47. ୪୭.ଶାଉଲ ରୋମିୟ ରାଜି ୱିଜୁନିପଣ୍ ବୁଲା ଆନିହିଙ୍ଗ୍ ହେୱାନ୍ ତା ରୋମିୟ ତର୍ ପାଉଲ ଇଞ୍ଜି ବ୍ୟବହାର୍ କିଜିମାଚାନ୍।
ଦିନେକ୍ ପାଉଲ ଆରେ ତା ସାଙ୍ଗହି ଶୀଲା ଫିଲିପ ସହର୍ତାକେ ଯୀଶୁତି ହାର୍ଦିକାବୁର୍ ଶୁଣାୟ୍ କିଦେଙ୍ଗ୍ ହାଚାର୍।ହେୱାର୍ ସହର୍ ବାର୍ତ ନାଗୁଡ଼୍ କାଣ୍ଡିତାକେ ମାନି ର ବାହାତାକେ ହାଚାର୍ ହେବେ ମାନାୟାର୍ ପାର୍ତାନା କିଦେଙ୍ଗ୍ ରବେ ଆତାର୍।ହେବେ ହେୱାର୍ ଲୁଦିଆ ତର୍ଦାକା ରଞ୍ଜେଲ୍ ବେପାର୍ କିନି କଗ୍ଲେଙ୍ଗ୍ ହୁଡ଼୍ତାର୍।ହେଦେଲ୍ ଈଶ୍ୱରତିଙ୍ଗ୍ ଲାଡ୍ କିଜି ମାଚାତ୍ ଆରେ ହେବା କିଜି ମାଚାତ୍।ଯୀଶୁ ବିଷୟନି କାତାତିଙ୍ଗ୍ ଇନେସ୍ ଲୁଦିଆ ସହର୍ନିକାର୍ ପାର୍ତି କିନାର୍ ଇଦାଙ୍ଗ୍ କାଜିଙ୍ଗ୍ ଈଶ୍ୱର ତା କାଣ୍କୁ ଜେୟାଆତିକ୍, ଆରେ ହେଦେଲ୍ ଆରେ ତା ପରିବାର୍ ଡୁବନ୍ ଅତାର୍।
ହେଦେଲ୍ ପାଉଲ ଆରେ ଶିଲାଙ୍ଗ୍ ତାଞ୍ଜ ମାନି କାଜିଙ୍ଗ୍ କୁକ୍ତାତ୍, ଲାଗିଙ୍ଗ୍ ହେୱାର୍ ତା ହୁଦାଙ୍ଗ୍ ଆରେ ତା ପରିବାର୍ ହୁଦାଙ୍ଗ୍ ମାଚାର୍।ପାଉଲ ଆରେ ଶୀଲା ପାର୍ତାନା ବାହାତାକେ କେତେକ୍ ସମୟତ ମାନାୟାରିଙ୍ଗ୍ ମାହାଆଜି ମାଚାର୍।
ୱିଜୁଦିନ୍ ଲେକେ ହେୱାର୍ ଏଚେପାଦ୍ନା ହେ ପାର୍ତାନା ବାହାତାକେ ହାଲ୍ଜି ମାଚାର୍, ହେପାଦ୍ନା ବୁତ୍ ଡୁୟାଆତି ରଞ୍ଜେଲ୍ ଜିପଲି ତା ପାଚେ-ପାଚେ ହାଲ୍ଜି ମାଚାତ୍।ଇ ବୁତ୍ ସାଇଜତାଙ୍ଗ୍ ହେଦେଲ୍ ନଙ୍ଗୟ୍ନି ବିଷୟରେ ମାନାୟାରିଙ୍ଗ୍ ୱେଚ୍ଚେଙ୍ଗ୍ ଆଡ଼୍ଦେଙ୍ଗ୍ ମାଚାନ୍, ଲାଗିଙ୍ଗ୍ ହେଦେଲ୍ ତା ମାଲିକ୍ କାଜିଙ୍ଗ୍ ନଙ୍ଗୟନି କାତା ୱେଚ୍ଚି ହେଦେଲ୍ ବେସି ଡାବୁଙ୍ଗ୍ ଆର୍ଜାଆଜି ମାଲିକ୍ତିଙ୍ଗ୍ ହିଜି ମାଚାତ୍।