13. ୧୩. ଇସ୍ରାଏଲ୍ କୋଲୋଃ ପାର୍ମେଶ୍ଵାର୍ ରାଃ ନିୟାମ୍ ଥଲ୍
ଇସ୍ରାଏଲୀ କୋକେ ଆର୍ଆ ସାମୁଦାର୍ ଏତେ ଫାରୋମ୍ ଇଦିରାଃ ତାୟୋମ୍ତେ, ପାର୍ମେଶ୍ଵାର୍ ଇନ୍କୁକେ ଟୋନାଙ୍ଗ୍ ହୋବାକେତେ ସିନାଇ କାଜିଆକୋ ଏନ୍ ବୁରୁ ପାଡ଼୍ ଇଦିକେଃକୋୱାଏ। ନେୟା ଏନ୍ ବୁରୁଗି ତାଇକେନା ଅକତାଃରେ ମୁଶା ଯୁଲୋଃତାନ୍ ଚୁପାଃକେ ନେଲ୍ ଲେଦାଏ। ଏନ୍ ହୋଡ଼ୋକୋ ଏନ୍ ବୁରୁ ରାଃ ଲାଥାର୍ ରେ ଆକୋୱାଃ ତାମ୍ବୂ କୋକେ ବାଇକେଦାକୋ।
ପାର୍ମେଶ୍ଵାର୍ ମୁଶା କେ ହାର୍ ଇସ୍ରାଏଲୀ କୋୱାଃ ସୋବେନ୍ ହୋଡ଼ୋକୋକେ କାଜିକେଃକୋୱାଏ, “ଆପେକେ ସୋବେନ୍ ଇମ୍ତାଙ୍ଗ୍ ଇଙ୍ଗ୍ଆଃ ବାଖାଣ କେ ମାନାତିଙ୍ଗ୍ ମେନାଃ ହାର୍ ଅକନ୍ ନିୟାମ୍ ଥଲ୍ ଇଙ୍ଗ୍ ଆପେୟାଃ ଲୋଃ ଥଲ୍ ତାନିଙ୍ଗ୍ ଏନାରେ ବାଇକେତେ ତାଇନ୍ ପେ। ଆଗାର୍ ଆପେ ନେକା ତାନାପେ ଏଣ୍ଡେ ଇଙ୍ଗ୍ଆଃ ଆପେ ଗୋନୋଙ୍ଗାନ୍ ଯଅ, ୟାଜାକ୍ କୋୱାଃ ରାଇଜ୍, ହାର୍ ମିୟାଃ ପାବିତାର୍ ଜାତି ବାୟୋଗାପେ। ”
ପାର୍ମେଶ୍ଵାର୍ ରାଃ ହୋରାତେ ଇନିଜାଃ ତାଃ ହିଜୁଃ ଲାଗିନ୍ ହୋଡ଼ୋକୋକେ ଆପି ହୁଲାଙ୍ଗ୍ ସାନ୍ ଆପାନ୍ କେ ଆତ୍ମୀକ୍ ଲେକାତେ ସେକାଡ଼ କେଦାକୋ, ଏନ୍ତେ ପାର୍ମେଶ୍ଵାର୍ ସିନାଇ ବୁରୁ ରାଃ ଚୁଟା ରେ ଆଡ଼ଗୁ ଜାନାଏ, ଚିମ୍ତାଙ୍ଗ୍ ଇନିଃ ହିଜୁଃ ଲେନାଏ ଦ ଅତେ ହିଲାଅ ହୋବାଜାନା, ବିଜ୍ଲି ଚାମ୍କାଅ ଜାନା, ସୁକୁଲ୍ ଅଟାଙ୍ଗ୍ଅଃ ତିନା, ହାର୍ ତୁର୍ହିକୋ ଥିମ୍ବାଗି ଷାଡ଼ିଅଃ ତାଇନା। ଏନ୍ତେ ମୁଶା ଆଏଃଗି ବୁରୁ ଚେତାନ୍ ତେ ରାକାବ୍ ଜାନାଏ।
