3. ୦୩. ଦାଆ-ବାଇଡ଼୍
ଥିମ୍ବାଗି ହୁଲାଙ୍ଗ୍ ରାଃ ତାୟୋମ୍ତେ, ଅତେଦିଶୁମ୍ ରେ ଥିମ୍ବାଗି ହୋଡ଼ୋକୋ ତାଇୟୋଃ ତାଇନାକୋ। ଇନ୍କୁ ଥିମ୍ବାଗି ଦୁଷ୍ଟ ହାର୍ ହୋଡ଼ ଗୋଗୋଏଃ କୋ ତାଇକେନାକୋ। ନେୟାକୋ ଇମିନ୍ ଖାରାପ୍ କାମିକୋ ତାଇକେନା ଚି ପାର୍ମେଶ୍ଵାର୍ ମିୟାଃ ମାରାଙ୍ଗ୍ ବାଇଡ଼୍ ତେ ନେ ସବେନ୍ ଅତେଦିଶୁମ୍ କେ ନାଷ୍ଟ ଲାଗିନ୍ ସାନାଙ୍ଗ୍ କେଦାଏ।
ମେନ୍ଦୋ ପାର୍ମେଶ୍ଵାର୍ ନୂହ୍ କେ ସୁକୁଆଇ ତାଇନାଏ। ଇନିଃ ଦୁଷ୍ଟ ହୋଡ଼ୋକୋୱା ଥାଲାରେ ମିୟାଃ ଧାର୍ମୀ ହୋଡ଼ୋ ତାଇକେନାଏ। ପାର୍ମେଶ୍ଵାର୍ ନୂହ୍ କେ ଉଦୁବ୍ କିଜାଏ ଚି ଆଏଃ ମିୟାଃ ମାରାଙ୍ଗ୍ ବାଇଡ଼୍ କେ କୁଲେଆଏ। ଏନାମେନ୍ତେ ଇନିଃ ନୂହ୍ କେ ମିୟାଃ ମାରାଙ୍ଗ୍ ଡୋଙ୍ଗା ବାଇଲାଗିନ୍ କାଜିକିଜାଏ।
ପାର୍ମେଶ୍ଵାର୍ ନୂହ୍ କେ ଲାଗ୍-ଭାଗ୍ ୧୪୦ ମିଟାର୍ ଜିଲିଙ୍ଗ୍, ୨୩ ମିଟାର୍ ଚାଉଡ଼ା ହାର୍ ୧୩.୫ ମିଟାର୍ ଉଞ୍ଚା ରାଃ ଡୋଙ୍ଗା ବାଇଲାଗିନ୍ କାଜିକିଜାଏ। ନୂହ୍ କେ ଏନା ସାହାନ୍ ତେ ବାଇ ରାଃ ତାଇକେନା ହାର୍ ଏଣ୍ଡେରେ ଆପୀ ମାହାଲା, ଥିମ୍ବାଗି କୋଠରୀ, ମିୟାଃ ଛାତ୍ ହାର୍ ମିୟାଃ ଖିଡ଼୍କି ବାଇଲାଗିନ୍ କାଜିକିଜାଏ। ଏନ୍ ଡୋଙ୍ଗା ନୂହ୍ କେ, ଆଜାଃ ଅଡ଼୍ଆଃ ରେନ୍ କୋକେ, ହାର୍ ଅତେ ରେନ୍ ସବେନ୍ ଲେକାନ୍ ଯାନ୍ତୁ କୋକେ ଏନ୍ ବାଇଡ଼୍ ତେ ବାଞ୍ଚାଅ ମାଣ୍ଡାଅୟାଏ।
ନୂହ୍ ପାର୍ମେଶ୍ଵାର୍ ରାଃ କାଜିକେ ମାନାତିଙ୍ଗ୍ ଜାନାଏ। ଆଏଃ ହାର୍ ଇନିଜାଃ ତିନ୍ ଝାନ୍ ହୋନ୍ କୋଡ଼ା କୋ ଏନ୍ ଲେକାଗି ଡୋଙ୍ଗା ବାଇକେଦାକୋ ଜେଲେକା ପାର୍ମେଶ୍ଵାର୍ ଉଦୁବ୍ ଲେଦାଏ। ଚିୟାଃଚି ଏନ୍ ଡୋଙ୍ଗା ଥିମ୍ବାଗି ମାରାଙ୍ଗ୍ ତାଇକେନା ଏନାଲାଗିନ୍ ଏନାକେ ବାଇଲାଗିନ୍ ଥିମ୍ବାଗୀ ବାରାସ୍ ଲାଗାଅ ଜାନା। ନୂହ୍ ହୋଡ଼ୋକୋକେ ହିଜୁଃତେୟାଃ ବାଇଡ଼୍ ବିସାୟ ରେ ଚେତାଉନି ଏମ୍ କୋ ତାଇନାଏ ହାର୍ ଇନ୍କୁକେ ପାର୍ମେଶ୍ଵାର୍ ପାଡ଼୍ ରୁଆଡ଼୍ ହିଜୁଃ ଲାଗିନ୍ କାଜିକେଃକୋୱାଏ, ମେନ୍ଦୋ ଇନ୍କୁ ଇନିଜାଃ ଚେତାନ୍ ରେ କାକୋ ବିଶ୍ଵାସ୍ କେଦା।