ହେୱାର୍ ତାଙ୍ଗ୍ଜି ହାନିହିଙ୍ଗ୍ ହେ ବୁତ୍ ଡୁୟାଆତି ଦାସି ୱିଜୁଦିନ୍ ଗାଜା କାଟ୍ତାଙ୍ଗ୍ ୱେଚ୍ଚି ମାଚାତ୍, ଇ ମାନାୟାର୍ ୱିଜୁତାଙ୍ଗ୍ ଶାକ୍ତିକାଟି ଗାଜା ଈଶ୍ୱର ଦାସ୍ନି ମାନାୟାର୍।
ହେୱାର୍ ଉଦାର୍ ପାୟାଆନି ଉପାୟ୍ ହେଚ୍ଚାନାରା। ହେଦେଲ୍ କେତେକ୍ ସମୟ୍ ଇଲେକେ ୱେଚ୍ଚାତ୍, ପାଉଲ ଇଦାଙ୍ଗ୍ ୱେନ୍ଞ୍ଜି-ୱେନ୍ଞ୍ଜି ରିସା ଆତାନ୍। ହାରିହାରା ଏଚେପାଦ୍ନା ହେ ଦାସି କଗ୍ଲେ ଚେରାଆଜି ୱେଚ୍ଚେଙ୍ଗ୍ ଲାଗାତାତ୍, ପାଉଲ ଲେଉଟାଆଜି ହେ ଦାସିତାକେ ମାନି ଆତ୍ମାତିଙ୍ଗ୍ ୱେଚ୍ଚାନ୍, “ଯୀଶୁ ତର୍ଦାଙ୍ଗ୍ ଇବେତାଙ୍ଗ୍ ହସି ହାଲା।”
ହେଦାପ୍ରେ ହେ ବୁତ୍ ହେଦେଲିଙ୍ଗ୍ ପିସ୍ତି ହାଚାତ୍। ଇମ୍ଣି ମାନାୟ୍ ହେ ଦାସି ଗାଡ଼୍ଚେଙ୍ଗ୍ ତା ତାରେନ୍ ଇଡ଼୍ଜି ମାଚାନ୍, “ହେୱାନ୍ ବେସି ରିସା ଆତାନ୍।”
ହେୱାର୍ ଚିନ୍ତା କିତାର୍ ଯେ ବୁତ ବାଦୁଲ୍ ହେ ଦାସି ଗାଡ଼୍ଚେ ମାନାୟାର୍ ନଙ୍ଗୟନି କାତାତିଙ୍ଗ୍ ୱେଚ୍ଚେଙ୍ଗ୍ ଆଡୁତ୍। ଇଦାଙ୍ଗ୍ନି ଅର୍ତ ଆନାତା ମାନାୟାର୍ ନଙ୍ଗୟନି ବେଣ୍ ୱେଚ୍ନି କାଜିଙ୍ଗ୍ ହେୱାର୍ ହେ ଦାସି ଗାଡ଼୍ଚେନି ମାଲିକ୍ତିଙ୍ଗ୍ ଆରେ ଡାବୁଙ୍ଗ୍ ହିଉର୍।ଲାଗିଙ୍ଗ୍ ହେ ଦାସି ଗାଡ଼୍ଚେନି ମାଲିକାର୍ ପାଉଲ ଆରେ ଶୀଲାଙ୍ଗ୍ ରୋମିୟ ସର୍କାର୍ ଲାଗାୟ୍ ଅସାହାଚାର୍, ହେୱାର୍ ପାଉଲ ଆରେ ଶୀଲାଙ୍ଗ୍ ଟ୍ରାକ୍ଚି ବିତ୍ରେ ବନ୍ଦି କିତାର୍।
