23. ୨୩. ଯୀଶୁ ଜନମ୍ ଆତାନ୍
ଯୋଷେଫ ତର୍ଦାକାନ୍ ରକାନ୍ ଦାର୍ମି ମାନାୟ୍ ହୁଦାଙ୍ଗ୍ ମରିୟମତିଙ୍ଗ୍ ବିବା ଆନି କାଜିଙ୍ଗ୍ ମାଲା ଆଜି ମାଚାତ୍। ମରିୟମ ଗାଗାଡ଼୍ତ ମାନାତ୍ ଇଞ୍ଜି ହେୱାନ୍ ଏଚେପାଦ୍ନା ପୁଚାନ୍, ହେୱାନ୍ ପୁନ୍ଞ୍ଜି ମାଚାନ୍ ଇ ହିମ୍ଣା ହେଦେଲ୍ତି ଆକାୟ୍। ହେୱାନ୍ ମରିୟମତିଙ୍ଗ୍ ଲାଜୁ କିୟିକିଦେଙ୍ଗ୍ ଇଚା କିୱାତାନ୍, ଲାଗିଙ୍ଗ୍ ହେୱାନ୍ ଡ଼ୁକ୍ଚି ହେଦେଲିଙ୍ଗ୍ ହେଲୱାଇ ନାଡ଼୍ତେଙ୍ଗ୍ ଉପାଇ କିତାନ୍। ହେୱାନ୍ ହେଦାଙ୍ଗ୍ କିୱି ଆଗେ ରକାନ୍ ଦୁତ୍ ହେୱାନ୍ ଲାଗାୟ୍ ୱାଜି କେଚ୍କଣ୍ତ ହେୱାନିଙ୍ଗ୍ ୱେଚ୍ଚାତ୍।
ଦୁତ୍ ୱେଚ୍ଚାନ୍, “ଯୋଷେଫ ନି ଡକ୍ରୁଦି ମରିୟମତିଙ୍ଗ୍ ଅନି କାଜିଙ୍ଗ୍ ପାଣ୍ଡ୍ରା ଆମା। ତା ଗାଗାଡ଼୍ତ ମାନି ହିମ୍ଣା ପବିତ୍ର ଆତ୍ମାତାଙ୍ଗ୍ ଆତାତ୍ନା। ହେଦେଲ୍ ର ହିମ୍ଣତିଙ୍ଗ୍ ଜନମ୍ କିନାତ୍।ତା ତର୍ ଯୀଶୁ ହିୟାଟ୍ (ତା ଅର୍ତ ମାପୃ ରକ୍ଷା କିଦ୍ନାନ୍), ଇନେସ୍କି ହେୱାନ୍ ମାନାୟାରିଙ୍ଗ୍ ହେୱାର୍ କିତି ପାପ୍ତାଙ୍ଗ୍ ଉଦାର୍ କିନାନ୍।”
ଲାଗିଙ୍ଗ୍ ଯୋଷେଫ ମରିୟମତିଙ୍ଗ୍ ବିବା ଆତାନ୍ ଆରେ ହେଦେଲିଙ୍ଗ୍ ଡକ୍ରୁହି କିଜି ତାଞ୍ଜ ଅତାନ୍ ମାତର୍ ହେଦେଲ୍ ହିମ୍ଣା ଜନମ୍ କିୱି ପାତେକ୍ ହେଦେଲ୍ ହୁଦାଙ୍ଗ୍ ହୁଞ୍ଜ୍ୱାତାନ୍।
ଏଚେପାଦ୍ନା ମରିୟମ ହିମ୍ଣା ଜନମ୍ କିନାକା ଲାଗେ ଏକି ୱାତାତ୍, ରୋମିୟ ସର୍କାର୍ ୱିଜାକାରିଙ୍ଗ୍ ଜାର୍-ଜାର୍ ବାହାତାକେ ହାଲ୍ଜି ସର୍ବେ କିଦେଙ୍ଗ୍ ୱେଚ୍ଚାନ୍।ଯୋଷେଫ ଆରେ ମରିୟମ ବାହା କିଜିମାଚି ନାଜରିତ ସହର୍ତାଙ୍ଗ୍ ବେସି ଦେହା ତାଙ୍ଗ୍ଜି ବେଥଲିହିମ ସହର୍ତାକେ ହାଞ୍ଜେଙ୍ଗ୍ ପଡ଼ାଆତାତ୍ ଇନେସ୍କି ହେୱାର୍ ଆକଦାଦି ଦାଉଦତି ଜାର୍ ସହର୍ ବେଥଲିହିମ ମାଚାତ୍।
