଟାର୍ ମାଏଟ୍‌ ଗୁଟେ ଏନ୍‌ତା ଲୋକ୍‌ ଆଏ ଯିଏ ମାହାପୁରୁର୍ ବାକ୍ୟ କେ ସୁନ୍‌ସି। ହେଲେ ସେ ଅନେକ୍ କଥାକେ ନେଇଁକରି ଚିନ୍ତା କର୍‌ବାର ଆର୍‌ମ କର୍‌ସି, ଆର୍ ସେ ବହୁତ୍ ଧନ୍ କମାବାକେ ଚେଷ୍ଟା କର୍‌ସି, ଆର୍ ବହୁତ୍ ଜିନିଷ୍ ପତର୍ ପାଏବାର୍‌କେ ଚେଷ୍ଟା କର୍‌ସି। ଆର୍ କେତେ ସମିୟାଁ ପରେ, ସେ ମାହାପୁରୁକେ ଆର୍‌ ପ୍ରେମ୍ କରିନେଇଁ ପାରେ। ସେଥିର୍‌ଲାଗି ଯାହା କିଛି ସେ ମାହାପୁରୁର୍ ବାକ୍ୟନୁ ଶିଖି ଥିସି, ସେ ସବୁନୁ ମାହାପୁରୁକେ ଖୁସ୍ ନାଇ କରିପାରେ।ସେ ଗହମ୍‌ର ପୋଲ୍ ଭଲିଆ, ଯେନ୍‌ଟା କି କିଛି ବିହନ୍ ନେଇଁ ବାହାରେ।

33. ୩୩. ଗୁଟେ ଚାଷିର୍ କଥାନୀ — illustration 9

ହେଲେ ଭଲ୍ ମାଏଟ୍ ର ବିହନ୍ ଗୁଟେ ଏନ୍‌ତା ଲୋକ୍ ଏ ଯିଏ କି ମାହାପୁରୁର୍ ବାକ୍ୟକେ ସୁନ୍‌ସି, ବିଶ୍ୱାସ କର୍‌ସି, ଆର୍ ଭଲ୍ ଫଲ୍ ଫଲ୍‌ସି।

ବାଇବଲ୍‌ର କଥାନୀ: ମାଥିଉ ୧୩:୧-୨୩;ମାର୍କ ୪:୧-୨୦; ଲୁକ ୮:୪-୧୫

Read in the reader

Free to use, adapt, and share under an open license (CC BY-SA 4.0).