29. ୨୯. କାଦାୟାତାନ୍ ଦାସୀ ରାଃ କାହାନୀ
ମୁଷିଙ୍ଗ୍, ପାତ୍ରାସ୍ ଯୀଶୁକେ କୁଲିକିଜାଏ, “ହେ ଗୋମ୍ କେ, ଇଙ୍ଗ୍ କେ ଆପାନ୍ ହାଗାକେ ଚିମିନ୍ ବେର୍ ଛାମା ଏମୋଃ ଦାର୍କାର୍ ଚିମ୍ତାଙ୍ଗ୍ ଇନିଃ ଇଙ୍ଗ୍ଆଃ ବିରୁଧ୍ ରେ ପାପ୍ ତାନାଏ? ଚିନାଃ ସାତ୍ ବେର୍ ସାନ୍?” ୟୀଶୁ କାଜିକେଦାଏ, “ସାତ୍ ବେର୍ କାହା, ମେନ୍ଦୋ ସାତ୍ ରାଃ ସାତାର୍ ବେର୍!” ନେୟାରାଃ ହୋରାତେ, ୟୀଶୁ ଗାଃ କାଜିରାଃ ମାନେ ତାନାଃ ଚି ଆବୁକେ ସୋବେନ୍ ଇମ୍ତା ଛାମା ରିକା ମେନାଃ। ଏନ୍ତେ ୟୀଶୁ ନେ କାହାନୀ ଉଦୁବ୍ କେଦାଏ।
ୟୀଶୁ କାଜିକେଦାଏ, “ପାର୍ମେଶ୍ଵାର୍ ରାଃ ରାଇଜ୍ ମିୟାଃ ରାଜା ଲେକା ତାନାଃ, ଅକନିଃ ଆଜାଃ ଦାସୀ କୋଏତେ ହିସାବ୍ ଇଦି ସାନାଙ୍ଗ୍ ତାଇନାଏ। ଇନିଜାଃ ମିୟାଃ ଦାସୀ ୨,୦୦,୦୦୦ ବାରାସ୍ ରାଃ ମାଜାଉରି ରାଃ ମିୟାଃ ମାରାଙ୍ଗ୍ ଋଣୀରେ ଋଣୀ ଲେନାଏ।”
ମେନ୍ଦୋ ଏନ୍ ଦାସୀ ଆଜାଃ ଋଣୀକେ ଏମ୍ କାଏ ହାଲ୍ ଧାଡ଼ିଜାନା, ଏନା ଲାଗିନ୍ ରାଜା କାଜିକେଦାଏ, “ନିଜାଃ ଋଣୀ ହାଲ୍ ଲାଗିନ୍ ନେ ହୋଡ଼୍ କେ ହାର୍ ନିଜାଃ ପାରିବାର୍ କେ ଦାସୀ ଲେକାତେ ଆଖ୍ରିଙ୍ଗ୍ ତାକୋମ୍।”
“ଏନ୍ ଦାସୀ ରାଜା ରାଃ କାଟା ସୁବାରେ ଇକ୍ ଡୂମ୍ କେତେ କାଜିକେଦାଏ, ‘ଇଙ୍ଗ୍ କେ ଦାୟା ତିଙ୍ଗ୍ ମେ, ହାର୍ ଇଙ୍ଗ୍ ଆମାଃ ସୋବେନ୍ ଋଣୀ ତାଇନ୍ ତେୟାଃକେ ହାଲ୍ ତାଇଙ୍ଗ୍।’ ରାଜା ଏନ୍ ଦାସୀ ଗାଃ ରେ ଦାୟା କେଦାଏ, ଏନାଲାଗିନ୍ ଇନିଃ ଆଜାଃ ସୋବେନ୍ ଋଣୀକୋକେ ଛାଡ୍ ତାଦାଏ ହାର୍ ଇନିଃକେ ସେନୋଃ ରିକାକେଜାଏ।”
ମେନ୍ଦୋ ଏନ୍ ଦାସୀ ରାଜା ରାଃ ନାଡ଼େଏ ତେ ସେନୋଃ ଜାନାଏ, ଦୋ ଇନିଃକେ ଆଜାଃ ମିୟାଃ ଗାତି ଦାସୀ ନାମ୍ ଜାନାଏ ଅକଏ ଚି ଆଜାଃ ତାଏତେ ଚାଇର୍ ମାହିନା ରାଃ ମାଜାଉରୀ ଟାକା ରାଃ ଋଣୀ ଇଦି ଲେଦାଏ। ଏନ୍ ଦାସୀ ଆଜାଃ ଗାତି ଦାସୀ କେ ସାବ୍ କିଜାଏ ହାର୍ କାଜିକିଜାଏ, ‘ଇଙ୍ଗ୍ଆଃ ଋଣୀ ଇଦିକାଦାମ୍ ଏନାକେ ଇଙ୍ଗ୍ କେ ହାଲ୍ ତାମ୍!”