ହେୱାର୍ ପାଉଲ ଆରେ ଶିଲାଙ୍ଗ୍ ଜଇଲ୍ ଇଲ୍ନି ବେସି ହାର୍ଦି ବାହାତାକେ ଇଡ଼୍ଜି ହେୱାର୍ କାଲ୍କୁକାଙ୍ଗ୍ ଗାଚ୍ଚାର୍।
ଆତିସ୍ପା ମାଦିମାଦା ନାଣା ହେୱାର୍ ଈଶ୍ୱର ଲାଗାୟ୍ ଗୌରବନି କେର୍କଣିଙ୍ଗ୍ କେର୍ଦେଙ୍ଗ୍ ଲାଗାତାର୍।ହେଦାପ୍ରେ ବେସି ବୟଙ୍କାର୍ ବୁମିକମ୍ଫ ଆତାତ୍।
ଜଇଲ୍ ଇଞ୍ଜ ମାନି ୱିଜୁ କାପାଟିଙ୍ଗ୍ ଜେୟାଆତାତ୍, ଆରେ ୱିଜୁ ବନ୍ଦି ଆତି ମାନାୟାର୍ କେଇଦାଙ୍ଗ୍ ହିକ୍ଡ଼ିଙ୍ଗ୍ ୱିଜୁ ନାଡ଼୍ଜି ହାଚିକ୍।ଜଇଲ୍ ଇଲ୍ନି ଜାଗୁୱାଡ଼ି ହୁନ୍ଞ୍ଚାକାନ୍ ନିଙ୍ଗ୍ତାନ୍, ଆରେ ଏଚେପାଦ୍ନା ହେୱାନ୍ ହୁଡ଼୍ତାନ୍ ଜଇଲ୍ ଇଲ୍ନି କାପାଟିଙ୍ଗ୍ ୱିଜୁ ଜେୟାଆତିକ୍ନା, ହେୱାନ୍ ପାଣ୍ଡ୍ରା ଆତାନ୍।
ହେୱାନ୍ ବାବିକିତାନ୍ ଯେ ୱିଜାକାର୍ ବନ୍ଦି ଆତାକାର୍ ହାଚାର୍, ଲାଗିଙ୍ଗ୍ ହେୱାନ୍ ଜାର୍ତିଙ୍ଗ୍ ଜାର୍ ଅହିଆଦେଙ୍ଗ୍ ଉପାୟ୍ କିତାନ୍।(ହେୱାନ୍ ପୁଚାନ୍ ଯେ ରୋମିୟ ସର୍କାର୍ ହେୱାନିଙ୍ଗ୍ ମାର୍ନେ ଅହ୍ନାନ୍ ଯଦି ହେୱାନ୍ ବନ୍ଦିଆତାକାରିଙ୍ଗ୍ ହାଞ୍ଜେଙ୍ଗ୍ ଆଦେସ୍ ହିନାନ୍।) ମାତର୍ ପାଉଲ ହେୱାନିଙ୍ଗ୍ ହୁଡ଼୍ଜି ଚେରାଆଜି ନିଙ୍ଗ୍ତାନ୍, ମାନା ଜାର୍ତିଙ୍ଗ୍ ଗାଉ କିମା। ଆପେଙ୍ଗ୍ ୱିଜାକାପ୍ ଇବେ ମାନାପ୍।ଜଇଲ୍ ଇଲ୍ନି ଜାଗୁୱାଡ଼ି ଏଚେପାଦ୍ନା ପାଉଲ ଆରେ ଶୀଲା ଲାଗାୟ୍ ୱାତାନ୍, ହେୱାନ୍ ପାଣ୍ଡ୍ରୁତିଙ୍ଗ୍ ତ୍ରିଗ୍ଜି ମାଚାନ୍ ଆରେ ୱେଚ୍ଚାନ୍, “ଉଦାର୍ ପାୟାଆନି କାଜିଙ୍ଗ୍ ଆନେଙ୍ଗ୍ ଇନାକା କିନାଙ୍ଗ୍?”