ଏନ୍ତେ ପାର୍ମେଶ୍ଵାର୍ ହୋଡ଼ୋକୋ ଲୋଃ ମିୟାଃ ନିୟାମ୍ ଥଲ୍ ଥୋଲ୍ କେଦାଏ। ହାର୍ ଇନିଃ ଇନ୍କୁକେ କାଜିକେଦାଏ, “ଇଙ୍ଗ୍ ଆପେୟାଃ ସାଦାଏ ହୁଲାଙ୍ଗ୍ ରେନ୍ ପାର୍ମେଶ୍ଵାର୍ ୟାହୋୱା ତାନିଙ୍ଗ୍, ଇଙ୍ଗ୍ ଗି ତାନିଙ୍ଗ୍ ଆପେକେ ମିଶାର୍ ଦିଶୁମ୍ ରାଃ ଦାସୀକାନ୍ତେ ଛଡ଼ାଅ ଆଉ କାଦିଙ୍ଗ୍। ଜେତାନ୍ ଏଟାଃ ଦେଓତା କୋକେ ଆଲୋପେ ସେୱାୟାଃ। ”
“ମୂର୍ତି କୋକେ ଆଲୋପେ ବାଇୟା ହାର୍ ଇନିଜାଃ ଆଲୋପେ ସେୱାୟା, ଚିୟାଃଚି ଇଙ୍ଗ୍, ଆପେୟାଃ ମିୟାଃଗି ପାର୍ମେଶ୍ଵାର୍ ୟାହୋୱା ତାନିଙ୍ଗ୍। ସାମା କୋରେ କାଠାଉକା ଲେକାତେ ଇଙ୍ଗ୍ଆଃ ନୁତୁମ୍ ଆଲୋପେ ଇଦିଆ। ଆରାମେ ହୁଲାଙ୍ଗ୍ କେ ପାବିତାର୍ ମାନାତିଙ୍ଗ୍ ଲାଗିନ୍ ମୋନେ ମାଣ୍ଡାଅ କାପେ। ଏଟାଃ ଆର୍ଥ ଲେକାତେ କାଜିରେ, ଛାଅ ଦିନ୍ ଆପେ ଆପେୟାଃ ସୋବେନ୍ କାମୀକୋକେ ରିକାଏପେ। ଶାତୋୱାଃ ଦିନ୍ ଆପେୟାଃ ଆରାମେ ହୁଲାଙ୍ଗ୍ ହାର୍ ଇଙ୍ଗ୍ କେ ମୋନେ ମାଣ୍ଡାଅ ରାଃ ହୁଲାଙ୍ଗ୍ ତାନାଃ।”
“ଆପେୟାଃ ଏଙ୍ଗା ହାର୍ ଆପୁ କିନ୍ କେ ମାଇନ୍ କୋପେ। ହୋଡ଼ ଆଲୋପେ ଗୋଏଃ କୋୱା। ବ୍ୟାଭିଚାର୍ ଆଲୋପେ ରିକାୟା। ଆଲୋପେ କୁମୁଡୁ ୟା। ଆପେୟାଃ ନାଡ଼େଏ-ଜାପାଃ ରେନ୍ କୋୱାଃ କୁଡ଼ି, ଇନ୍କୁୱାଃ ଅଡ଼୍ଆଃ, ୟାଦ ଇନ୍କୁୱାଃ ଜେତାନ୍ ସାମାନ୍ କୋକେ ଇଦି ଲାଗିନ୍ତେ ଆଲୋପେ ହାୟାଅଃୟା। ”
ଏନ୍ତେ ପାର୍ମେଶ୍ଵାର୍ ଏନ୍ ଦାଶ୍ ଆନାଚୁ କୋକେ ଦିରି ରାଃ ବାରିୟା ସିଲାଟ୍ ରେ ଅଲ୍ କେତେ ମୁଶା କେ ଏମ୍ କିଯାଏ। ପାର୍ମେଶ୍ଵାର୍ ହୋଡ଼ୋକୋକେ ଆନାଚୁ ମାନାତିଙ୍ଗ୍ ଲାଗିନ୍ତେ ଆଡୋଃଗି ଏଟାଃ ଥିମ୍ବା ନିୟାମ୍ କୋ ଏମ୍ କେଃକୋୱାଏ। ଆଗାର୍ ଇନ୍କୁ ଏନ୍ ଆଇନ୍ କୋକେ ମାନାତିଙ୍ଗ୍ ୟାକୋ ଏଣ୍ଡେ ପାର୍ମେଶ୍ଵାର୍ ଏନ୍ ହୋଡ଼ୋକୋକେ ଆଶିଷ୍ ଏମ୍ ହାର୍ ଇନ୍କୁକେ ବାଞ୍ଚାଅ ରାଃ କିରିୟା ଏମ୍ କେଦାଏ। ମେନ୍ଦୋ ଇନିଃ କାଜିକେଦାଏ ଚି ଆଗାର୍ ଇନ୍କୁ ନେୟା କୋକେ କାକୋ ମାନାତିଙ୍ଗ୍ ୟାଃ, ଏଣ୍ଡେ ଇନିଃ ଇନ୍କୁକେ ଦାଣ୍ଡ୍ ଏମା କୋୱାଏ।