“ଏନ୍ ଗାତି ଦାସୀ ଇନିଜାଃ କାଟାସୁବାରେ ଊୟୁକେତେ କାଜିକିଜାଏ, ‘ଇଙ୍ଗ୍ଆଃ ଚେତାନ୍ ଦାୟା ତାମେ, ହାର୍ ଇଙ୍ଗ୍ ଆମାଃ ତାଆଏତେ ଇଦିକାଃ ସୋବେନ୍ ଋଣୀକେ ହାଲ୍ ତାଃଇଙ୍ଗ୍।’ ମେନ୍ଦୋ ଏନ୍ ଦାସୀ ଆଜାଃ ଗାତିଦାସୀ କେ ଜେଲ୍ ଅଡ଼୍ଆଃରେ ଆଦେର୍ ତିଜାଏ ଚିମ୍ତାଙ୍ଗ୍ ଶାନ୍ ଚି ଇନିଃ ଏନ୍ ଋଣୀକେ କାଏ ହାଲେୟା।”
“ଅକନାଃ କୋ ହୋବାଲେନା ଏନାକୋକେ ଏଟାଃ ଦାସୀକୋ ନେଲ୍ କେଦାକୋ ହାର୍ ଥିମ୍ବାଗି ଦୁକୁକାନ୍ ତିନାକୋ। ଇନ୍କୁ ରାଜା ରାଃ ନାଡ଼େଏ ସେନ୍ ଜାନାକୋ ହାର୍ ଇନିଃକେ ସୋବେନ୍ ବାଖାଣ୍ କେ ଉଦୁବ୍ ତାଦାକୋ।”
“ରାଜା ଏନ୍ ଦାସୀକେ କେଡ଼ାକେତେ କାଜିକିଜାଏ, ‘ହେ ଦୁଷ୍ଟ୍ ଦାସୀ! ଇଙ୍ଗ୍ ଆମାଃ ଋଣୀକେ ନେୟାଲାଗିନ୍ ଛାମା ଲିଇଙ୍ଗ୍ ଚିୟାଃଚି ଆମ୍ ଇଙ୍କେ ବିନ୍ତିଲାଆମ୍। ଆମ୍ କେ ଏୟଗି ଏନ୍ କା ରିକାରାଃ ତାଇକେନା।’ ରାଜା ଇମିନ୍ ଖିସ୍ ଜାନାଏ ଚି ଇନିଃ ଏନ୍ ଦୁଷ୍ଟ୍ ଦାସୀକେ ଜେଲ୍ ଅଡ଼୍ଆଃ ରେ ଆଦେର୍ ତିଜାଏ। ଚିମିନ୍ ସାନ୍ତେଚି ଇନିଃ ଆଜାଃ ସୋବେନ୍ ଇଦିକାଃ ଋଣୀ କାଏ ରୁଆଡ଼୍ ଏମ୍ ଧାଡ଼ିୟାଏ।”
ଏନ୍ତେ ୟୀଶୁ କାଜିକେଦାଏ, “ଇଙ୍ଗ୍ଆଃ ସିର୍ମାରେ ଦୁବାକାନ୍ ଆପୁ ଆପେୟାଃ ସୋବେନ୍ ମିହୋଡ଼୍ କୋୱାଃ ଚେତାନ୍ ରେ ନେକାଗି ରିକାୟାଏ। ଆଗାର୍ ଆପେ ଆପେୟାଃ ହାଗାକୋକେ କାପେ ଛାମାୟା ଏଣ୍ଡେ।”
ବାଇବାଲ୍ ମିୟାଃ କାହାନୀ: ମାତ୍ତି ୧୮: ୨୧-୩୫
Free to use, adapt, and share under an open license (CC BY-SA 4.0).