ପାର୍ମେଶ୍ଵାର୍ ନୂହ୍ ହାର୍ ଆଜାଃ ଅଡ଼୍ଆଃ ରେନ୍ କୋକେ ଆକୋୱାଃ ଲାଗିନ୍ ହାର୍ ପାଶୁକୋ ଲାଗିନ୍ତେ ଥିମ୍ବାଗି ଯୋଜୋମାଃ ହୁଣ୍ଡି ଲାଗିନ୍ତେ ଆନାଚୁ ଏମ୍ କେଦାଏ। ଚିମ୍ତାଙ୍ଗ୍ ସୋବେନାଃ ସେକାଡ଼ ଜାନା, ଏଣ୍ଡେ ପାର୍ମେଶ୍ଵାର୍ ନୂହ୍ କେ କାଜିକିଜାଏ ଚି ନାଆ ଆମ୍, ଆମାଃ କୁଡ଼ି, ଆମାଃ ହୋନ୍ କୋଡ଼ା କୋ ଏନ୍ତେ ଆକୋୱାଃ କୁଡ଼ିକୋ ସବେନ୍ ମେଶାକେତେ ଆଠ୍ ଝାନ୍ ଡୋଙ୍ଗା ଭିତାର୍ ରେ ବୋଲୋ ଲାଗିନ୍ ସାମାୟ୍ ହୋବାଜାନା।
ପାର୍ମେଶ୍ଵାର୍ ସବେନ୍ ପାଶୁକୋୱାଃ ହାର୍ ଅଡ଼େକୋୱାଃ ନାର୍ ହାର୍ ମାଦା ଜୁଡ଼ିକୋକେ ନୂହ୍ ତାଃ କୁଲ୍ କେଃକୋୱାଏ ଏନାତେ ଇନ୍କୁ ଡୋଙ୍ଗା ଭିତାର୍ ରେ ବୋଲୋୱାକୋ ହାର୍ ବାଇଡ଼୍ ହିଜୁଃ ରେ ବାଚାଅଃ କାକୋ। ପାର୍ମେଶ୍ଵାର୍ ସବେନ୍ ରାକାମ୍ ରେନ୍ ସାତ୍ ଠୁର୍ ନାର୍ ହାର୍ ସାତ୍ ଠୁ ମାଦା କୋକେ ପାଶୁକୋକେ ହଁ କୁଲ୍ କେଃକୋୱାଏ ଅକନ୍ କୋକେ ଦାଣେ ଲାଗିନ୍ତେ କୋ ତାଇନା। ଚିମ୍ତାଙ୍ଗ୍ ଇନ୍କୁ ସବେନ୍ ଡୋଙ୍ଗା ଭିତାର୍ ରେ ବୋଲୋଜାନାକୋ ଏଣ୍ଡେ ପାର୍ମେଶ୍ଵାର୍ ଆଏଃଗି ଦୁଆର୍ କେ ବାନ୍ଦ୍ ତାଦାଏ।
ଏନ୍ତେ ଦାଆ ଗାମା ଏଟେଃ ଜାନା, ହାର୍ ଗାମା କେଦାଏ, ଜେ ଗାମା କେଦାଏ। ଚାଲିଶ୍ ଶିଙ୍ଗୀ ହାର୍ ଚାଲିଶ୍ ନିଦା ସାନ୍ତେ ଦାଆ ଗାମା କାଏ ହାସୁଡ଼୍ କେଦା। ଗୋଟା ଅତେଦିଶୁମ୍ ରାଃ ସବେନ୍ ଜିନିସ୍ କୋ, ନେତାଃ ସାନ୍ତେ ଚି ମାପାରାଙ୍ଗ୍ ବୁରୁ କୋ ହଁ ଦାଆ ରେ ଡୁବିଃ ଜାନା।
ଅତେ ରେ ତାଇନ୍ ତାନ୍ ସବେନ୍ କୋ ଗୋଏଃ ଜାନାକୋ, ଏନ୍ ହୋଡ଼ୋକୋକେ ହାର୍ ପାଶୁକୋକେ ବାଗେ କେତେ ଅକନ୍ କୋ ଡୋଙ୍ଗା ରେ ତାଇ କେନାକୋ। ଏନ୍ ଡୋଙ୍ଗା ଦାଆ ଚେତାନ୍ ଆତୁଅଃ ତାଇନା ହାର୍ ଡୋଙ୍ଗା ଭିତାର୍ ରେନ୍ ସବେନ୍ ଜିନିସ୍ କୋକେ ଡୁଭିଃଜୋଃ ତେ ବାଞ୍ଚାଅ କେଦାଏ।