ପାର୍ମେଶ୍ଵାର୍ ଇସ୍ରାଏଲୀ କୋକେ ମିୟାଃ ମାରାଙ୍ଗ୍ ତାମ୍ବୂ ବାଇଲାଗିନ୍ କାଜିକେଦାଏ – ମିଃତାଃ ହୁଣ୍ଡିନ୍ ରେୟାଃ ତାମ୍ବୂ, ଇନିଃ ଇନ୍କୁକେ ଠିକ୍-ଠିକ୍ ଉଦୁବ୍ କେଦାଏ ଚି ନେୟା ତାମ୍ବୂକେ ଚିଲ୍କା ବାବାଇ ରାଃ ମେନାଗା, ହାର୍ ଏନାରାଃ ବିତାର୍ ରେ ଚିକାନ୍ ଜିନିଷ୍ କୋକେ ମାଣ୍ଡାଅ ରାଃ ମେନାଃ। ଇନିଃ ଇନ୍କୁକେ ଏନ୍ ତାମ୍ବୂ କେ ବାରିଆ କୁଠିରି ରେ ହାଟିଙ୍ଗ୍ ରିକା ଲାଗିନ୍ ମିୟାଃ ମାରାଙ୍ଗ୍ ପାର୍ଦା ବାଇଲାଗିନ୍ତେ ହଁ କାଜିକେଦାଏ। ପାର୍ମେଶ୍ଵାର୍ ଏନ୍ ପାର୍ଦା ରାଃ ତାୟୋମ୍ କୁଠିରି ରେ ହିଜୁଗାଏ ହାର୍ ଏନ୍ତାଃରେ ତାଇନାଏ। ଏନ୍ କୁଠିରି ଭିତାର୍ ରେ ବୋଲୋ ଲାଗିନ୍ତେ ମାରାଙ୍ଗ୍ ୟାଜାକ୍ କୋକେ ଭାଇଜ୍ ଆନୁମାତି ତାଇକେନା।
ଏନ୍ ହୋଡ଼ୋକୋ ଏନ୍ ମିଃତାଃ ହୁଣ୍ଡିନ୍ ରେୟାଃ ତାମ୍ବୂ ରାଃ ନାଡ଼େଏ ରେ ମିୟାଃ ବେଦୀ ବାଇକେଦାକୋ, ଜେତାଏଗି ଅକଏ ପାର୍ମେଶ୍ଵାର୍ ରାଃ ଆଇନ୍ କେ କାଏ ମାନାତିଙ୍ଗ୍ ଲେରେ ଇନିଃ ଏନ୍ ବେଦୀ ତାଃ ମିୟାଃ ପାଶୁ କେ ସାବ୍ ଆଉୱିକାଏ। ଏନ୍ତେ ୟାଜାକ୍ ଏନା କେ ଦାଣେ ୟାଏ ହାର୍ ବେଦୀ ରେ ପାର୍ମେଶ୍ଵାର୍ ଲାଗିନ୍ ଦାଣେ ଏମ୍ ଲେକାତେ ଅଣ୍ଡର୍ ୟାଏ। ପାର୍ମେଶ୍ଵାର୍ କାଜିକେଦାଏ ଚି ଏନ୍ ପାଶୁ ରାଃ ମାୟୋମ୍ କେ ଏନ୍ ହୋଡ଼ ରାଃ ପାପ୍ କୋକେ ହାରୁପ୍ ତାଆଏ। ନେଲେକାତେ, ନାଃ ପାର୍ମେଶ୍ଵାର୍ ଏନ୍ ପାପ୍ କୋକେ କାଏ ନେଲେଆଏ, ଏନ୍ ହୋଡ଼ ପାର୍ମେଶ୍ଵାର୍ ରାଃ ନେନେଲ୍ ରେ “ଫାର୍ଚି” ହୋବାଅଃ ୱାଏ। ପାର୍ମେଶ୍ଵାର୍ ମୁଶା ରାଃ ହାଗା ହାରୁନ୍ କେ ହାର୍ ହାରୁନ୍ ରାଃ କିଲିରେନ୍ କୋକେ ଆଜାଃ ୟାଜାକ୍ ହୋବା ଲାଗିନ୍ତେ ସାଲାକେଃକୋୱାଏ।