ପାଉଲ ୱେଚ୍ଚାନ୍, “ଯୀଶୁତାକେ ପାର୍ତି କିୟାଟ୍, ଲାଗିଙ୍ଗ୍ ଏପେଙ୍ଗ୍ ଆରେ ମି ପରିବାର୍ ଉଦାର୍ ପାୟାଆନାଦେର୍।” ତାପାଚେ ହେ ଜଇଲ୍ ଇଲ୍ନି ଜାଗୁୱାଡ଼ି ପାଉଲ ଆରେ ଶୀଲାଙ୍ଗ୍ ତାଞ୍ଜ ଅଜି ହେୱାର୍ ଗାଉ ୱିଜୁ ନୁଜ୍ଦି ହିତାନ୍। ତାଞ୍ଜ ମାନି ୱିଜାକାରିଙ୍ଗ୍ ପାଉଲ ଯୀଶୁ ବିଷୟରେ ହାର୍ଦିକାବୁର୍ ଶୁଣାୟ୍ କିତାନ୍। ଜଇଲ୍ ଇଲ୍ନି ଜାଗୁୱାଡ଼ି ଆରେ ତା ପରିବାର୍ ୱିଜାକାର୍ ପାର୍ତିକିଜି ଡୁବନ୍ ଅତାର୍।
ଜଇଲ୍ ଇଲ୍ନି ଜାଗୁୱାଡ଼ି ପାଉଲ ଆରେ ଶିଲାଙ୍ଗ୍ ଚିଞ୍ଜେଙ୍ଗ୍ ହିତାନ୍ ଆରେ ହେୱାର୍ ୱିଜାକାର୍ ରବେ ଆଜି ୱାରି ଆତାର୍।ଆର୍କାତ୍ ନାଞ୍ଜିଙ୍ଗ୍ ଦେସ୍ନି ନେତାର୍ ପାଉଲ ଆରେ ଶିଲାଙ୍ଗ୍ ଜଇଲ୍ ଇଞ୍ଜାଙ୍ଗ୍ ମୁକ୍ତି କିତାର୍ ଆରେ ହେୱାରିଙ୍ଗ୍ ଫିଲିପ ସହର୍ତାଙ୍ଗ୍ ହାଞ୍ଜେଙ୍ଗ୍ ୱେଚ୍ଚାର୍।
ପାଉଲ ଆରେ ଶିଲା ଲୁଦିଆ ଆରେ ଜେକନି କେତେକ୍ ସାଙ୍ଗରିଙ୍ଗ୍ ଗିଟାଆତି ପାଚେ ହେୱାର୍ ହେ ଦେସ୍ ପିସ୍ତାର୍।ଯୀଶୁ ବିଷୟରେ ହାର୍ଦିକାବୁର୍ ବିଚାଆଦେଙ୍ଗ୍ ଲାଗାତାତ୍, ଆରେ ମଣ୍ଡ୍ଲି ପା ବାଡାଆଦେଙ୍ଗ୍ ଲାଗାତାତ୍।ପାଉଲ ଆରେ ଜେକନି ଖ୍ରୀଷ୍ଟାନ୍ ନେତାର୍ କେତେକ୍ ଦେସ୍କୁକାଙ୍ଗ୍ ବୁଲାଆତାର୍ ଆରେ ଯୀଶୁତି ହାର୍ଦିକାବୁର୍ ଶୁଣାୟ୍ କିଜି ହିକ୍ଷା ହିଦେଙ୍ଗ୍ ଲାଗାତାର୍।
ହେୱାର୍ ମଣ୍ଡ୍ଲିକାଙ୍ଗ୍ ମାନି ପାର୍ତିକିନାକାରିଙ୍ଗ୍ ତ୍ରିକାଡ଼୍ କିୟିକିଦେଙ୍ଗ୍ ଆରେ ହିକ୍ଷା ହିନି କାଜିଙ୍ଗ୍ କେତେକ୍ ଚିଟିଙ୍ଗ୍ ଲେକିକିତାର୍।ଇ ଚିଟିଙ୍ଗ୍ ବିତ୍ରେତାଙ୍ଗ୍ ଇଚ୍କେ ବାଇବଲ୍ତାକେ ବହିଙ୍ଗ୍ ଆତାତ୍।
ବାଇବଲ୍ନି ର କାତା: ପ୍ରେରିତ ୧୬: ୧୧- ୪୦; ୪୮
Free to use, adapt, and share under an open license (CC BY-SA 4.0).