ଦାଆ ଗାମା ହାସୁଡ଼୍ ରାଃ ତାୟୋମ୍ତେ, ପାଞ୍ଚ୍ ମାହିନା ସାନ୍ତେ ଡୋଙ୍ଗା ଦାଆ ଚେତାନ୍ ଆତୁଅଃ ତାଇନା। ହାର୍ ଏନ୍ ସାମାୟ୍ କୋରେଗି ଦାଆ କାମ୍ତି ହୋବାଅଃ ଏଟେଃନା। ଏନା ତାୟୋମ୍ତେ ମୁଶିଙ୍ଗ୍ ହୁଲାଙ୍ଗ୍ ଏନ୍ ଡୋଙ୍ଗା ମିୟାଃ ବୁରୁ ରାଃ ଚେତାନ୍ ଚୁଟି ରେ ଆଟ୍କାଅ ଜାନା, ମେନ୍ଦୋ ନାଆ ସାନ୍ତେ ଅତେଦିଶୁମ୍ ଦାଆ ରେ ଫେରେଜାକାନ୍ ତାଇକେନା। ଆପି ମାହିନା ରାଃ ତାୟୋମ୍ତେ, ବୁରୁ କୋରାଃ ଚୁଟିକୋ ନେଲୋଃ ତାଇନା।
ଆଡୋଃ ଚାଲିଶ୍ ଦିନ୍ ରାଃ ତାୟୋମ୍ତେ, ନୂହ୍ ମିୟାଃ କାଉୱା କେ ନେୟା ନେଲ୍ ଲାଗିନ୍ ବାହାରିତେ କୁଲ୍ କିଜାଏ ଚି ଚିନାଃ ଦାଆ ଆଞ୍ଜେଏ କାନା ଚି କାହା। ଏନ୍ କାଉୱା ରୋହୋଡ଼୍ ଅତେ କେ ଦାଣା ଲାଗିନ୍ ନେତେ-ହାନ୍ତେ ଆପୀର୍ ବାଡ଼ା କେଦାଏ, ମେନ୍ଦୋ କାଉୱା କେ ଜେତାନ୍ ଜାଗା କା ନାମ୍ ଜାନା।
ଏନାତାୟୋମ୍ତେ ଆଡୋଃଗି ନୁହ୍ ମିୟାଃ ଦୁଦ୍-ମୂଲ୍ କେ ବାହାରିତେ ଆପୀର୍ କୁଲ୍ କିଜାଏ। ମେନ୍ଦୋ ଇନିଃକେ ହଁ ଜେତାନ୍ ରୋହୋଡ଼୍ ଜାଗା କା ନାମ୍ ଜାନା, ଏନାଲାଗିନ୍ ଇନିଃ ନୁହ୍ ତାଃରେ ଆଡୋଃଗି ରୁଆଡ଼୍ ହିଜୁଃ ଲେନାଏ। ମିୟାଃ ହାପ୍ତା ରାଃ ତାୟୋମ୍ତେ ଇନିଃ ଏନ୍ ଦୁଦ୍-ମୂଲ୍ କେ ଆଡୋଃଗି କୁଲ୍ କିଜାଏ, ହାର୍ ଇନିଃ ଆଜାଃ ଠର୍ ରେ ଜାଇତୁନ୍ ଦାରୁ ରାଃ କୋତୋ କେ ସାବ୍ ଆଉତାନ୍ ଲୋଃ ରୁଆଡ଼୍ ଜାନାଏ। ଦାଆ ଆଞ୍ଜେ ଇଦିଅଃ ତାଇନା, ହାର୍ ଦାରୁ କୋ ଆଡୋଃଗି ଅମୋନ୍ ଇଦିଜାନା।
ନୁହ୍ ଆଡୋଃ ମିୟାଃ ହାପ୍ତା ତାଙ୍ଗି କେଦାଏ ହାର୍ ଆପିସା ହୋବାନା ଏନ୍ ଦୁଦ୍-ମୂଲ୍ କେ ବାହାରି ତେ ଆପୀର୍ କୁଲ୍ କିଜାଏ। ନିମ୍ତାଙ୍ଗ୍ ଇନିଃକେ ତାଇନ୍ ଲାଗିନ୍ ଜାଗା ନାମ୍ ଜାନା ହାର୍ ଇନିଃ କାଏ ରୁଆଡ଼୍ ଜାନା। ଦାଆ ଆଞ୍ଜେ ଦୋଃ ତାଇନା।