ପାର୍ମେଶ୍ଵାର୍ ଏନ୍ ହୋଡ଼ୋକୋକେ ଅକନ୍ ନିୟାମ୍ ଏମ୍ ଲେଦାଏ ଇନ୍କୁ ଏନାକୋକେ ମାନାତିଙ୍ଗ୍ ଲାଗିନ୍ ମିଃ ମୋନ୍ ଜାନାକୋ। ଇନ୍କୁ ପାର୍ମେଶ୍ଵାର୍ ରାଃ ହୋଡ଼୍ ହୋବା ଲାଗିନ୍ତେ ଭାଇଜ୍ ହାର୍ ଇନିଃଜା ଆରାଧାନା ରିକା ଲାଗିନ୍ ଭାଇଜ୍ ମିଃ ମୋନ୍ ଜାନାକୋ।
ଚିମିନ୍ ହୁଲାଙ୍ଗ୍ ରାଃ ତାୟୋମ୍ତେ, ମୁଶା ସିନାଇ ବୁରୁ ଚୁଟା ଚେତାନ୍ ଗି ତାଇଜାନାଏ, ଇନିଃ ଏନ୍ତାଃରେ ପାର୍ମେଶ୍ଵାର୍ ଲୋଃ ବାକାଣ ତାଇକେନାଏ। ମେନ୍ଦୋ ହୋଡ଼ୋକୋ ଇନିଜାଃ ରୁଆଡ଼୍ ହିଜୁଃ କେ ତାଙ୍ଗି-ତାଙ୍ଗି ଲାଗା ଜାନାକୋ। ଏନାଲାଗିନ୍ ଇନ୍କୁ ହାରୁନ୍ ତାଃ ସୋନା ଇଦି କେତେ ସେନ୍ ଜାନାକୋ ହାର୍ ଆଏଃ କେ ମିୟାଃ ମୂର୍ତି ବାଇଲାଗିନ୍ କାଜିକିଜାକୋ ଏନାତେ ଇନ୍କୁ ପାର୍ମେଶ୍ଵାର୍ କେ ବାଗେକେତେ ଇନିଜାଃ ପୂଜା ରିକାୟାକୋ। ଇନ୍କୁ ପାର୍ମେଶ୍ଵାର୍ ରାଃ ବିରୋଧ ରେ ବୋରୋୱାନ୍ ପାପ୍ କେଦାକୋ।
ହାରୁନ୍ ବାଛୁରୁ ଲେକା ମିୟାଃ ସୋନା ରାଃ ମୂର୍ତି ବାଇକେଦାଏ। ଏନ୍ ହୋଡ଼ୋକୋ ଏନ୍ ମୂର୍ତି କେ ପୂଜା ଏଟେଃ କେଦାକୋ ହାର୍ ଇନିଜାଃ ଲାଗିନ୍ ଦାଣେ ଏମ୍ କେଦାକୋ! ଇନ୍କୁୱାଃ ପାପ୍ ରାଃ ଚାଲ୍ତେ ପାର୍ମେଶ୍ଵାର୍ ଇନ୍କୁକେ ଥିମ୍ବାଗି ଖିସ୍ ଲେନାଏ। ଇନିଃ ଇନ୍କୁକେ ଗୋଏଃ ଲାଗିନ୍ ସାନାଙ୍ଗ୍ ତାଇନାଏ। ମେନ୍ଦୋ ମୁଶା ଇନ୍କୁକେ ଆଲୋ ଗୋଏଃ କାଏ ମେନ୍ତେ ପାର୍ମେଶ୍ଵାର୍ କେ ଆର୍ଜି କିଜାଏ। ହାର୍ ପାର୍ମେଶ୍ଵାର୍ ଇନିଜାଃ ଆର୍ଜି କେ ଆୟୁମ୍ କେଦାଏ ହାର୍ ଇନ୍କୁକେ କାଏ ଗୋଏଃ କେଃକୋୱା।