ହେୱାର୍ ଏଚେପାଦ୍ନା ବେଥଲିମ ସହର୍ତାକେ ଇକାତାର୍, ହେୱାରିଙ୍ଗ୍ ମାଞ୍ଜେଙ୍ଗ୍ ବାହା ହିଲାତାତ୍। ପଶୁଙ୍ଗ୍ ମାଚି ଇଞ୍ଜ ନେ ହେୱାର୍ ବାହା ଗାଟାଆତାର୍। ହିମ୍ଣା ହେବେ ଜନମ୍ ଆଜି ମାଚାନ୍ ଆରେ ତା ତେହି ପଶୁଙ୍ଗ୍ ତିନି କୁଣ୍ଡିତାକେ ହୁଚ୍ପି ମାଚାତ୍, ଇନେସ୍କି ହେୱାନିଙ୍ଗ୍ ହୁଚ୍ପି କିଦେଙ୍ଗ୍ ପାହ୍ନାକା ହିଲାତାତ୍। ହେୱାର୍ ହେୱାନିଙ୍ଗ୍ ଯୀଶୁ ତର୍ ହିତାର୍।
ହେ ନାଣା ଲାଗାୟ୍ନି ର ଜମିତାକେ କେତେକ୍ ମେଣ୍ଡାଙ୍ଗ୍ ପହାକିତାକାର୍ ତା ମେଣ୍ଢାକାଙ୍ଗ୍ କାସି ମାଚାର୍। ହେଦାପ୍ରେ ର ଅଜଡ଼୍ ମାନି ଦୁତ୍ ହେୱାର୍ ଲାଗାୟ୍ ୱାତାତ୍, ଆରେ ହେୱାର୍ ପାଣ୍ଡ୍ରାଆତାର୍। ଦୁତ୍ ୱେଚ୍ଚାତ୍,“ପାଣ୍ଡ୍ରାଆମାଟ୍ ଇନେସ୍କି ମି କାଜିଙ୍ଗ୍ ନା ଲାଗାୟ୍ ର ହାର୍ଦିକାବୁର୍ ମାନାତ୍। ମାପୃ ଖ୍ରୀଷ୍ଟ ବେଥଲିହିମ ସହର୍ତାକେ ଜନମ୍ ଆତାନ୍ନା।”
“ହେ ହିମ୍ଣାତିଙ୍ଗ୍ ଦାସ୍ତେଙ୍ଗ୍ ହାଲାଟ୍, ଆରେ ଏପେଙ୍ଗ୍ ହେୱାନିଙ୍ଗ୍ କଡିହାଡ଼ାତାକେ ହେନ୍ଦ୍ରା ହୁର୍ପି ଆଜି ହୁନ୍ଞ୍ଚାକା ହୁଡ଼୍ନାଦେର୍।” ହେଦାପ୍ରେ ବାଦାଡ଼୍ନି ଦୁତ୍କୁତାଙ୍ଗ୍ ପୁରା ଆତାତ୍ ଆରେ ଈଶ୍ୱରତିଙ୍ଗ୍ ଜୟ୍-ଜୟ୍ କିତାର୍ ଆରେ ୱେଚ୍ଚାର୍, “ସରଗ୍ ଜପି ଈଶ୍ୱରତି ମହିମା ଆରେ ପୁର୍ତିତାକେ ଲାଡ୍ନି ମାନାୟାର୍ ବିତ୍ରେ ଶାନ୍ତି!”