ବାର୍ ମାହିନା ରାଃ ତାୟୋମ୍ତେ ପାର୍ମେଶ୍ଵାର୍ ନୁହ୍ କେ କାଜିକିଜାଏ, “ ନାଆ ଆମ୍ ହାର୍ ଆମାଃ ଅଡ଼୍ଆଃ ରେନ୍ କୋ ହାର୍ ସବେନ୍ ଜାନ୍ତୁକୋ ଡୋଙ୍ଗା ତେ ଅଡୋଙ୍ଗ୍ଅଃପେ। ଥିମ୍ବାଗି ହୋନ୍-ଗାଣା କୋ ହାର୍ ନାତି-ପୋତି କୋ ଜାନାମ୍ କୋପେ ହାର୍ ଅତେଦିଶୁମ୍ ରେ ଫେରେଃ କୋନୋଃପେ।“ ଏନ୍ତେ ନୁହ୍ ହାର୍ ଆଜାଃ ଅଡ଼୍ଆଃ ରେନ୍ କୋ ଡୋଙ୍ଗା ଏତେ ବାହାରି ଅଡୋଙ୍ଗ୍ ଜାନାକୋ।
ନୁହ୍ ଡୋଙ୍ଗା ତେ ଅଡୋଙ୍ଗ୍ ରାଃ ତାୟୋମ୍ତେ, ଇନିଃ ମିୟାଃ ବେଦୀ ବାଇକେଦାଏ ହାର୍ ଅକନ୍ ଜାନ୍ତୁ କୋକେ ଦାଣେ ନାଙ୍ଗ୍ ଏମ୍ ରାଃ ତାଇକେନା ଇନ୍କୁ ଏତେ ଚିମିନାଙ୍ଗ୍ ଜାନ୍ତୁ କୋକେ ଇଦିକେତେ ଦାଣେ ରାକାବ୍ କେଦାଏ। ପାର୍ମେଶ୍ଵାର୍ ଦାଣେ ଏତେ ସୁକୁ ଜାନାଏ ହାର୍ ନୁହ୍ ହାର୍ ଆଜାଃ ଅଡ଼୍ଆଃ ରେନ୍ କୋକେ ଆଶିଷ୍ ଏମାଃକୋୱାଏ।
ପାର୍ମେଶ୍ଵାର୍ କାଜିକେଦାଏ,” ଇଙ୍ଗ୍ କିରିଆ ଜୋମ୍ ତାନିଙ୍ଗ୍ ଚି ହୋଡ଼ୋକୋୱାଃ ଏତ୍କାନ୍ କାମି ରାଃ ହୋରାତେ ଇଙ୍ଗ୍ ଆଡୋଃ ଚିଉଲା ହଁ ଅତେ କେ କାଇଙ୍ଗ୍ ସାର୍ପାଅୟା ହାର୍ ହୋଡ଼ୋକୋ ଆକୋୱାଃ ହୋନ୍ ସାମାୟ୍ ଏତେଗି ପାପୀ ତାନ୍ କୋ, ଏଣ୍ଡେହ ଦାଆ-ବାଇଡ଼୍ ତେ ନେ ଅତେଦିଶୁମ୍ କେ କାଇଙ୍ଗ୍ ନାଷ୍ଟ ଏୟା।
ଏନ୍ତେ ପାର୍ମେଶ୍ଵାର୍ ଆଜାଃ ନିୟାମ୍ ରାଃ ଚିହ୍ନା ଲେକାତେ ପାହିଲା (ଶାତ୍ ରାଙ୍ଗା) ରିମିଲ୍ ଧାନୁ କେ ବାଇକେଦାଏ। ଚିମ୍ତାଙ୍ଗ୍ ହଁ ରିମିଲ୍ ରେ (ଶାତ୍ ରାଙ୍ଗା) ରିମିଲ୍ ଧାନୁ ନେଲୋଃୱା, ଏଣ୍ଡେ ପାର୍ମେଶ୍ଵାର୍ ମୋନେ ୟାଏ ଚି ଆଏଃ ଚିନାଃ କିରିଆ ଜୋମ୍ କାଦାଏ ହାର୍ ଏନ୍ ଲେକାଗି ଆଜାଃ ହୋଡ଼ୋକୋ ହଁ ମୋନେ ମାଣ୍ଡାଅ ୟାକୋ।
ବାଇବାଲ୍ ରାଃ ମିୟାଃ କାହାନୀ; ସିର୍ଜାଅ ପୁଥି ୬-୮
Free to use, adapt, and share under an open license (CC BY-SA 4.0).