ଟୁଣ୍ଡୁ ରେ ମୁଶା ସିନାଇ ବୁରୁ ଚେତାନ୍ ଏତେ ଲାଥାର୍ ଆଡ଼ଗୁ ଜାନାଏ। ଇନିଃ ଏନ୍ ବାରିୟା ଦିରି ରାଃ ସିଲାଟ୍ କେ ସାବ୍ କାଃ ତାଇନାଏ, ଅକନାଃରେ ପାର୍ମେଶ୍ଵାର୍ ଦାଶ୍ ଆନାଚୁ କୋକେ ଅଲ୍ ଲେଃତାଇନାଏ। ଆଡୋଃ ଇନିଃ ଏନ୍ ମୂର୍ତିକେ ନେଲ୍ କେଦାଏ। ଏନ୍ତେ ଇନିଃ ଇମିନ୍ ଖିସ୍ ଜାନାଏ ଯେ ଇନିଃ ଏନ୍ ଦିରି ରାଃ ସିଲାଟ୍ କେ ଥାୱାଃ ଗୁଣ୍ଡା ତାଦାଏ।
ଏନ୍ତେ ମୁଶା ଏନ୍ ମୂର୍ତିକେ ରାପୁଃ ଗୁଣ୍ଡା କେତେ ଧୂଡ଼ି ବାଇତାଦାଏ, ହାର୍ ଏନ୍ ଗୁଣ୍ଡା କୋକେ ଦାଆ ରେ ମେଶା କେତେ ଏନ୍ ହୋଡ଼ୋକୋକେ ଏନ୍ ଦାଆ କେ ଆନୁକେଃ କୋୱାଃଏ। ପାର୍ମେଶ୍ଵାର୍ ଏନ୍ ହୋଡ଼ୋକୋୱାଃ ଚେତାନ୍ ରେ ମିୟାଃ ମାହାମାରୀ କୁଲ୍ କେଦାଏ ହାର୍ ଏଣ୍ଡେଏତେ ଥିମ୍ବାଗି ହୋଡ଼ୋକୋ ଗୋଏଃ ଜାନାକୋ।
ଅକନ୍ ଦିରି ରାଃ ସିଲାଟ୍ କୋକେ ମୁଶା ରାପୁଃ ଲେଃ ତାଇନାଏ ଏନାରାଃ ବାଦ୍ଲି ରେ ମୁଶା ଏନ୍ ଦାଶ୍ ଆନାଚୁ ରେୟାଃ ନାୱା ସିଲାଟ୍ ଦିରି ବାଇକେଦାଏ। ଏନ୍ତେ ଇନିଃ ଆଡୋଃଗି ବୁରୁ ଚେତାନ୍ ରେ ରାକାବ୍ ଜାନାଏ ହାର୍ ବିନ୍ତି କେଦାଏ ଚି ପାର୍ମେଶ୍ଵାର୍ ଏନ୍ ହୋଡ଼ୋକୋକେ ଛାମା ତାଃକୋକାଏ। ପାର୍ମେଶ୍ଵାର୍ ମୁଶା ରାଃ ବିନ୍ତି ଆୟୁମ୍ କେଦାଏ ହାର୍ ଇନ୍କୁକେ ଛାମା ତାଃକୋୱାଏ। ନାୱା ଦିରି ସିଲାଟ୍ ରେ ଦାଶ୍ ଆନାଚୁ କେ ଖୋଦାକାନ୍ ଆଉ କେତେ ମୁଶା ବୁରୁ ଏତେ ଲାଥାର୍ ଆଡ଼ଗୁ ଜାନାଏ। ଏନ୍ତେ ପାର୍ମେଶ୍ଵାର୍ ସିନାଇ ବୁରୁ ଏତେ ଇଦିକେତେ କିରିୟା ଜୋମ୍ କାନ୍ତେୟାଃ ଦିଶୁମ୍ ସାନ୍ତେ ଇସ୍ରାଏଲୀ ହୋଡ଼ୋକୋକେ ସୋତୋଃ ଇଦି କେଃ କୋୱାଏ।
ବାଇବାଲ୍ ମିୟାଃ କାହାନୀ; ସେସେନ୍ ପୁଥି ୧୯-୩୪
Free to use, adapt, and share under an open license (CC BY-SA 4.0).