ମେଣ୍ଢା ଗଡ଼ିଆର୍ ବେଗି ଯୀଶୁ ଇମେତାକେ ମାଚାନ୍ ହେବେ ଇକାତାର୍ ଆରେ ହେୱାର୍ ହେୱାନିଙ୍ଗ୍ ଦୁତ୍ ୱେଚ୍ଚି ଲେକେ କଡିହାଡ଼ାତାକେ ହୁନ୍ଞ୍ଚାକା ହୁଡ଼୍ତାର୍। ହେୱାର୍ ବେସି ୱାରିଆଜି ମାଚାର୍। ମେଣ୍ଢା ଗଡ଼ିଆର୍ ଜମିତାକେ ଇକାତାର୍ ଇମେତାକେ ହେୱାର୍ ମେଣ୍ଢା ମାନ୍ଦାଙ୍ଗ୍ ମାଚିକ୍ ଆରେ ହେୱାର୍ ଇନାକା ୱିଜୁ ୱେନ୍ଞ୍ଜି ମାଚାର୍ ଆରେ ହୁଡ଼୍ଜି ମାଚାର୍ ହେଦାଙ୍ଗ୍ କାଜିଙ୍ଗ୍ ଈଶ୍ୱରତିଙ୍ଗ୍ ଜୟ୍-ଜୟ୍ କିଜି ମାଚାର୍।
ଅଲପ୍ ସମୟ୍ ହାଚି ପାଚେ, ପୁରୁବ୍ ଦସ୍ତାଙ୍ଗ୍ ୱାଜିମାଚି ପଣ୍ଡିତାର୍ ବାଦାଡ଼୍ ଜପି ର ଚାନିଆଆନି ହୁକା ହୁଡ଼୍ତାର୍। ଯିହୁଦିର୍ ପୁନି ରାଜା ଜନମ୍ ଆତି ବିଷୟରେ ହେୱାର୍ ପୁଞ୍ଜେଙ୍ଗ୍ ଆଡ଼୍ତାର୍। ଲାଗିଙ୍ଗ୍ ହେୱାର୍ ଇ ରାଜାଙ୍ଗ୍ ହିଡ଼୍ନି କାଜିଙ୍ଗ୍ ବେସି ଦେହାତାଙ୍ଗ୍ ତାଙ୍ଗ୍ଜି ୱାତାର୍। ହେୱାର୍ ବେଥଲିହିମ ସହର୍ତାକେ ୱାତାର୍ ଆରେ ଯୀଶୁ ଆରେ ତା ତେହିତାଞ୍ଜ୍ବା ଇମ୍ଣି ଇଞ୍ଜ ମାଚାର୍ ହେ ଇଲ୍ତିଙ୍ଗ୍ ଗାଟାଆତାର୍।
ପଣ୍ଡିତାର୍ ଏଚେପାଦ୍ନା ଯୀଶୁଙ୍ଗ୍ ତା ତେହି ହୁଦାଙ୍ଗ୍ ହୁଡ଼୍ତାର୍, ହେୱାର୍ ମେଣ୍ଡାକୁନ୍ଦିକିଜି ଜୱାର୍ କିତାର୍। ହେୱାର୍ ଯୀଶୁଙ୍ଗ୍ ବେସି ଦାମ୍ନି ପୁରୁଷ୍କାର୍ ହିତାର୍। ତାପାଚେ ହେୱାର୍ ଜାର୍ ଇଞ୍ଜ ଲେଉଟାଆଜି ୱାତାର୍।
ବାଇବଲ୍ନି ର କାତା: ମଥିଉ ୧; ଲୁକ ୨
Free to use, adapt, and share under an open license (CC BY-SA 4.0).